ପ୍ରମୁଖ ଖବର

ସୁନ୍ଦରଗଡ଼ରେ ପ୍ରଚଣ୍ଡ ରୌଦ୍ରତାପ: ଅଂଶୁଘାତରେ ୨୮ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି
ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଓଲଟିଲା ବସ୍‌, ୨୧ ଯବାନ ଆହତ
ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା: କଟିଲା ତିନି ପୂର୍ବତନ ମନ୍ତ୍ରୀଙ୍କ ଟିକେଟ
ବାଲେଶ୍ବର ଜିଲ୍ଲା ନୀଳଗିରି ଚିକିତ୍ସାଳୟ ସମ୍ମୁଖରେ କ୍ଷୀର ଗାଡ଼ି ଧକ୍କାରେ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ, ମୃତକ ଛୋଟକାନପୁର ଅଞ୍ଚଳ ଲକ୍ଷ୍ମୀଧର ଜେନା ଏବଂ ତାଙ୍କର ବୟସ ୫୫ ବୋଲି ସୂଚନା ମିଳୁଛି
ମହାନଦୀ ଡଙ୍ଗାବୁଡ଼ି ଘଟଣା: ମିଳିଲା ଆଉ ୩ ଜଣଙ୍କ ମୃତଦେହ, ଏବେବି ୪ ନିଖୋଜ

ଭାରତ-ପାକ୍ ସଂପର୍କ ବଢ଼ିବ ନା ଛିଡ଼ିବ?

0
  • ଇମ୍ରାନ ଆଉଟ, ଶେହବାଜ ସରିଫ ଇନ

ନୂଆଦିଲ୍ଲୀ: ନିକଟରେ ଇମ୍ରାନ ଖାନଙ୍କୁ ବିଦା କରି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଯୋଗଦେଇଛନ୍ତି ଶାହବାଜ ସରିଫ୍। ସରିଫ୍ ଦାୟିତ୍ବ େନବା ପରେ ଭାରତ ଓ ପାକ୍ ସଂପର୍କରେ ଉନ୍ନତି ଘଟିବ ନା ତିକ୍ତତା ବଢିବ, ସେ ନେଇ ଏବେ ବୁଦ୍ଧିଜୀବୀ ମହଲରେ ଅନୁଶୀଳନ ଆରମ୍ଭ ହୋଇଛି।

ଏମିତିରେ ବି ୨୦୨୩ରେ ପାକିସ୍ତାନରେ ନିର୍ବାଚନ ହେବ। ସେ ଯାଏ ସରିଫ କ୍ଷମତାରେ ରହିବେ। ଏହା ପରେ ସେ ପୁଣି କ୍ଷମତାକୁ ଫେରିବେ ନା ନାହିଁ, ତାହା ଭିନ୍ନ ପ୍ରସଙ୍ଗ। ହେଲେ ସେଯାଏ ଭାରତ ସହ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବରେ ଶାହବାଜ ସରିଫଙ୍କ କାର୍ଯ୍ୟକାଳ ଅତ୍ୟନ୍ତ ସ୍ବଳ୍ପ ହେଲେ ବି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ଗୋଟିଏ ପକ୍ଷ କହୁଛନ୍ତି ଯେ ଶାହବାଜଙ୍କର ପରିଚୟ ହେଉଛି ସେ ପୂର୍ବତନ ପ୍ରଧାନମନ୍ତ୍ରୀ ନଵାଜ ସରିଫଙ୍କ ଭାଇ। ନଵାଜ ତିନି ତିନି ଥର ପ୍ରଧାନମନ୍ତ୍ରୀ ଥିଲେ। ଭାରତ ସହିତ ତାଙ୍କର ଗୋଟିଏ ଭିନ୍ନ ସଂପର୍କ ଥିଲା। ୧୯୯୯ରେ ଲାହୋରରେ ସେ ଶାନ୍ତି ଆଲୋଚନା କରିଥିଲେ। ସେ ସମୟରେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପେୟୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଧ୍ୟ ନୱାଜ ସରିଫଙ୍କର ମଧ୍ୟ ଭଲ ସମୀକରଣ ରହିଥିଲା। ଆଫଗାନିସ୍ତାନରୁ ଘରକୁ ଫେରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ନୱାଜ ସରିଫଙ୍କ ପରିବାରର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପାକିସ୍ତାନରେ ଓହ୍ଲାଇଥିଲେ। ଏହା ସେ ସମୟରେ ସମଗ୍ର ବିଶ୍ବକୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା। ଗତ ଦଶନ୍ଧି ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହା ଶେଷ ପାକିସ୍ତାନ ଗସ୍ତ ଥିଲା।

ଅନ୍ୟ ଗୋଟିଏ ଗୋଷ୍ଠୀର ମତ ହେଉଛି, ପାକିସ୍ତାନରେ ଶାସକ ଯେତେ ପରାକ୍ରମୀ ହୁଅନ୍ତୁ ନା କାହିଁକି, ସେନା ସବୁବେଳେ ପ୍ରଭାବୀ ହୋଇରହିଥାଏ। ପୁଣି ଭାରତ ପରିପ୍ରେକ୍ଷୀରେ ସେନାର ଭୂମିକା ଓ ପରାମର୍ଶକୁ ସର୍ବଦା ଗୁରୁତ୍ବ ମିଳିଥାଏ। ୧୯୯୯ ମସିହାରେ ଭାରତ ଏହାକୁ ପ୍ରତ୍ୟକ୍ଷ କରିଥିଲା। ସେବେ ବାଜପେୟୀ ଓ ସରିଫଙ୍କ ଆଲୋଚନାର ମାତ୍ର ତିନିମାସ ପରେ ପାକିସ୍ତାନର ସାମରିକ ଶାସକ ଜେନେରାଲ ପରଭେଜ ମୁଶରଫଙ୍କ ନେତୃତ୍ବରେ କାର୍ଗିଲ ଯୁଦ୍ଧ ଲଢ଼ାଯାଇଥିଲା। କେବଳ ସେତିକି ନୁହେଁ, ୨୦୧୫ରେ ମୋଦୀ-ସରିଫ ଆଲିଙ୍ଗନ ଓ ଚା’ ପାନ ପରେ ୨୦୧୬ରେ ଭାରତରେ ପଠାନକୋଟ ଆତଙ୍କବାଦୀ ଆକ୍ରମଣକୁ ପ୍ରତିରକ୍ଷା ବିଶେଷଜ୍ଞମାନେ ପଛରୁ ଛୁରୀକାଘାତ ବୋଲି ବର୍ଣ୍ଅଣନା କରିଥିଲେ। ଏହା ସଂପର୍କରେ ଫାଟ ସୃଷ୍ଟି କରିଥିଲା। ଏହା ପରେ ପରେ ଉରି ଆତଙ୍କବାଦୀ ଆକ୍ରମଣ ଘଟଣା ଭାରତକୁ ବିବ୍ରତ କରିଥିଲା, ଯେଉଁଥିପାଇଁ ସର୍ଜିକାଲ୍ ଷ୍ଟ୍ରାଇକ୍ ଜରିଆରେ ଜବାବ ଦେଇଥିଲା ଭାରତ।
ଏସବୁ ବ୍ୟତୀତ ଭାରତରେ ଆତଙ୍କବାଦୀ ଆକ୍ରମଣ ହେଉ କିମ୍ବା ପଞ୍ଜାବ ଏବଂ କଶ୍ମୀର ପ୍ରସଙ୍ଗ ଆଦି ପାକ୍ ସରକାରଙ୍କ ବିନା ସହଯୋଗରେ ହେଉଛି, ଏକଥା କେହି ମଧ୍ୟ ବିଶ୍ବାସ କରିବେ ନାହିଁ।

ତେବେ ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ସହିତ ସଂପର୍କ ସୁଦୃଢ ହେବ ବୋଲି କହିଥିଲେ। ମାତ୍ର ପୁଲଵାମା, ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ହୋଇଛି। ସୀମାରେ ଅନେକବାର ଉତ୍ତେଜନା ଲାଗି ରହିଥିଲା। ସଂପ୍ରତି ୟୁକ୍ରେନ୍ ଯୁଦ୍ଧ ପୂର୍ବରୁ ଇମ୍ରାନଙ୍କ ରୁଷ୍ ଗସ୍ତ ସମୁଦାୟ ରାଜନୀତି ଗଣିତକୁ ପରିବର୍ତ୍ତନ କରିଥିଲା। ହେଲେ ଇମ୍ରାନ କିନ୍ତୁ ବିଦା ହେବା ପରେ ଏହାର ପ୍ରଭାବ ସଂପ୍ରତି ବିଶେଷ ନାହିଁ।

ଏହା ସତ୍ତ୍ବେ ଆଶ୍ବାସନାର କଥା ହେଉଛି, ଶେହବାଜ ଦାୟିତ୍ବ ନେବା ପରେ ଭାରତ ସହିତ ସେମାନେ ଶାନ୍ତିପୂର୍ଣ୍ଣ ସଂପର୍କ ଚାହାନ୍ତି ବୋଲି କହିଛନ୍ତି। କେବଳ ସେତିକି ନୁହେଁ, ଏକଥା ବି କୁହାଯାଇଛି ଯେ କାଶ୍ମୀର ସମସ୍ୟା ଆଲୋଚନା ମାଧ୍ୟମରେ ହିଁ ସମାଧାନ ହେବ। ସେନା ସହିତ ସରିଫଙ୍କ ସଂପର୍କ ହିଁ ନିର୍ଣ୍ଣୟ କରିବ ଆଗକୁ ରଣନୀତି ବା ଭାରତ ସହିତ ପାକିସ୍ତାନର ସଂପର୍କ କିଭଳି ରହିବ।

ଏଠାରେ ଉଲ୍ଲେଖଥାଉକି, ୨୦୧୬ ଉରି ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଓ ପାକିସ୍ତାନ ପରସ୍ପର ସହିତ କଥାବାର୍ତ୍ତା କରିନାହାନ୍ତି।
ଏହା ପରେ ବି ସରିଫ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆତଙ୍କବାଦ ମୁକ୍ତ ସହିତ ଭାରତ ଶାନ୍ତି ଓ ସ୍ଥିରତା ଚାହୁଁଛି ବୋଲି ଜଣାଇଥିଲେ। ଏହାଦ୍ବାରା ବିକାଶ ଉପରେ ଧ୍ୟାନ ଦିଆଯାଇପାରିବ ଏବଂ ଲୋକଙ୍କ କଲ୍ୟାଣ ଓ ସମୃଦ୍ଧି ନିଶ୍ଚିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଏହାର ଜବାବ ଦେଇ ସରିଫ କହିଥିଲେ ଯେ ପାକିସ୍ତାନ ଭାରତ ସହ ଶାନ୍ତିପୂର୍ଣ୍ଣ ତଥା ସହଯୋଗୀ ସମ୍ପର୍କ ଚାହୁଁଛି। କିନ୍ତୁ ସେ ପୁଣିଥରେ ସୂଚାଇ ଦେଇଛନ୍ତି ଯେ ଜାମ୍ମୁ କାଶ୍ମୀର ସମେତ ଉଲ୍ଲେଖନୀୟ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଏକାନ୍ତ ଆବଶ୍ୟକ।

ଆତଙ୍କବାଦ ବିରୋଧରେ ଲଢିବା କ୍ଷେତ୍ରରେ ସେ ପାକିସ୍ତାନର ବଳିଦାନ ଉପରେ ଆଲୋକପାତ କରି କହିଛନ୍ତି, “ଆସନ୍ତୁ ଶାନ୍ତି ଏବଂ ଆମ ଲୋକଙ୍କ ସାମାଜିକ-ଅର୍ଥନୈତିକ ବିକାଶ ଉପରେ ଫୋକସ୍ କରିବା।” କିନ୍ତୁ ଏକଥା ସମସ୍ତେ ଜାଣନ୍ତି ଯେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଗୋଟିଏ ନିଷ୍ପତ୍ତି ନେବା କଷ୍ଟକର।

Leave A Reply

Your email address will not be published.