ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଜିଠୁ ଆରମ୍ଭ ହେଉଛି ରଣବୀର-ଆଲିଆଙ୍କ ପ୍ରି ୱେଡିଙ୍ଗ ଫଙ୍କସନ୍‌

0

ଶେଷରେ ସେହି ମୁହୂ ର୍ ଆସିଯାଇଛି..ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ରୀତିନୀତି ଆରମ୍ଭ ହେବାକୁ ଯାଉଛି । ଲଭ ବାର୍ଡସ ରଣବୀର ଓ ଆଲିଆଙ୍କ ବିବାହ ପୂର୍ବ କାର୍ଯ୍ୟ ଆଜିଠୁ ଆରମ୍ଭ ହେବ । ଆଜି ମେହେନ୍ଦୀ ସେରିମନି ଅନୁଷ୍ଠିତ ହେବ । ବିବାହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ରଣବୀରଙ୍କ ଘର ସମ୍ପୂର୍ଣ୍ଣ ଭାବେ ସଜାଯାଇଛିା ଆଲିଆ ଭଟ୍ଟଙ୍କ ଆପାର୍ଟମେଂଟ ବି ସେହି ବିଲ୍ଡିଂରେ । ଫୁଲ ଓ ଲାଇଟ୍‌ରେ ଘରକୁ ସୁନ୍ଦର ଭାବେ ସଜାଯାଇଛି । ସୂଚନା ଅନୁସାରେ , ପ୍ରି ୱେଡିଂ ଫଙ୍କସନ ଆଜିଠୁ ଆରମ୍ଭ ହେବ । ଏବଂ ଏବେ ସମସ୍ତଙ୍କୁ ବଲିଉଡର ମୋଷ୍ଟ ପରଫେକ୍ଟ କପଲ ଆଲିଆ ଓ ରଣବୀରଙ୍କ ୱେଡିଂ ଫଙ୍କସନର ଫଟୋ ଅପେକ୍ଷା ରହିଛି ।

ରଣବୀର କପୁର ଆଲିଆଙ୍କ ସହ ବାସ୍ତୁରେ ସାତ ଫେରେ ନେବେ । ସେହି ବିଲ୍ଡିଂରେ ଆଲିଆ ଓ ରଣବୀର ଉଭୟଙ୍କ ଘର । ବିବାହ ପୂର୍ବରୁ ବାସ୍ତୁକୁ ଏପ୍ରିଲ ୧୨ରୁ ଲାଇଟରେ ସଜେଇ ଦିଆଯାଇଛି । ସୋସିଆଲ ମିଡିଆରେ ଏହାର ବହୁ ଫଟୋ ଓ ଭିଡିଓ ସେୟାର ହୋଇଛି । ଯେଉଁଥିରେ ରଣବୀରଙ୍କ ଘର ଆଲୋକମାଳାରେ ଝଲସୁଥିବା ଦେଖିବାକୁ ମିଳିଛି । ନିଜ ଭାଇର ବାହାଘର ଦେଖିବାକୁ ସବୁ ଭଉଣୀଙ୍କ ସ୍ୱପ୍ନ ଥାଏ । ରିଧିମା କପୁର ବି ନିଜ ଭାଇ ରଣବୀରଙ୍କ ବିବାହକୁ ବହୁ ଏକ୍ସାଇଟେଡ ଅଛନ୍ତି । ନିଜ ଭାଇର ବାହାଘରରେ ଯୋଗଦେବାକୁ ନିଜ ସ୍ୱାମୀ ଓ ପିଲାଙ୍କ ସହ ମୁମ୍ବାଇ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ଯେତେବେଳେ ତାଙ୍କୁ ରଣବୀରଙ୍କ ବିବାହ ନେଇ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ, ଜଲଦି ଦେଖାହେବା । ତେବେ ରଣବୀର ଓ ଆଲିଆଙ୍କ ବିବାହକୁ ସମସ୍ତେ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.