ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ବିବାହ ବନ୍ଧନରେ ବାନ୍ଧିହେଲେ ଆଲିଆ-ରଣବୀର

0

ଶେଷରେ ସରିଛି ବିବାହ । ପତି, ପତ୍ନୀ ହୋଇଛନ୍ତି ରଣବୀର-ଆଲିୟା । ଦୀର୍ଘଦିନ ଧରି ହେଉଥିବା ଅପେକ୍ଷା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ କୌଣସି ହାତଛଡା କରିନାହାନ୍ତି ଏହି ପ୍ରେମୀ ଯୁଗଳ ।ବିବାହରେ ଉଭୟ ରଣବୀର ଆଲିୟା ସବ୍ୟସାଚୀଙ୍କ ଦ୍ୱାରା ପ୍ରସ୍ତୁତ ଆଉଟଫିଟ୍ ପିନ୍ଧିଥିଲେ । ବିବାହ ଉତ୍ସବରେ ବଲିଉଡ଼ର କିଛି କିଛି ବଛା ସେଲିବ୍ରେଟି ଯୋଗଦେଲେ । ବିବାହରେ ସମସ୍ତେ ଧଳା ଓ ଗୋଲାପି ରଙ୍ଗର ଡ୍ରେସ କୋର୍ଡ ପିନ୍ଧି ଯୋଗ ଦେଇଥିଲେ ।

ରିପୋର୍ଟ ମୁତାବକ, ଆଲିଆ ଓ ରଣବୀର ବିବାହରେ ୪ ଜଣ ବ୍ରାହ୍ମଣ ଆସିଥିଲେ । ଏହି ୪ ଜଣ ମିଶି ରଣବୀର-ଆଲିଆଙ୍କ ବିବାହ କରିଛନ୍ତି । ରଣବୀର-ଆଲିଆଙ୍କ ବିବାହ କେବଳ ଦୁଇ ପରିବାରର ଘନିଷ୍ଠ ବନ୍ଧୁଙ୍କୁ ନେଇ ଆୟୋଜିତ ହୋଇଯାଇଛି । କିଛି ବଛା ବଛା ସେଲିବ୍ରେଟିଙ୍କୁ ଛାଡିଦେଲେ ଆଉ କାହାକୁ ବିବାହକୁ ଆମନ୍ତ୍ରିତ କରାଯାଇନଥିଲା । ଖୁବ ଜାକଜକମରେ ବିବାହ ଦିନ ୩ଟା ୩୦ ମିନିଟରେ ହୋଇଥିଲା ।ଆଗାମୀ ଦିନରେ ଏକ ବିରାଟ ପାର୍ଟି ଆୟୋଜନ ହେବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.