ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଟ୍ରେନ ମାଡିଯାଇ ୫ ଜଣଙ୍କ ମୃତ୍ୟୃୁ, ମୃତକଙ୍କ ମଧ୍ୟରେ ଜଣେ ଓଡିଆ ଥିବା ସୂଚନା

0

ସୋମବାର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଚିପୁରପାଲି ଷ୍ଟେସନ ନିକଟରେ ଟ୍ରେନ ମାଡିଯାଇ ୫ ଜଣଙ୍କ ଜୀବନ ଦୀପ ଲିଭିଯାଇଛି । ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ ରାତିର ଅନ୍ଧକାର ମଧ୍ୟରେ ଲୋକଙ୍କ ଉପରେ ମାଡିଯାଇଥିଲା । ତେବେ ମୃତକଙ୍କ ମଧ୍ୟରେ ଜଣେ ଓଡିଆ ଥିବା ଜଣାପଡିଛି । ମୃତକ ହେଲେ ଗଞ୍ଜାମର ଜିତୁ ନାୟକ । ବିଜୟନଗରମ୍ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେ ଆଖିବୁଜିଛନ୍ତି ।

ସୂଚନା ଅନୁସାରେ, ଗତ ରାତିରେ କୋଏମ୍ବାଟୁର-ସିଲଚର ଏକ୍ସପ୍ରେସ ଟ୍ରେନଟି ଗୌହାଟି ଅଭିମୁଖେ ଯାତ୍ରା କରୁଥିଲା । ବିଶାଖାପାଟଣା ପଲାସା ମେନ୍ ଲା ଇନ୍‌ରେ ଚେନ୍ ଟାଣି କିଛି ଲୋକ ଟ୍ରେନ ଅଟକାଇଥିଲେ ।ଏହା ପରେ ଟ୍ରେନ ତଳକୁ ଆସି ଅନ୍ୟ ଟ୍ରାକକୁ ଯାଉଥିଲେ । କିନ୍ତୁ ଏହି ସମୟରେ ଦୁର୍ଭାଗ୍ୟବଶତଃ ବିପରୀତ ପଟୁ ଦ୍ରୁତ ଗତିରେ ଆସୁଥିବା କୋଣାର୍କ ଏକ୍ସପ୍ରେସ ସେମାନଙ୍କ ଉପରକୁ ମାଡି ଚାଲିଯାଇଥିଲା । କେହି କିଛି ବୁଝିବା ଆଗରୁ ସବୁ କିଛି ସରିଯାଇଥିଲା । ରାତିର ଅନ୍ଧକାରରେ ମାଡି ଆସିଥିଲା ମୃତ୍ୟୁ ।

ଦୁର୍ଘଟଣା ସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶ୍ରୀକାକୁଲମ ଏସପିଜିଙ୍କ କହିବା ଅନୁସାରେ, ସମସ୍ତ ମୃତଦେହକୁ ଚିହ୍ନଟ କରାଯାଇଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତାର କରାଯିବ । ପୁଲିସ ଓ ରେଲୱେ ଟିମ ଘଟଣାର ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.