ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଏବେ ବି କୋଟି ଓଡିଆଙ୍କ ମନରେ କଳିଙ୍ଗ ଭୂମିପୁତ୍ର ବିଜୁବାବୁ

0

ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ୧୭ ଏପ୍ରିଲ, ୧୯୯୭ ମସିହା । ଆଜିକୁ ଠିକ ୨୫ ବର୍ଷ ତଳେ ସବୁଦିନ ପାଇଁ ବୀର ପୁଅକୁ ହରାଇସାରିଥିଲା ପୁରା ଓଡିଶା । ଦିଲ୍ଲୀରୁ ଆସିଥିଲା ଏକ ଦୁଃସମ୍ବାଦ ଶୁଣି ପୁରା ଓଡିଶା ନିସ୍ତବ୍ଧ, ନିର୍ବାକ ସ୍ଥାଣୁ
ପାଲଟିଯାଇଥିଲା । କେହି ବିଶ୍ୱାସ କରିବା ଆଗରୁ ବିଜୁ ସାଜି ସାରିଥିଲେ ଅଫେରା ରାଇଜର ଅତିଥି । ଏହି କଠୋର ସତ୍ୟକୁ ଗ୍ରହଣ କରିବା ରାଜ୍ୟବାସୀଙ୍କ ପାଇଁ ସହଜ ନଥିଲା । ଦିଲ୍ଲୀରୁ ଆସିଥିବା ଖବରଟି ବ୍ୟାପିଯିବା ପରେ କୋହ ସମ୍ଭାଳିପାରିନଥିଲେ ଓଡିଶାବାସୀ ।

ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ, ଥରେ କେନ୍ଦ୍ର ମନ୍ତ୍ରୀ । କେବେ କେନ୍ଦ୍ରରେ ତ ପୁଣି କେବେ ରାଜ୍ୟରେ, ରାଜନୀତିର କ୍ରାଇସିସ ମ୍ୟାନେଜର । ୫ ଦଶନ୍ଧିର ରାଜନୈତିକ କ୍ୟାରିୟର ଆଉ ତାହାରି ଭିତରେ ଜାତୀୟ ରାଜନୀତିର ଜଣେ ଜଣାଶୁଣା ଚେହେରା । ଶିଳ୍ପଠାରୁ ଆରମ୍ଭ କରି ଶିକ୍ଷା । କୃଷିଠୁ ଆରମ୍ଭ କରି କଳକାରଖାନା । ପ୍ରତିଟି କ୍ଷେତ୍ରରେ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ । ପଲ୍ଲୀରୁ ଦିଲ୍ଲୀ, ଦେଶରୁ ବିଦେଶ । ଆକାଶଛୁଆଁ ବ୍ୟକ୍ତିତ୍ୱ ସାଙ୍ଗକୁ ସମ୍ଭାବନାର ସମ୍ଭାର । କିଛି ଏମିତି ଥିଲା ବିଜୁ ବାବୁଙ୍କ ରାଜନୈତିକ କ୍ୟାରିୟର । କ୍ଷମତା ରାଜନୀତିରେ ଖୁବ କମ ସମୟ ରହିଥିବା ବିଜୁ କିନ୍ତୁ ଏହି ସମୟ ଭିତରେ ଆଧୁନିକ ଓଡିଶାର ବାନ୍ଧାଣୀ ସାଜି ସାରିଥିଲେ ।

ଦିଲ୍ଲୀ ଦରବାରରେ ସଙ୍କଟମୋଚକ ଭାବେ ପରିଚିତ ଥିବା ବିଜୁ ଓଡିଶାର ସ୍ୱାର୍ଥ ପାଇଁ କେବେ ବି ପଛ ଘୁଞ୍ଚା ଦେଇନଥିଲେ । ବିକଶିତ ଓଡିଶା ପାଇଁ ସଂସଦରୁ ସଡ଼କ ଯାଏଁ ଲଢେଇ କରିଥିଲେ । ଯାହା ବିଜୁବାବୁଙ୍କ ଲୋକପ୍ରିୟତାକୁ ଆକାଶଛୁଆଁ କରିବା ସହ ଦେଇଥିଲା ଜନନାୟକର ପରିଚୟ । ସାରା ରାଜ୍ୟରେ ଆଜି ବିଜୁ ବାବୁଙ୍କ ତିରୋଧାନ ଦିବସ ନିରାଡମ୍ବର ଭାବେ ପାଳନ କରାଯାଉଛି । ସମସ୍ତ ନିର୍ବାଚନ ମଣ୍ଡଳୀରେ ସକାଳୁ ତିଳ ତର୍ପଣ ଓ ପ୍ରଭାତ ଫେରୀ କରାଯାଇଛି । ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ସ୍ମୃତି ସଭାର ମଧ୍ୟ ଆୟୋଜନ ହୋଇଛି । ସନ୍ଧ୍ୟାରେ ଦୀପ ଦାନ ସହ ସମୂହ ସଂକଳ୍ପ ନେବେ ବିଜେଡି ନେତା ଓ କର୍ମୀ । ଓଡିଶା ମୋ ପରିବାର ପକ୍ଷରୁ ପ୍ରତି ନିର୍ବାଚନ ମଣ୍ଡଳୀରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ୧୫ ଦିନ ଧରି ଏହି ରକ୍ତଦାନ ଶିବିର ଚାଲିବ ।

Leave A Reply

Your email address will not be published.