ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମାନସ ହତ୍ୟା ମାମଲା: ଜେଲରେ ଅଭିଯୁକ୍ତଙ୍କୁ ହେବ ଜେରା

0

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଜେଲରେ ଅଭିଯୁକ୍ତଙ୍କୁ ହେବ ଜେରା । ମାନସଙ୍କୁ ଅପହରଣ କରିଥିବା ଶର୍ମିଷ୍ଠାଙ୍କ ଦୁଇ ସହଯୋଗୀ ଭାଗ୍ୟଧର ଓ ବିବେକଙ୍କୁ ଭଦ୍ରକ ଉପକାରଗାରାରେ ଜେରା କରିବ କ୍ରାଇମବ୍ରାଞ୍ଚ। ଏଥିପାଇଁ ଚାନ୍ଦବାଲି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ସେହିପରି ଅଭିଯୁକ୍ତଙ୍କ ଟିଆଇ ପରେଡ୍ ପାଇଁ ମଧ୍ୟ କୋର୍ଟ ଅନୁମତି ଦେଇଛନ୍ତି । ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରିଥିବା ସମୟରେ ଦେଖିଥିବା ପ୍ରତ୍ୟକ୍ଷଦର୍ଶୀ ଦୟାଲ ଆଶ୍ରମର କେୟାର ଟେକର,ଶର୍ମିଷ୍ଠା ନୟାଗଡରୁ ଲୁଣ ଓ କୋଦାଳ କିଣିଥିବା ଦୋକାନୀ,ୟୁନିଟ-୧ ଦୋକାନୀ ପରେଡ଼ରେ ସାମିଲ ହେବେ । ଶର୍ମିଷ୍ଠାଙ୍କୁ ଛାଡି ଅନ୍ୟ ୫ ଜଣଙ୍କ ଟିଆଇ ପରେଡ ହେବ ।

ସେହିପରି କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ କଳ୍ପନା ସାହୁଙ୍କ ନେତୃତ୍ୱରେ ଏକ ଟିମ ଜେଲ ଯିବ । ମାନସ ହତ୍ୟା ମାମଲାରେ ମୋଟ୍ ୮ ଜଣ ଗିରଫ ହୋଇଛନ୍ତି । ହତ୍ୟା ମାମଲାରେ ପ୍ରଥମେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି କ୍ରାଇମ ସିନ୍ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ । ମାନସଙ୍କୁ କେମିତି ଅପହରଣ କରିଥିଲେ, ହତ୍ୟା ପରେ ପୋତିଥିଲେ ତାହା ଅଭିଯୁକ୍ତ ଡେମୋ ଦେଖାଇଥିଲେ । ଦ୍ୱିତୀୟ ଥର ପାଇଁ ଶର୍ମିଷ୍ଠା ଓ ଝୁନାକୁ ରିମାଣ୍ଡରେ ଆଣି କ୍ରାାଇମବ୍ରାଞ୍ଚ ମୁହାଁମୁହିଁ ଜେରା କରିଥିଲା । ଜେରା ସମୟରେ ଅନେକ ରହସ୍ୟ ଉପରୁ ପରଦା ଉଠିଥିଲା ।

Leave A Reply

Your email address will not be published.