ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଆଣ୍ଠୁଗଣ୍ଠି ବାତ ଓ ରୋଗ ପ୍ରତିରୋଧକ ଶକ୍ତି ସମସ୍ୟା ଶିଶୁଙ୍କଠି ଅଧିକ

0

ଭୁବନେଶ୍ୱର: ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠି ଜନିତ ରୋଗର ଶିକାର ହେଉଛନ୍ତି। ଠିକ ସମୟରେ ରୋଗର ଚି଼ହ୍ନଟ, ପରୀକ୍ଷଣ ଓ ଚିକିତ୍ସା ଦ୍ୱାରା ହିଁ ଶିଶୁ ମାନଙ୍କୁ ଏଭଳି ସମସ୍ୟାରୁ ଦୁରେଇ ରଖି ହେବ ବୋଲି ମତଵ୍ୟକ୍ତ କରିଛନ୍ତି ଚଣ୍ଡିଗଡ ସ୍ଥିତ ପୋଷ୍ଟ ଗ୍ରାଜୁଏଟ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ରିସର୍ଚ୍ଚ (ପିଜିଆଇଏମଆର) ର ନିର୍ଦେଶକ ପ୍ରଫେସର ସୁରଜିତ ସିଂ।

ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ରେ ଇଣ୍ଡିଆନ ରିଉମାଟୋଲୋଜି ଆସୋସିଏସନ, ଓଡିଶା ଶାଖା, ପକ୍ଷରୁ ଆୟୋଜିତ ୧୩ତମ ସମ୍ମିଳନୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ସିଂ ଏହି ମତ ଦେଇଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଇମ୍ମ୍ୟୁନୋଲୋଜି ଆଣ୍ଡ ରିଉମାଟୋଲୋଜି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ବରିଷ୍ଠ ଡାକ୍ତର, ତଥା ଏସସିବି ମେଡିକାଲ କଲେଜ ର ରିଉମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବିଦ୍ୟୁତ କୁମାର ଦାସ ଯୋଗଦେଇ ଶିଶୁ ମାନଙ୍କ କ୍ଷେତ୍ରରେ ଆଣ୍ଠୁଗଣ୍ଠି ଜନିତ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଥିଲେ |

ସାରା ଭାରତରେ ମାତ୍ର ୧୦ ଟି ସରକାରୀ ମେଡିକାଲ କଲେଜରେ ରିଉମାଟୋଲୋଜି ବିଭାଗ ରହିଥିବା ବେଳେ ପେଡିଆଟ୍ରିକ ରିଉମାଟୋଲୋଜି ନିମନ୍ତେ କେବଳ ପିଜିଆଇ ଚଣ୍ଡିଗଡ ରେ ଏହ। ରହିଛି। ତେଣୁ ଆଣ୍ଠୁଗଣ୍ଠି ଜନିତ ଚିକିତ୍ସା ନିମନ୍ତେ ଅଧିକ ସରକାରୀ ମେଡିକାଲ କଲେଜ ଗୁଡିକରେ ରିଉମାଟୋଲୋଜି ବିଭାଗ ଖୋଲିବାର ଆବଶ୍ୟକତା ରହିଛି ବୋଲି ସମ୍ମିଳନୀର ସାଇଣ୍ଟିଫିକ ଚେଆରପର୍ସନ ପ୍ରଫେସର ଦାସ କହିଥିଲେ। କୋଭିଡ ମହାମାରୀ ଏହି ରୋଗରେ ପୀଡିତ ରୋଗୀଙ୍କ କଷ୍ଟକୁ ବହୁଗୁଣିତ କରିଛି ବୋଲି ସେ କହିଥଲେ।

ଏହି ସମ୍ମିଳନୀ ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆ ର ଉପକୁଳପତି ତଥା ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ର ଡିନ ପ୍ରଫେସର ଗଙ୍ଗାଧର ସାହୁ ଆଧୁନିକ ଜୀବନଶୈଳୀରେ ପରିବର୍ତ୍ତନ ଦ୍ୱାରା ହିଁ ଏହି ରୋଗର ନିୟନ୍ତ୍ରଣ କରିହେବ ବୋଲି କହିଥିଲେ।

ସେହିପରି ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ର ଇମ୍ମ୍ୟୁନୋଲଜି ଆଣ୍ଡ ରିଉମାଟୋଲୋଜି ବିଭାଗର ମୁଖ୍ୟ ତଥା ସମ୍ମିଳନୀ ର ଅରଗାନାଇସିଙ୍ଗ ସେକ୍ରେଟାରୀ ପ୍ରଫେସର ପ୍ରଦୀପ୍ତ ଶେଖର ପାତ୍ରୋ ରୋଗର ପରୀକ୍ଷଣ, ଓ ଚିକିତ୍ସା ଉପରେ ଗୁରୁତ୍ବ ଦେଇଥିଲେ। ଲୋକମାନେ ଏହି ରୋଗକୁ ନେଇ ସଚେତନ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଏହି ସମ୍ମିଳନୀ ର ଉଦଘାଟନୀ କାର୍ଯ୍ୟକ୍ରମରେ ଆଇଅରଏ ର ଓଡିଶା ଶାଖାର ସଭାପତି ଡ଼ଃ ବିଜୟ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇ ଥିବା ବେଳେ ସଚିବ ଡାକ୍ତର ମନୋରଞ୍ଜନ ବେହେରା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ।

ଶେଷରେ ପ୍ରଫେସର ପାତ୍ରୋ ଧନ୍ୟବାଦ ଅର୍ପଣ କରିଥିଲେ। ସାରା ଦେଶରୁ ଅନେକ ବିଶେଷଜ୍ଞ ଏହି ସମ୍ମିଳନୀ ରେ ଯୋଗ ଦେଇଥିଲେ। ଏହି ଦୁଇ ଦିନିଆ ସମ୍ମିଳନୀ କୁ ପ୍ରଫେସର ପାତ୍ରୋ ପରିଚାଳନା କରିଥିଲେ। ଏହି ଅବସରରେ ସୋଭେନିୟର ଏଡିଟର ପ୍ରଫେସର ରୀନା ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.