ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୭୪ ବର୍ଷରେ ରାଜଧାନୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

0

ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ବର୍ଷରେ ପାଦଦେଇଛି ରାଜଧାନୀ । ରାସ୍ତାଘାଟଠୁ ନେଇ ଆଲୋକୀକରଣ, ଲୋକଙ୍କ ଜୀବନଶୈଳୀ ସବୁକିଛି ବଦଳିଛି ଏହି ୭୪ ବର୍ଷ ମଧ୍ୟରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଏକାମ୍ର କ୍ଷେତ୍ର ଭୁବନେଶ୍ୱର ଦେଶର ପ୍ରମୁଖ ସ୍ମାର୍ଟ ସିଟିରେ ପରିଣତ ହୋଇଛି । ସଂସ୍କୃତି, ଶିକ୍ଷା,ସ୍ୱାସ୍ଥ୍ୟସେବାଠୁ କ୍ରୀଡା କ୍ଷେତ୍ରରେ ରୂପାନ୍ତରଣ ହୋଇଛି । ଭୁବନେଶ୍ୱରକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବାକୁ ଏକ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି ।

୧୯୪୮ ମସିହା ଏପ୍ରିଲ ୧୩ ତାରିଖ ଦିନ ମନ୍ଦିର ମାଳିନୀ ସହର ଭୁବନେଶ୍ୱରର ଓଡିଶାର ରାଜଧାନୀ ହୋଇଥିଲା ।ଐତିହ ସହର ଭାବେ ପରିଚିତ ଭୁବନେଶ୍ୱରରେ ଏବେ ଲୋକ ସଂଖ୍ୟା ବଢିବା ସହ ବିକାଶ ଆଗେଇଛି । ରୋଜଗାର ପାଇଁ ଏବେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଭୁବନେଶ୍ୱର । ବିଶ୍ୱସ୍ତରୀୟ କ୍ରୀଡା ଆୟୋଜନ କରି ପ୍ରଶଂସା ସାଉଁଟିଛି ଭୁବନେଶ୍ୱର । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ରାଜଧାନୀ । ଦେଶ ସ୍ୱାଧୀନ ହେବାର ପରବର୍ଷ ୧୯୪୮ ମସିହାରେ ଓଡିଶାର ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିଲା । ଭୁବନେଶ୍ୱର ଓ କଟକ ଏକାସାଙ୍ଗେ ଓଡିଶାର ଟ୍ୱିନସିଟି ବା ଦୈତ ସହର ଭାବେ ଜଣାଣୁଣା । ଭୁବନେଶ୍ୱରରେ ରହିଛି ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର । ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିର ମାନଙ୍କରେ ଲିଙ୍ଗରାଜ ମନ୍ଦିର ରାଜାରାଣୀ ମନ୍ଦିର,ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ ।

ତେବେ ୩ ଦିନ ଧରି ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ପାଳନ କରାଯିବ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି, ସୂଚନା ଓ ଲୋକସଂପର୍କ ବିଭାଗ, ଜିଲ୍ଲା ପ୍ରଶାସନ ଓ ବିଏମସି ପକ୍ଷରୁ ମିଳିତ ଭାବେ ପାଳନ କରାଯିବ । ଏଥିପାଇଁ ଲୋୟର ପିଏଜିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.