ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ସନ୍ଦିଗ୍ଧକୁ ଧରାଇଦେଲେ ମିଳିବ ୫୦ ହଜାର ଡଲାର

0

ମଙ୍ଗଳବାର ଆମେରିକାର ସବୁଠୁ ବଡ ସହର ନ୍ୟୁୟର୍କର ବ୍ରୁକଲିନ ସ୍ଥିତି ମେଟ୍ରୋ ଷ୍ଟେସନରେ ଗୁଳିମାଡ଼ ହୋଇଥିଲା । ୧୦ ଜଣଙ୍କ ଦେହରେ ଗୁଳି ବାଜିଥିଲା । ସେମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୩ ଜଣ ମହିଳା ଥିଲେ । ଏହା ସହ ଦୌଡାଦୌଡିରେ ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି । ତେବେ ସମସ୍ତଙ୍କ ଅବସ୍ଥା ଭଲ ଥିବା ବେଳେ ଆଶ୍ୱସ୍ତିର ବିଷୟ ହେଉଛି ଯେ କାହାର ମୃତାହତ ହୋଇନାହିଁ । ଗୋଟେ ପଟେ ଏହି ଗୁଳିକାଣ୍ଡ ପୁରା ଆମେରିକାକୁ ଚକିତ କରିଦେଇଥିବା ବେଳେ ଅନ୍ୟପଟେ ଗୁଳି ଚଳାଇଥିବା ସନ୍ଦିଗ୍ଧ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛିା

ନ୍ୟୁୟର୍କ ପୁଲିସ କମିଶନର କେଚେ ସେୱେଲଙ୍କ କହିବା ଅନୁସାରେ ଆକ୍ରମଣକାରୀ ଜଣେ କଳା ରଙ୍ଗର ଲୋକ ଥିଲା । ଉଚ୍ଚତା ୫ ଫୁଟ ୫ ଇଂଚ ହେବ । ଏବଂ ଧଳା ସାର୍ଟ ପିନ୍ଧିଥିଲା । ଅଧିକାରୀଙ୍କ କହିବା ଅନୁସାରେ ଏବେ ସନ୍ଦିଗ୍ଧର ସ୍ଲେଚ ତିଆରି କରାଯାଇଛି । ତେବେ ଯିଏ ଏହି ସନ୍ଦିଗ୍ଧ ବିଷୟରେ ସୂଚନା ଦେବ ତାଙ୍କୁ ୫୦ ହଜାର ଡଲାରର ପୁରସ୍କାର ଦିଆଯିବ ବୋଲି କୁହାଯାଇଛି । ଅଧିକାରୀ ଜଣକ ଏହା ବି କହିଛନ୍ତି ଫେଡେରାଲ ଏଜେନ୍ସି ସହିତ ମିଶି ମିଳିତ ଭାବେ ଅନୁସନ୍ଧାନ କରୁଛୁ । ଯଦି କାହା ପାଖରେ କିଛି ଭିଡିଓ ଅଛି ତେବେ ସେୟାର କରନ୍ତୁ । ଏହା ସହ ରାଜ୍ୟପାଳ କହିଛନ୍ତି, ଏହି ବ୍ୟକ୍ତି ଜଣକ ଏବେ ଖୋଲାଭାବେ ବୁଲୁଛି । ଯାହା ବିପଦଜନକ ।

Leave A Reply

Your email address will not be published.