ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଆଇପିଏଲ୍ରୁ ରୋହିତ ଶର୍ମାଙ୍କ ପାଇଁ ଆସିପାରେ ବଡ ବିପଦ

0

ଚଳିତ ବର୍ଷ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର କୌଣସି ରଣନୀତି ଏଯାଏ କାମ ଦେଉନି । ଆଇପିଏଲ୍ ସିଜନ ୧୫ରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଟି ମ୍ୟାଚ୍ ଖେଳିଥିବା ବେଳେ ଏଯାଏଁ ଗୋଟିଏ ହେଲେ ବିଜୟ ପାଇନି। ଅଧିନାୟକ ରୋହିତ ଶର୍ମା ଓ ଟିମ୍‌ ମ୍ୟାନେଜମେଣ୍ଟ ଦଳର କମ୍ବିନେସନ ବଦଳାଉଛନ୍ତି ସତ, ହେଲେ ମୁମ୍ବାଇ ଇଣ୍ଡିଆନ୍ସର ଭାଗ୍ୟ ଫିଟି ପାରୁନାହିଁ। ବୁଧବାର ରାତିରେ ଖେଳା ଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପଞ୍ଜାବ କିଙ୍ଗସ ୧୨ ରନରେ ପରାସ୍ତ କରିଛି; ଯାହା ଫ୍ୟାନ୍ସଙ୍କୁ ନିରାଶ କରିଛି।

ଏଥିସହିତ ଆଇପିଏଲରେ ପୁଣି ଥରେ ପଞ୍ଜାବ ବିପକ୍ଷରେ ମନ୍ଥର ଗତି ହେତୁ ମୁମ୍ୱାଇ ଇଣ୍ଡିଆନ୍ସକୁ ଜରିମାନା କରାଯାଇଛି। ଚଳିତ ସିଜନରେ ମୁମ୍ବାଇର ଏହା ଦ୍ୱିତୀୟ ଭୁଲ ଥିଲା, ତେଣୁ ଅଧିନାୟକଙ୍କ ସମେତ ଅନ୍ୟ ଖେଳାଳିମାନେ ମଧ୍ୟ ଅଣ୍ଟା ଭିଡିଥିଲେ । ଯଦି ମୁମ୍ବାଇ ଇଣ୍ଡିଆନ୍ସ ଏହି ସିଜନରେ ତୃତୀୟ ଥର ପାଇଁ ଏହି ଭୁଲକୁ ପୁନରାବୃତ୍ତି କରେ । ତେବେ ଜରିମାନା ସହିତ ଅଧିନାୟକ ରୋହିତ ଶର୍ମାଙ୍କୁ ମଧ୍ୟ ଗୋଟିଏ ମ୍ୟାଚ୍ ପାଇଁ ବାରଣ କରାଯାଇପାରେ। ଯ

ଦି କୌଣସି ଦଳ ଗୋଟିଏ ସିଜନରେ ତୃତୀୟ ଥର ଏହି ଭୁଲ କରେ, ତେବେ ଅଧିନାୟକଙ୍କୁ ଗୋଟିଏ ମ୍ୟାଚ୍ ବ୍ୟାନ୍ ସହିତ ୩୦ଲକ୍ଷ ଟଙ୍କା ଜରିମାନା ଏବଂ ଖେଳୁଥିବା ଏକାଦଶ ଖେଳାଳିଙ୍କୁ ୧୨ଲକ୍ଷ ଟଙ୍କା କିମ୍ବା ମ୍ୟାଚ୍ ଫି ର ୫୦ପ୍ରତିଶତ ଜରିମାନା କରାଯିବ । ଆଉ ରୋହିତ ଶର୍ମା ଆଉ ଗୋଟିଏ ଭୁଲ୍‌ କରିବେ ତେବେ ତାଙ୍କୁ ଏହା ମହଙ୍ଗା ପଡିପାରେ । ଏହି ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ଆଉ ୯ଟି ମ୍ୟାଚ୍ ବାକି ରହିଛି, ଯଦି ସେ ଥରେ ଧୀମା ଓଭରରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଅଧିନାୟକ ରୋହିତ ଶର୍ମାଙ୍କୁ ଗୋଟିଏ ମ୍ୟାଚ୍ ବାରଣ କରାଯାଇପାରେ।

Leave A Reply

Your email address will not be published.