ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

0

ଆଜି ବି ଜଳୁଛି ସାରା ଓଡିଶା। ପ୍ରବଳ ଖରାର କୋପରେ ଲୋକେ ଆଉଟୁପାଉଟୁ ହେଉଛନ୍ତି। ସକାଳ ୯ଟା ପରେ ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି। ପୂର୍ବାହ୍ନ ସାଢ଼େ ୧୧ ସୁଦ୍ଧା ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରିରେ ପହଞ୍ଚିଥିବାବେଳେ ରାଜ୍ୟର ଅନ୍ୟସ୍ଥାନ ଅପେକ୍ଷା ଏହା ଅଧିକ ବୋଲି ଜଣାପଡିଛି | ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ୱରରେ ୩୯.୪ ଡିଗ୍ରି, ବାଲେଶ୍ୱରରେ ୩୭.୦ ଡିଗ୍ରି, ଝାରସୁଗୁଡାରେ ୩୮.୮ ଡିଗ୍ରି, ଗୋପାଳପୁରରେ ୩୦.୮ ଡିଗ୍ରି, ସମ୍ବଲପୁରରେ ୩୮.୮ ଡିଗ୍ରି, ପାରାଦ୍ୱୀପରେ ୩୨.୨ ଡିଗ୍ରି, ପୁରୀରେ ୩୨.୪ ଡିଗ୍ରି, ଚାନ୍ଦବାଲିରେ ୩୭.୨ ଡିଗ୍ରି, କେନ୍ଦୁଝରରେ ୩୮.୦ ଡିଗ୍ରି, ହୀରାକୁଦରେ ୩୯.୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଚଳିତ ମାସ ଶେଷ ପର୍ଯ୍ୟନ୍ତ ରାଜଧାନୀରେ ଏଭଳି ତାତି ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Leave A Reply

Your email address will not be published.