ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପ୍ରଫୁଲ୍ଲ କର ଆଉନାହାନ୍ତି

0

ଭୁବନେଶ୍ବର: ନିଜର ଚମତ୍କାର ସ୍ୱର ପାଇଁ ଜଣାଶୁଣା; ଓଡିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ପୃଷ୍ଠପୋଷକ, ବିଶିଷ୍ଟ ସଙ୍ଗୀତଜ୍ଞ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପ୍ରଫୁଲ୍ଲ କରଙ୍କର ଆଜି ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ଓଡ଼ିଶାର ଏହି ବିଶିଷ୍ଟ ସଙ୍ଗୀତଜ୍ଞଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଭୁବନେଶ୍ବରସ୍ଥିତ ସତ୍ୟନଗର ବାସଭବନରେ ସ୍ବର୍ଗତ କରଙ୍କ ମରଶରୀର ଏବେ ପ୍ରଫୁଲ୍ଲ ପ୍ରେମୀଙ୍କ ପାଇଁ ରଖାଯାଇଛି। ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ୧୯୩୯ ମସିହା ଫେବ୍ରୁଆରି ୧୬ ତାରିଖରେ ପୁରୀରେ ଜନ୍ମିତ ଶ୍ରୀ କରଙ୍କ ବିୟୋଗ ଖବର ଓଡ଼ିଶାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି। କମଳଦେଶ ରାଜକୁମାର ଠାରୁ ଆରମ୍ଭ କରି କାଳି କପାଳି ନର ମୁଣ୍ଡ ମାଳି, ବାଧିଲା ଜାଣି କ୍ଷମା, ଗୋଡ ଯୋଡିକ ଥାଇ ବୋଇଲେ, ଗୁଲୁଗୁଲି …ଉମେଇପୁଷି…ଭୁଜ ତଳେ ମୋତେ ରଖ ମହାବାହୁ ଏମିତି ଶହ ଶହ ଗୀତ, ଭଜନ ସମସ୍ତଙ୍କର ମନେ ପଡିଯାଉଛି।

ଲଗାତାର ଆଠ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଏହି ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଯେଉଁ ବିରଳ ରେକର୍ଡ ହାସଲ କରିଛନ୍ତି, ତାହା ରାଜ୍ୟର ଆଉ କାହା ଭାଗ୍ୟରେ ଘଟିନାହିଁ। ଓଡ଼ିଶାର ପ୍ରତି ଘରେ ପରିଚିତ ଏହି ନିଆରା କଣ୍ଠସ୍ବର। ପ୍ରଫୁଲ୍ଲ କର ୭୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ଏବଂ ଶହ ଶହ ଚଳଚ୍ଚିତ୍ର, ରେଡିଓ, ଆଲବମ୍ ଏବଂ ଭଜନ ଗାନ କରିଛନ୍ତି। ତାଙ୍କ ନିର୍ଦେଶିତ ଆଲବମ୍ ପ୍ରଭାସୁରୁପା ହଇଚଇ ସୃଷ୍ଟି କରିଥିଲା। ପାଖାପାଖି ୧୦ଲକ୍ଷ କ୍ୟାସେଟ୍ ବିକ୍ରି ହୋଇଥିଲା। ପୁରୀରେ ଭଜନ ସମାରୋହ ଠାରୁ ଆରମ୍ଭ କରି ଅନେକ ମଞ୍ଚ ସହିତ ତାଙ୍କର ପ୍ରତ୍ୟକ୍ଷ ସଂପୃକ୍ତି ରହିଥିଲା।

ବୈଦ୍ୟନାଥ କର ଏବଂ ସୁଶୀଳା କରଙ୍କ ଔରସରୁ ଜନ୍ମିତ ପ୍ରଫୁଲ୍ଲ କର ଦୀର୍ଘ ୬ଦଶନ୍ଧି ଧରି ଓଡ଼ିଶା ସଙ୍ଗୀତ ଜଗତ ସହିତ ଯୋଡି ହୋଇରହିଥଲେ। ତାଙ୍କ ମାମୁଁ କ୍ଷେତ୍ରମୋହନ କର ଜଣେ ପ୍ରସିଦ୍ଧ ତବଲା ବାଦକ ଥିଲେ। ଅଳ୍ପ ବୟସରେ ବାପାଙ୍କୁ ହରାଇଥିବା ପ୍ରଫୁଲ୍ଲ ତାଙ୍କର ଜେଜେ ବାପା ଭଗବାନ କର ଓ ଜେଜେ ମାଆ ଅପଣ୍ଣା ଦେବୀଙ୍କ ସହଯୋଗରେ ଆଗକୁ ବଢ଼ିଥିଲେ।

ଶ୍ରୀ କରଙ୍କର ରାଜନୀତିରେ ମଧ୍ୟ ରୁଚି ଥିଲା। ସେ ଜାତୀୟ କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ଶେଷ ସମୟରେ ଜଣେ ସ୍ତମ୍ଭକାର ଭାବେ ମଧ୍ୟ ଓଡ଼ିଶା ଗଣମାଧ୍ୟମ ତାଙ୍କୁ ଦେଖିଥିଲା। ତାଙ୍କ ସ୍ମୃତିରେ କିଛି ବର୍ଷ ହେଲା ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଉଛି। ୨୦୧୫ରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।

Leave A Reply

Your email address will not be published.