ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ପାକିସ୍ତାନକୁ ଧମକାଇଲେ ଭାରତ ଏବଂ ଆମେରିକା

0

ସରିଫ ସରକାର ବିରୋଧରେ ମିଳିତ ବିବୃତି ଜାରି
ପାକ୍ ମାଟି ଆତଙ୍କବାଦୀଙ୍କ ପାଇଁ ବ୍ୟବହାର ହେବନି ନିଶ୍ଚିତ କର
ସବୁ ଆତଙ୍କବାଦୀ ସଂଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଅ

ନୂଆଦିଲ୍ଲୀ: ଇତିମଧ୍ୟରେ ପାକିସ୍ତାନରେ ସରକାର ବଦଳିଛି। ଠିକ୍ ଏହି ସମୟରେ ପାକିସ୍ତାନ ଉପରେ କଡା ଚାପ ସୃଷ୍ଟି କରିବା ଲାଗି ଉଭୟ ଭାରତ ଓ ଆମେରିକା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଉଭୟ ଦେଶ ଏକ ମିଳିତ ବିବୃତି ଜାରି କରିଛନ୍ତି ଯେ ଆତଙ୍କବାଦ ବିରୋଧରେ ଦୃଢ ପଦକ୍ଷେପ ନିଅ। ଶାହବାଜ ସରିଫ ଦାୟିତ୍ବ ନେଉ ନେଉ ଭାରତ ଏବଂ ଆମେରିକାର ଏଭଳି ଆଭିମୁଖ୍ୟକୁ ଅନେକ ମୋଦୀ ସରକାରଙ୍କ ସଫଳ କୁଟନୀତିର ଅଂଶବିଶେଷ ବୋଲି ବର୍ଣ୍ଣନା କରୁଛନ୍ତି।

ଦୁଇଦିନ ତଳେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭର୍ଚୁଆଲ ବୈଠକରେ ଏକାଠି ହୋଇଥିଲେ। ଏହି ବୈଠକରେ ଆମେରିକା ଭାରତକୁ ଖୋଲା ପ୍ରଶଂସା କରିଥିଲା। ସେହିଭଳି ଆମେରିକା ଓ ଭାରତ ମଧ୍ୟରେ ଟୁ ପ୍ଲସ୍ ଟୁ ବୈଠକ ବି ସଫଳ ହୋଇଥିଲା।

ଏହା ପରେ ପରେ ଏକ ମିଳିତ ବିବୃତି ଜରିଆରେ ଉଭୟ ଦେଶ ପାକିସ୍ତାନ ଉପରେ ଚାପ ସୃଷ୍ଟି କରିଛନ୍ତି। ଆମେରିକା ଓ ଭାରତ ପକ୍ଷରୁ ଜାରି କରାଯାଇଥିବା ମିଳିତ ବିବୃତିରେ କୁହାଯାଇଛି ଯେ ପାକିସ୍ତାନ ସରକାର ତୁରନ୍ତ ଅଲ-କଏଦା, ଆଇଏସ୍‌ଆଇଏସ୍‌, ଲସ୍କର-ଇ-ତୋଇବା, ଜୈଶ-ଇ-ମୋହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ଅନୁଷ୍ଠାନ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଉ। ପାକିସ୍ତାନର ମାଟି ଯେପରି ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଆଦୌ ବ୍ୟବହାର ନହୁଏ ସେଥିପାଇଁ ସତର୍କ ରହିବାକୁ ଉଭୟ ଭାରତ ଏବଂ ଆମେରିକା ଚେତାବନୀ ଦେବା ଘଟଣା ସରିଫ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି।
ଉଲ୍ଲେଖଥାଉକି, ବର୍ଷ ବର୍ଷ ଧରି ପାକିସ୍ତାନ ସରକାର ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ଆସୁଥିବା ନଜିର ରହିଛି। ଏହି ପ୍ରସଙ୍ଗ ଭାରତ ବିଭିନ୍ନ ସ୍ତରରେ ଉଠାଇ ପାକିସ୍ତାନକୁ ଘେରିଆସିଥିଲା।

Leave A Reply

Your email address will not be published.