ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଟ୍ରେନ ମାଡିଯାଇ ୫ ଜଣଙ୍କ ମୃତ୍ୟୃୁ, ମୃତକଙ୍କ ମଧ୍ୟରେ ଜଣେ ଓଡିଆ ଥିବା ସୂଚନା

0

ସୋମବାର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଚିପୁରପାଲି ଷ୍ଟେସନ ନିକଟରେ ଟ୍ରେନ ମାଡିଯାଇ ୫ ଜଣଙ୍କ ଜୀବନ ଦୀପ ଲିଭିଯାଇଛି । ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ ରାତିର ଅନ୍ଧକାର ମଧ୍ୟରେ ଲୋକଙ୍କ ଉପରେ ମାଡିଯାଇଥିଲା । ତେବେ ମୃତକଙ୍କ ମଧ୍ୟରେ ଜଣେ ଓଡିଆ ଥିବା ଜଣାପଡିଛି । ମୃତକ ହେଲେ ଗଞ୍ଜାମର ଜିତୁ ନାୟକ । ବିଜୟନଗରମ୍ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେ ଆଖିବୁଜିଛନ୍ତି ।

ସୂଚନା ଅନୁସାରେ, ଗତ ରାତିରେ କୋଏମ୍ବାଟୁର-ସିଲଚର ଏକ୍ସପ୍ରେସ ଟ୍ରେନଟି ଗୌହାଟି ଅଭିମୁଖେ ଯାତ୍ରା କରୁଥିଲା । ବିଶାଖାପାଟଣା ପଲାସା ମେନ୍ ଲା ଇନ୍‌ରେ ଚେନ୍ ଟାଣି କିଛି ଲୋକ ଟ୍ରେନ ଅଟକାଇଥିଲେ ।ଏହା ପରେ ଟ୍ରେନ ତଳକୁ ଆସି ଅନ୍ୟ ଟ୍ରାକକୁ ଯାଉଥିଲେ । କିନ୍ତୁ ଏହି ସମୟରେ ଦୁର୍ଭାଗ୍ୟବଶତଃ ବିପରୀତ ପଟୁ ଦ୍ରୁତ ଗତିରେ ଆସୁଥିବା କୋଣାର୍କ ଏକ୍ସପ୍ରେସ ସେମାନଙ୍କ ଉପରକୁ ମାଡି ଚାଲିଯାଇଥିଲା । କେହି କିଛି ବୁଝିବା ଆଗରୁ ସବୁ କିଛି ସରିଯାଇଥିଲା । ରାତିର ଅନ୍ଧକାରରେ ମାଡି ଆସିଥିଲା ମୃତ୍ୟୁ ।

ଦୁର୍ଘଟଣା ସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶ୍ରୀକାକୁଲମ ଏସପିଜିଙ୍କ କହିବା ଅନୁସାରେ, ସମସ୍ତ ମୃତଦେହକୁ ଚିହ୍ନଟ କରାଯାଇଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତାର କରାଯିବ । ପୁଲିସ ଓ ରେଲୱେ ଟିମ ଘଟଣାର ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.