ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ସନ୍ଦିଗ୍ଧକୁ ଧରାଇଦେଲେ ମିଳିବ ୫୦ ହଜାର ଡଲାର

0

ମଙ୍ଗଳବାର ଆମେରିକାର ସବୁଠୁ ବଡ ସହର ନ୍ୟୁୟର୍କର ବ୍ରୁକଲିନ ସ୍ଥିତି ମେଟ୍ରୋ ଷ୍ଟେସନରେ ଗୁଳିମାଡ଼ ହୋଇଥିଲା । ୧୦ ଜଣଙ୍କ ଦେହରେ ଗୁଳି ବାଜିଥିଲା । ସେମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୩ ଜଣ ମହିଳା ଥିଲେ । ଏହା ସହ ଦୌଡାଦୌଡିରେ ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି । ତେବେ ସମସ୍ତଙ୍କ ଅବସ୍ଥା ଭଲ ଥିବା ବେଳେ ଆଶ୍ୱସ୍ତିର ବିଷୟ ହେଉଛି ଯେ କାହାର ମୃତାହତ ହୋଇନାହିଁ । ଗୋଟେ ପଟେ ଏହି ଗୁଳିକାଣ୍ଡ ପୁରା ଆମେରିକାକୁ ଚକିତ କରିଦେଇଥିବା ବେଳେ ଅନ୍ୟପଟେ ଗୁଳି ଚଳାଇଥିବା ସନ୍ଦିଗ୍ଧ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛିା

ନ୍ୟୁୟର୍କ ପୁଲିସ କମିଶନର କେଚେ ସେୱେଲଙ୍କ କହିବା ଅନୁସାରେ ଆକ୍ରମଣକାରୀ ଜଣେ କଳା ରଙ୍ଗର ଲୋକ ଥିଲା । ଉଚ୍ଚତା ୫ ଫୁଟ ୫ ଇଂଚ ହେବ । ଏବଂ ଧଳା ସାର୍ଟ ପିନ୍ଧିଥିଲା । ଅଧିକାରୀଙ୍କ କହିବା ଅନୁସାରେ ଏବେ ସନ୍ଦିଗ୍ଧର ସ୍ଲେଚ ତିଆରି କରାଯାଇଛି । ତେବେ ଯିଏ ଏହି ସନ୍ଦିଗ୍ଧ ବିଷୟରେ ସୂଚନା ଦେବ ତାଙ୍କୁ ୫୦ ହଜାର ଡଲାରର ପୁରସ୍କାର ଦିଆଯିବ ବୋଲି କୁହାଯାଇଛି । ଅଧିକାରୀ ଜଣକ ଏହା ବି କହିଛନ୍ତି ଫେଡେରାଲ ଏଜେନ୍ସି ସହିତ ମିଶି ମିଳିତ ଭାବେ ଅନୁସନ୍ଧାନ କରୁଛୁ । ଯଦି କାହା ପାଖରେ କିଛି ଭିଡିଓ ଅଛି ତେବେ ସେୟାର କରନ୍ତୁ । ଏହା ସହ ରାଜ୍ୟପାଳ କହିଛନ୍ତି, ଏହି ବ୍ୟକ୍ତି ଜଣକ ଏବେ ଖୋଲାଭାବେ ବୁଲୁଛି । ଯାହା ବିପଦଜନକ ।

Leave A Reply

Your email address will not be published.