ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ହରଭଜନଙ୍କ ହୃଦୟ ବଡ଼, ଦାନ କରିଦେଲେ ଦରମା

0

କ୍ରିକେଟ ପଡିଆରୁ ରାଜ୍ୟସଭା ସାଂସଦ ହୋଇଥିବା ହରଭଜନ ସିଂହ ରାଜନୀତିରେ ଉଦାହରଣ ସାଜିଛନ୍ତି । ଆଜି ହରଭଜନ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟସଭା ସାଂସଦ ଭାବେ ତାଙ୍କ ଯେତିକି ଦରମା ମିଳିବ, ସେ ସମସ୍ତ ଟଙ୍କା ଦେଶର ଗରିବ ଚାଷୀଙ୍କ ଝିଅଙ୍କ ପାଠପଢା ଓ କଲ୍ୟାଣ ପାଇଁ ଦେବେ ବୋଲି କହିଛନ୍ତି । ହରଭଜନ ସିଂହଙ୍କ ଏହି ଘୋଷଣା ପରେ ତାଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଛି । ଏହା ସହ ସେ କହିଛନ୍ତି, ଦେଶର କ୍ରୀଡାକୁ ପ୍ରୋତ୍ସାହିତ କରିବା ସହ ଜଣେ ଲୋକପ୍ରତିନିଧି ଭାବେ ଦେଶ ଓ ଦେଶବାସୀଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟ ସୂଚାରୁ ରୂପେ ସଂପାଦନ କରିବେ ।

ପଞ୍ଜାବରେ କଂଗ୍ରେସକୁ ପରାଜିତ କରି କ୍ଷମତାକୁ ଆସିଥିଲା ଆପ୍ । ଏହା ପରେ ଆପ୍ ତରଫରୁ ୫ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଦିଆଯାଇଥିଲା । ସେପଟେ ଆପ୍‌ର ସମସ୍ତ ପ୍ରାର୍ଥୀ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ୨୦୨୧ ଡିସେମ୍ବର ମାସରେ ହରଭଜନ ସିଂହ କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଥିଲେ। । ଏହା ପରେ ସେ ରାଜନୀତିରେ ପ୍ରବେଶ କରିବେ ବୋଲି ସଙ୍କେତ ଦେଇଥିଲେ। ହରଭଜନଙ୍କ କ୍ୟାରିୟର ବାବଦରେ କହିଲେ ,ସେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୧୦୩ଟି ଟେଷ୍ଟ ଖେଳି ୪୧୭ ୱିକେଟ ହାସଲ କରିବା ସହ ୨୩୬ଟି ଏକଦିବସୀୟ ମ୍ୟାଚ ଖେଳି ୨୬୯ ୱିକେଟ ହାସଲ କରିଛନ୍ତି ।

Leave A Reply

Your email address will not be published.