ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ରେଳ ଧାରଣାରେ ପ୍ରେମୀ ଯୁଗଳଙ୍କ ମୃତଦେହ

0

ସମ୍ବଲପୁର: ରେଳ ଧାରଣାରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ। ସମ୍ବଲପୁର ବୁର୍ଲା କଟାପାଲି ନିକଟସ୍ଥ ରେଳବାଇ ଓଭରବ୍ରିଜ ତଳେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ପଡିଥିବା ଆଜି ଦେଖିବାକୁ ମିଳିଥିଲା। ଉଭୟ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପ୍ରେମୀ ଯୁଗଳଙ୍କ ମୃତଦେହର ପରିଚୟ ମିଳିପାରିନାହିଁ।ତେବେ ମୃତଦେହ ନିକଟରେ ଗୋଟିଏ ହେଲମେଟ ଓ ବାଇକ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଜିଆରପି ତଦନ୍ତ ଆରମ୍ଭ କରିଛି।

ଆଜି ସକାଳୁ ସ୍ଥାନୀୟ ଲୋକମାନେ ରେଳଧାରଣା କଡରେ ଦୁଇ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏହା ପରେ ଜିଆରପି ପୁଲିସକୁ ଖବର ପଠାଇଥିଲେ। ତେବେ ଉଭୟ ପ୍ରେମୀ ଯୁଗଳ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ କିଏ ଓ କାହିିଁକି ଆତ୍ମହତ୍ୟା କଲେ ଜଣାପଡିନାହିଁ।

Leave A Reply

Your email address will not be published.