ପ୍ରମୁଖ ଖବର

ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ଆରମ୍ଭ କଲା ବିଜେପି

0

ସୋସିଆଲ ମିଡ଼ିଆରେ ରାଜ୍ୟ ସରକାରଙ୍କ ପୁରୀ ପରିକ୍ରମା ପ୍ରକଳ୍ପକୁ ବିରୋଧ। ଶ୍ରୀମନ୍ଦିର ବଞ୍ଚାଅ ନାଁରେ ଅଭିଯାନ ଆରମ୍ଭ କରିଛି ରାଜ୍ୟ ବିଜେପି । ସପ୍ତାହେବ୍ୟାପୀ ଏହି ଅଭିଯାନ ଚଳାଇବା ପାଇଁ ରାଜ୍ୟ ନେତାଙ୍କୁ ନିର୍ଦ୍ଦେଶ ରହିଛି । ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ମାନେ ନିଜର ଡିଜିଟାଲ ମିଡିଆର ଡିପି ଓ କଭର ଫଟୋକୁ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ଫଟୋରେ ପରିବର୍ତ୍ତନ କରିବାକୁ କୁହାଯାଇଛି ।ପ୍ରତିବାଦ ପୋଷ୍ଟର ହାତରେ ଧରି ନିଜ ଘରେ କିମ୍ବା ସର୍ବସାଧାରଣ ସ୍ଥାନରେ ଫଟୋ ଉଠାଇବା ପରେ ସେହି ଫଟୋକୁ ଡିଜିଟାଲ ମିଡିଆରେ ଅପଲୋଡ କରିବାକୁ ପରାମର୍ଶ ରହିଛି ।

୧୪ ତାରିଖରୁ ଆରମ୍ଭ ହୋଇଥିବା ଏହ ଅଭିଯାନ ଏପ୍ରିଲ ୨୦ ତାରିଖ ଯାଏଁ ଚାଲିବା ସୋସିଆଲ ମିଡିଆରେ ହ୍ୟାସଟ୍ୟାଗ ସେଭ ଶ୍ରୀମନ୍ଦିର କ୍ୟାମ୍ପେନକୁ ଟ୍ରେଣ୍ଡ କରାଉଛନ୍ତି ରାଜ୍ୟ ବିଜେପି ନେତା । ଆମସାର ଆଇନର ଉଂଲଘଡ଼ କରି ପୁରୀରେ ରାଜ୍ୟ ସରକାର ବେଆଇନ ଖନନ କରୁଥିବା ଅଭିଯୋଗ କରିଆସୁଛି ରାଜ୍ୟ ବିଜେପି । ପୁରୀରେ ସୌନ୍ଦର୍ଯ୍ୟକରଣ ନାଁରେ ରାଜ୍ୟ ସରକାର ବେଆଇନ ଖନନ କରି ପୁରୀ ଶ୍ରୀମନ୍ଦିରକୁ ବିପଦରେ ପକାଇ ଦେଉଥିବା ଅଭିଯୋଗ କରିଛି ରାଜ୍ୟ ବିଜେପି ।

Leave A Reply

Your email address will not be published.