ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଉବେର ପରେ ବଢିଲା ଓଲା ଭଡ଼ା, ଜାଣନ୍ତୁ କେଉଁ ସହରରେ ଯାତ୍ରା କରିବା ମହଙ୍ଗା ହେବ

0

ଏବେ ଅଧିକାଂଶ ସହରରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ଟପିସାରିଛି । ଏହାର ପ୍ରଭାବ ଏବେ କ୍ୟାବ ଓ ଟ୍ୟାକ୍ସି ସେବା ଉପରେ ପଡିଛି । ଆମେରିକା କମ୍ପାନୀ
ଉବେର ମୁମ୍ବାଇ ଓ ଦିଲ୍ଲୀ ଏନସିଆର ପରେ କୋଲକତା ଓ ହାଇଦ୍ରାବାଦରେ ମଧ୍ୟ ଭଡ଼ା ବୃଦ୍ଧି କରିଛି । ସେହିପରି ଉବେର ପରେ ଓଲା ମଧ୍ୟ ବହୁ ସହରରେ ଭଡା ବୃଦ୍ଧି ନେଇ ନିଷ୍ପତ୍ତି ନେଇଛି । ଓଲା କିଛି ସହରରେ ଭଡା ବୃଦ୍ଧି ମଧ୍ୟ କରିସାରିଛି । ହାଇଦ୍ରାବାଦ, କୋଲକତା ମୁମ୍ବାଇରେ ଭଡାକୁ ୧୬ ପ୍ରତିଶତ ବଢାଇଦେଇଥିବା ଖବର ମିଳିଛି ।

ଉବେର ଇଣ୍ଡିଆ ଆଣ୍ଡ ସାଉଥ ଏସିଆ ମୁଖ୍ୟ କହିଛନ୍ତି, ତୈଳ ଦର ବୃଦ୍ଧି ଯୋଗୁଁ ଡ୍ରାଇଭର ମାନଙ୍କୁ ବହୁ ହଇରାଣ ହେବାକୁ ପଡୁଛି । ତୈଳ ଦର ବୃଦ୍ଧି ପରେ ଡ୍ରାଇଭରଙ୍କ ହେଉଥିବା କ୍ଷତିକୁ ଦୃଷ୍ଟିରେ ରଖି ଆମେ ଦିଲ୍ଲୀ ଏନସିଆର ଓ କୋଲକତାରେ ଦର ୧୨ ପ୍ରତିଶତ ବଢାଇବାକୁ ନିଷ୍ପତ୍ତି ନେଇଛୁ । ସେହିପରି ମୁମ୍ବାଇ ଓ ହାଇଦ୍ରାବାଦରେ ୧୫ ପ୍ରତିଶତ ଭଡ଼ା ବୃଦ୍ଧି କରାଯାିଛି ।

ସେ କହିଛନ୍ତି ଯେ, ଆଗାମୀ ଦିନରେ କମ୍ପାନୀ ତୈଳ ଦରକୁ ନଜରରେ ରଖି ସେହି ହିସାବରେ ନିଷ୍ପତ୍ତି ନେବ । ଦୁଇ କମ୍ପାନୀ ଏଭଳି ସମୟରେ ଭଡା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ଯେତେବେଳେ ଦୁଇ କମ୍ପାନୀର ଡ୍ରାଇଭର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀରେ ହରତାଳ କରୁଛନ୍ତି । ଡ୍ରାଇଭର ଦରମା ବୃଦ୍ଧି ପାଇଁ ଆନ୍ଦୋଳନ କରୁଛନ୍ତି ।

Leave A Reply

Your email address will not be published.