ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱରରେ ଏଟିଏମ୍ ତାଡିଥିଲେ, ବାଙ୍ଗାଲୋରରୁ ଗିରଫ ହେଲେ

0

ଭୁବନେଶ୍ୱର ଲିଙ୍ଗିପୁରରୁ ଏଟିଏମ ତାଡି ନେଇ ଲୁଟ ମାମଲାରେ କମିଶନରେଟ ପୁଲିସକୁ ସଫଳତା । ଏଟିଏମ ଲୁଟ୍‌ରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ୱାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି । ମିଶନ ଇମ୍ପୋସିବୁଲ ଜରିଆରେ ଅଭିଯୁକ୍ତଙ୍କୁ ଧରାଯାଇଥିବା ସିପି କହିଛନ୍ତି । ବାଙ୍ଗାଲୋରରୁ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ । ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ପ୍ରୟାସ ଚଳାଇଛି । ଏଟିଏମ୍ ତାଡିବା ପରେ ଚୋରା ଟାଟା ଏସିଇ ଗାଡି ବ୍ୟବହୃତ କରାଯାଇଛି ।

ବାଙ୍ଗାଲୋରରେ ଅପରାଧ ଘଟାଇବା ଯୋଜନାରେ ଥିଲେ ଅଭିଯୁକ୍ତ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପୁଲିସ ଅଧିକ ତଦନ୍ତ କରିବ ବୋଲି ପୁଲିସ କମିଶନର କହିଛନ୍ତି । ବାହାରୁ ଆସି ଏହି ଗ୍ୟାଙ୍ଗ ସଦସ୍ୟ ପ୍ରଥମେ ରେକି କରିଥାନ୍ତି । ଏଟିଏମ ଲୁଟ ପରେ ବାଂଲାଦେଶକୁ ଫେରି ଯାଇଥାନ୍ତି ଅଭିଯୁକ୍ତ । ଲୁଟେରା ଗ୍ୟାଙ୍ଗ ସଦସ୍ୟ ନିଜ ନିଜ ସହ ବେଶି ସଂଶ୍ଲିଷ୍ଟ ହୁଅନ୍ତିନି । ଏଟିଏମ ତାଡିବାରେ ଏହି ଗ୍ୟାଙ୍ଗର ସଦସ୍ୟ ଏକ୍ସପର୍ଟ ଥାନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

Leave A Reply

Your email address will not be published.