ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଜୁଲାଇ ୧ରୁ ୩୦୦ ୟୁନିଟ ମାଗଣା ବିଜୁଳି

0

ଚଣ୍ଡିଗଡ: ପଞ୍ଜାବରେ ଭଗୱନ୍ତ ମାନ ସରକାରଙ୍କ ବଡ଼ ଘୋଷଣା। ଜୁଲାଇ ୧ ତାରିଖରୁ ପଞ୍ଜାବରେ ପ୍ରତି ଘରେ ୩୦୦ ୟୁନିଟ ଯାଏଁ ମାଗଣା ବିଜୁଳି ସୁବିଧା ମିଳିବ। ମାନ୍‌ ସରକାର ନିଜର ୩୦ ଦିନର ରିପୋର୍ଟ କାର୍ଡ ଜାରି କରିଛନ୍ତି।ଏହା ସହ ଖବରକାଗଜର ବିଜ୍ଞାପନ ମାଧ୍ୟମରେ ଦାବି କରିଛନ୍ତି ଯେ ଜୁଲାଇ ୧ରୁ ୩୦୦ ୟୁନିଟ ମାଗଣା ବିଜୁଳି ଦିଆଯିବ।

ତେବେ ଏବେ ଯାଏଁ ବିଜୁଳି କି ନେଇ ଭଗୱନ୍ତ ମାନଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏହା ପୂର୍ବରୁ ମାନ୍ କହିଥିଲେ ଯେ, ଏପ୍ରିଲ ୧୬ରେ ଲୋକଙ୍କ ପାଇଁ ବଡ଼ ଘୋଷଣା କରିବେ। ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସେ ଭେଟିଥିଲେ। ବୈଠକ ପରେ କହିଥିଲେ ଯେ, ଖୁବ ଶୀଘ୍ର ପଞ୍ଜାବ ଲୋକଙ୍କ ପାଇଁ ଏକ ଭଲ ଖବର ଦେବେ।

ଦିଲ୍ଲୀରେ ଆମ ଆଦମୀ ପାର୍ଟି ଲୋକଙ୍କୁ ମାଗଣା ବିଜୁଳି ପ୍ରଦାନ କରୁଛି। ପଞ୍ଜାବରେ ଆପ ସରକାର ଆସିଲେ ଏଠାରେ ମାଗଣା ବିଜୁଳି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କେଜ୍ରିୱାଲ କହିଥିଲେ, ଦିଲ୍ଲୀରେ ଯେଉଁଭଳି ସରକାରୀ ଅଧିକାରୀ ମାନେ ଲୋକଙ୍କ ଘରକୁ ଯାଇ କାମ କରୁଛନ୍ତି ଓ ସୁବିଧା କରାଉଛନ୍ତି, ଚଣ୍ଡିଗଡ଼ରେ ମଧ୍ୟରେ ସେହିପରି ନଗର ନିଗମ ଅଧିକାରୀ ମାନେ କରିବେ। ଦିଲ୍ଲୀରେ ଯେପରି ମାଗଣା ବିଜୁଳି ଓ ପାଣି ଦିଆଯାଉଛି ଚଣ୍ଡିଗଡ଼ରେ ବି ସେହିପରି ମାଗଣାରେ ଯୋଗାଇଦିଆଯିବ ବୋଲି କେଜ୍ରିୱାଲ କହିଥିଲେ ।

Leave A Reply

Your email address will not be published.