ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ମାନସ ହତ୍ୟା ମାମଲା: ଜେଲରେ ଅଭିଯୁକ୍ତଙ୍କୁ ହେବ ଜେରା

0

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଜେଲରେ ଅଭିଯୁକ୍ତଙ୍କୁ ହେବ ଜେରା । ମାନସଙ୍କୁ ଅପହରଣ କରିଥିବା ଶର୍ମିଷ୍ଠାଙ୍କ ଦୁଇ ସହଯୋଗୀ ଭାଗ୍ୟଧର ଓ ବିବେକଙ୍କୁ ଭଦ୍ରକ ଉପକାରଗାରାରେ ଜେରା କରିବ କ୍ରାଇମବ୍ରାଞ୍ଚ। ଏଥିପାଇଁ ଚାନ୍ଦବାଲି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ସେହିପରି ଅଭିଯୁକ୍ତଙ୍କ ଟିଆଇ ପରେଡ୍ ପାଇଁ ମଧ୍ୟ କୋର୍ଟ ଅନୁମତି ଦେଇଛନ୍ତି । ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରିଥିବା ସମୟରେ ଦେଖିଥିବା ପ୍ରତ୍ୟକ୍ଷଦର୍ଶୀ ଦୟାଲ ଆଶ୍ରମର କେୟାର ଟେକର,ଶର୍ମିଷ୍ଠା ନୟାଗଡରୁ ଲୁଣ ଓ କୋଦାଳ କିଣିଥିବା ଦୋକାନୀ,ୟୁନିଟ-୧ ଦୋକାନୀ ପରେଡ଼ରେ ସାମିଲ ହେବେ । ଶର୍ମିଷ୍ଠାଙ୍କୁ ଛାଡି ଅନ୍ୟ ୫ ଜଣଙ୍କ ଟିଆଇ ପରେଡ ହେବ ।

ସେହିପରି କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ କଳ୍ପନା ସାହୁଙ୍କ ନେତୃତ୍ୱରେ ଏକ ଟିମ ଜେଲ ଯିବ । ମାନସ ହତ୍ୟା ମାମଲାରେ ମୋଟ୍ ୮ ଜଣ ଗିରଫ ହୋଇଛନ୍ତି । ହତ୍ୟା ମାମଲାରେ ପ୍ରଥମେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି କ୍ରାଇମ ସିନ୍ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ । ମାନସଙ୍କୁ କେମିତି ଅପହରଣ କରିଥିଲେ, ହତ୍ୟା ପରେ ପୋତିଥିଲେ ତାହା ଅଭିଯୁକ୍ତ ଡେମୋ ଦେଖାଇଥିଲେ । ଦ୍ୱିତୀୟ ଥର ପାଇଁ ଶର୍ମିଷ୍ଠା ଓ ଝୁନାକୁ ରିମାଣ୍ଡରେ ଆଣି କ୍ରାାଇମବ୍ରାଞ୍ଚ ମୁହାଁମୁହିଁ ଜେରା କରିଥିଲା । ଜେରା ସମୟରେ ଅନେକ ରହସ୍ୟ ଉପରୁ ପରଦା ଉଠିଥିଲା ।

Leave A Reply

Your email address will not be published.