ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

‘ପିସିସି ସଭାପତି ପରିବର୍ତ୍ତନ ଯେତେ ଶୀଘ୍ର ହେବ ସେତେ ଭଲ’

0

ଓଡିଶା କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗ ଜୋର ଧରିଥିବା ବେଳେ ପିସିସି ପରିବର୍ତ୍ତନ ନେଇ ମୁହଁ ଖୋଲିଛନ୍ତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି, ପିସିସି ପରିବର୍ତ୍ତନ ହେଉ । କଂଗ୍ରେସରେ ବହୁ ଯୋଗ୍ୟ ଲୋକ ସଭାପତି ପଦ ପାଇଁ ଅଛନ୍ତି । ଦୁଇ ତିନି ବର୍ଷରେ ପିସିସି ପରିବର୍ତ୍ତନ ହୁଏ,ଏହା କିଛି ନୂଆ କଥା ନୁହେଁ ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମ ସାମନାରେ କହିଛନ୍ତି ଯେ, ସେ ବହୁତ ଆଗରୁ ଇସ୍ତଫା ଦେଇସାରିଛନ୍ତି । ଇସ୍ତଫା ପତ୍ର ସାର୍ବଜନୀନ କରିବାର ଆବଶ୍ୟକ ନାହିଁ । ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ଏବେ ଏଆଇସିସି ହାତରେ ନିଷ୍ପତ୍ତି। ତେବେ ଯେତେଶୀଘ୍ର ଏ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ ଦଳ ପାଇଁ ସେତେ ଭଲ ହେବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନରେ କଂଗ୍ରେସରେ ଶୋଚନୀୟ ପରାସ୍ତ ପରେ ପିସିସି ପରିବର୍ତ୍ତନ ହେବାକୁ ନେଇ ଚାଲିଛି ଆକଳନ । ଖୁବ ଶୀଘ୍ର ପିସିସି ସଭାପତି ବଦଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ ବିଧାୟକ ସୁର ରାଉତରାୟ କହିଛନ୍ତି, ପିସିସି ସଭାପତି ପାଇଁ ୧୩/୧୪ ଜଣଙ୍କ ନାଁ ଚର୍ଚ୍ଚା ହେଉଛି । କିଏ ବରିଷ୍ଠଙ୍କୁ ପିସିସି ସଭାପତି କରିବାକୁ ଚାହୁଁଥିବା ବେଳେ କିଏ କଂଗ୍ରେସ ଧାୟକଙ୍କ ମଧ୍ୟରୁ ତ ଆଉ କିଏ ଯୁବ ଗୋଷ୍ଠୀଙ୍କୁ ଦାୟିତ୍ୱ ଦେବାକୁ କହୁଛନ୍ତି । ତେବେ ମୋ ମତରେ ଜଣେ ଷ୍ଟ୍ରଙ୍ଗମ୍ୟାନଙ୍କୁ ସଙ୍ଗଠନ ଦାୟିତ୍ୱ ଦିଆଯାଉ ବୋଲି ସୁର ରାଉତରାୟ କହିଛନ୍ତି ।

Leave A Reply

Your email address will not be published.