ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆଇପିଏଲ୍ରୁ ରୋହିତ ଶର୍ମାଙ୍କ ପାଇଁ ଆସିପାରେ ବଡ ବିପଦ

0

ଚଳିତ ବର୍ଷ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର କୌଣସି ରଣନୀତି ଏଯାଏ କାମ ଦେଉନି । ଆଇପିଏଲ୍ ସିଜନ ୧୫ରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଟି ମ୍ୟାଚ୍ ଖେଳିଥିବା ବେଳେ ଏଯାଏଁ ଗୋଟିଏ ହେଲେ ବିଜୟ ପାଇନି। ଅଧିନାୟକ ରୋହିତ ଶର୍ମା ଓ ଟିମ୍‌ ମ୍ୟାନେଜମେଣ୍ଟ ଦଳର କମ୍ବିନେସନ ବଦଳାଉଛନ୍ତି ସତ, ହେଲେ ମୁମ୍ବାଇ ଇଣ୍ଡିଆନ୍ସର ଭାଗ୍ୟ ଫିଟି ପାରୁନାହିଁ। ବୁଧବାର ରାତିରେ ଖେଳା ଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପଞ୍ଜାବ କିଙ୍ଗସ ୧୨ ରନରେ ପରାସ୍ତ କରିଛି; ଯାହା ଫ୍ୟାନ୍ସଙ୍କୁ ନିରାଶ କରିଛି।

ଏଥିସହିତ ଆଇପିଏଲରେ ପୁଣି ଥରେ ପଞ୍ଜାବ ବିପକ୍ଷରେ ମନ୍ଥର ଗତି ହେତୁ ମୁମ୍ୱାଇ ଇଣ୍ଡିଆନ୍ସକୁ ଜରିମାନା କରାଯାଇଛି। ଚଳିତ ସିଜନରେ ମୁମ୍ବାଇର ଏହା ଦ୍ୱିତୀୟ ଭୁଲ ଥିଲା, ତେଣୁ ଅଧିନାୟକଙ୍କ ସମେତ ଅନ୍ୟ ଖେଳାଳିମାନେ ମଧ୍ୟ ଅଣ୍ଟା ଭିଡିଥିଲେ । ଯଦି ମୁମ୍ବାଇ ଇଣ୍ଡିଆନ୍ସ ଏହି ସିଜନରେ ତୃତୀୟ ଥର ପାଇଁ ଏହି ଭୁଲକୁ ପୁନରାବୃତ୍ତି କରେ । ତେବେ ଜରିମାନା ସହିତ ଅଧିନାୟକ ରୋହିତ ଶର୍ମାଙ୍କୁ ମଧ୍ୟ ଗୋଟିଏ ମ୍ୟାଚ୍ ପାଇଁ ବାରଣ କରାଯାଇପାରେ। ଯ

ଦି କୌଣସି ଦଳ ଗୋଟିଏ ସିଜନରେ ତୃତୀୟ ଥର ଏହି ଭୁଲ କରେ, ତେବେ ଅଧିନାୟକଙ୍କୁ ଗୋଟିଏ ମ୍ୟାଚ୍ ବ୍ୟାନ୍ ସହିତ ୩୦ଲକ୍ଷ ଟଙ୍କା ଜରିମାନା ଏବଂ ଖେଳୁଥିବା ଏକାଦଶ ଖେଳାଳିଙ୍କୁ ୧୨ଲକ୍ଷ ଟଙ୍କା କିମ୍ବା ମ୍ୟାଚ୍ ଫି ର ୫୦ପ୍ରତିଶତ ଜରିମାନା କରାଯିବ । ଆଉ ରୋହିତ ଶର୍ମା ଆଉ ଗୋଟିଏ ଭୁଲ୍‌ କରିବେ ତେବେ ତାଙ୍କୁ ଏହା ମହଙ୍ଗା ପଡିପାରେ । ଏହି ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ଆଉ ୯ଟି ମ୍ୟାଚ୍ ବାକି ରହିଛି, ଯଦି ସେ ଥରେ ଧୀମା ଓଭରରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଅଧିନାୟକ ରୋହିତ ଶର୍ମାଙ୍କୁ ଗୋଟିଏ ମ୍ୟାଚ୍ ବାରଣ କରାଯାଇପାରେ।

Leave A Reply

Your email address will not be published.