ଆଜି ବି ଜଳୁଛି ସାରା ଓଡିଶା। ପ୍ରବଳ ଖରାର କୋପରେ ଲୋକେ ଆଉଟୁପାଉଟୁ ହେଉଛନ୍ତି। ସକାଳ ୯ଟା ପରେ ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି। ପୂର୍ବାହ୍ନ ସାଢ଼େ ୧୧ ସୁଦ୍ଧା ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରିରେ ପହଞ୍ଚିଥିବାବେଳେ ରାଜ୍ୟର ଅନ୍ୟସ୍ଥାନ ଅପେକ୍ଷା ଏହା ଅଧିକ ବୋଲି ଜଣାପଡିଛି | ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ୱରରେ ୩୯.୪ ଡିଗ୍ରି, ବାଲେଶ୍ୱରରେ ୩୭.୦ ଡିଗ୍ରି, ଝାରସୁଗୁଡାରେ ୩୮.୮ ଡିଗ୍ରି, ଗୋପାଳପୁରରେ ୩୦.୮ ଡିଗ୍ରି, ସମ୍ବଲପୁରରେ ୩୮.୮ ଡିଗ୍ରି, ପାରାଦ୍ୱୀପରେ ୩୨.୨ ଡିଗ୍ରି, ପୁରୀରେ ୩୨.୪ ଡିଗ୍ରି, ଚାନ୍ଦବାଲିରେ ୩୭.୨ ଡିଗ୍ରି, କେନ୍ଦୁଝରରେ ୩୮.୦ ଡିଗ୍ରି, ହୀରାକୁଦରେ ୩୯.୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଚଳିତ ମାସ ଶେଷ ପର୍ଯ୍ୟନ୍ତ ରାଜଧାନୀରେ ଏଭଳି ତାତି ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ପ୍ରମୁଖ ଖବର
ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା, ଜବାବ ତଲବ କଲେ ହାଇକୋର୍ଟ
ଅଦାଲତ ଅବମାନନା ମାମଲାରୁ ଉଷା ପାଢ଼ୀଙ୍କୁ ମିଳିଲା ଆଶ୍ୱସ୍ତି
ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ
ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର
ଖୁବ୍ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା : ଆଇନ ମନ୍ତ୍ରୀ
ମା’ ବିରଜାଙ୍କ ଆଶୀର୍ବାଦ ନେବେ ରାଷ୍ଟ୍ରପତି, ନାଭିଗୟାରେ କରିବେ ପିଣ୍ଡଦାନ