ପ୍ରମୁଖ ଖବର

ଶିଶୁ ଫର୍ମୁଲା ଫୁଡ୍‌କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍‌ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍‌ଟି ସୁପରିନଟେଣ୍ଡଣ୍ଟ

ଏବେ ବି କୋଟି ଓଡିଆଙ୍କ ମନରେ କଳିଙ୍ଗ ଭୂମିପୁତ୍ର ବିଜୁବାବୁ

0

ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ୧୭ ଏପ୍ରିଲ, ୧୯୯୭ ମସିହା । ଆଜିକୁ ଠିକ ୨୫ ବର୍ଷ ତଳେ ସବୁଦିନ ପାଇଁ ବୀର ପୁଅକୁ ହରାଇସାରିଥିଲା ପୁରା ଓଡିଶା । ଦିଲ୍ଲୀରୁ ଆସିଥିଲା ଏକ ଦୁଃସମ୍ବାଦ ଶୁଣି ପୁରା ଓଡିଶା ନିସ୍ତବ୍ଧ, ନିର୍ବାକ ସ୍ଥାଣୁ
ପାଲଟିଯାଇଥିଲା । କେହି ବିଶ୍ୱାସ କରିବା ଆଗରୁ ବିଜୁ ସାଜି ସାରିଥିଲେ ଅଫେରା ରାଇଜର ଅତିଥି । ଏହି କଠୋର ସତ୍ୟକୁ ଗ୍ରହଣ କରିବା ରାଜ୍ୟବାସୀଙ୍କ ପାଇଁ ସହଜ ନଥିଲା । ଦିଲ୍ଲୀରୁ ଆସିଥିବା ଖବରଟି ବ୍ୟାପିଯିବା ପରେ କୋହ ସମ୍ଭାଳିପାରିନଥିଲେ ଓଡିଶାବାସୀ ।

ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ, ଥରେ କେନ୍ଦ୍ର ମନ୍ତ୍ରୀ । କେବେ କେନ୍ଦ୍ରରେ ତ ପୁଣି କେବେ ରାଜ୍ୟରେ, ରାଜନୀତିର କ୍ରାଇସିସ ମ୍ୟାନେଜର । ୫ ଦଶନ୍ଧିର ରାଜନୈତିକ କ୍ୟାରିୟର ଆଉ ତାହାରି ଭିତରେ ଜାତୀୟ ରାଜନୀତିର ଜଣେ ଜଣାଶୁଣା ଚେହେରା । ଶିଳ୍ପଠାରୁ ଆରମ୍ଭ କରି ଶିକ୍ଷା । କୃଷିଠୁ ଆରମ୍ଭ କରି କଳକାରଖାନା । ପ୍ରତିଟି କ୍ଷେତ୍ରରେ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ । ପଲ୍ଲୀରୁ ଦିଲ୍ଲୀ, ଦେଶରୁ ବିଦେଶ । ଆକାଶଛୁଆଁ ବ୍ୟକ୍ତିତ୍ୱ ସାଙ୍ଗକୁ ସମ୍ଭାବନାର ସମ୍ଭାର । କିଛି ଏମିତି ଥିଲା ବିଜୁ ବାବୁଙ୍କ ରାଜନୈତିକ କ୍ୟାରିୟର । କ୍ଷମତା ରାଜନୀତିରେ ଖୁବ କମ ସମୟ ରହିଥିବା ବିଜୁ କିନ୍ତୁ ଏହି ସମୟ ଭିତରେ ଆଧୁନିକ ଓଡିଶାର ବାନ୍ଧାଣୀ ସାଜି ସାରିଥିଲେ ।

ଦିଲ୍ଲୀ ଦରବାରରେ ସଙ୍କଟମୋଚକ ଭାବେ ପରିଚିତ ଥିବା ବିଜୁ ଓଡିଶାର ସ୍ୱାର୍ଥ ପାଇଁ କେବେ ବି ପଛ ଘୁଞ୍ଚା ଦେଇନଥିଲେ । ବିକଶିତ ଓଡିଶା ପାଇଁ ସଂସଦରୁ ସଡ଼କ ଯାଏଁ ଲଢେଇ କରିଥିଲେ । ଯାହା ବିଜୁବାବୁଙ୍କ ଲୋକପ୍ରିୟତାକୁ ଆକାଶଛୁଆଁ କରିବା ସହ ଦେଇଥିଲା ଜନନାୟକର ପରିଚୟ । ସାରା ରାଜ୍ୟରେ ଆଜି ବିଜୁ ବାବୁଙ୍କ ତିରୋଧାନ ଦିବସ ନିରାଡମ୍ବର ଭାବେ ପାଳନ କରାଯାଉଛି । ସମସ୍ତ ନିର୍ବାଚନ ମଣ୍ଡଳୀରେ ସକାଳୁ ତିଳ ତର୍ପଣ ଓ ପ୍ରଭାତ ଫେରୀ କରାଯାଇଛି । ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ସ୍ମୃତି ସଭାର ମଧ୍ୟ ଆୟୋଜନ ହୋଇଛି । ସନ୍ଧ୍ୟାରେ ଦୀପ ଦାନ ସହ ସମୂହ ସଂକଳ୍ପ ନେବେ ବିଜେଡି ନେତା ଓ କର୍ମୀ । ଓଡିଶା ମୋ ପରିବାର ପକ୍ଷରୁ ପ୍ରତି ନିର୍ବାଚନ ମଣ୍ଡଳୀରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ୧୫ ଦିନ ଧରି ଏହି ରକ୍ତଦାନ ଶିବିର ଚାଲିବ ।

Leave A Reply

Your email address will not be published.