ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ବିଲଡରଙ୍କ ଉପରେ ‘ରେରା’ ଛାଟ

0

ଭୁବନେଶ୍ବର ସାଗର କମ୍ପ୍ଲେକ୍ସ ଉପରେ ଦଶ ଲକ୍ଷ ଜରିମାନା

ଭୁବନେଶ୍ବର: ଆପଣ ଘର କିଣୁଛନ୍ତି କି? କିଣୁଥିବା ବିଲଡର ରେରାରେ ପଞ୍ଜିକୃତ ଅଛନ୍ତି ନା ନାହାନ୍ତି? ଏକଥା ପ୍ରଥମେ ଦେଖନ୍ତୁ। ଅନ୍ୟଥା ଆପଣ ଠକାମିର ଶିକାର ହୋଇପାରନ୍ତି। ଏମିତି ସଚେତନତା ସହିତ ରେରା ଏବେ ବିଲଡରଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି। ବିନା ପଞ୍ଜୀକରଣରେ ଯେଉଁ ସବୁ ବିଲଡର ଘର ନିର୍ମାଣ କରି କିଣାବିକା କରୁଛନ୍ତି, ସେମାନଙ୍କୁ ଦଣ୍ଡିତ କରୁଛି ସଂସ୍ଥା। ଏହି କ୍ରମରେ ଗତ ୨୬ ତାରିଖ ଦିନ ଭୁବନେଶ୍ବର ସାଗର କଂପ୍ଲେକ୍ସକୁ ୧୦ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ଜଣାପଡିଛି।

ଭୁବନେଶ୍ବର ବିଜୟ ବିହାର ଠାରେ ଆଶାପୁରା ହୋମ ନାମରେ ନିର୍ମାଣକାରୀ ସଂସ୍ଥା ବିଜୟ କଂପ୍ଲେକ୍ସ ଦ୍ବାରା ଏକ ପ୍ରକଳ୍ପ ଚାଲିଛି। ଏ ସଂପର୍କରେ ରେରାରେ ଅଭିଯୋଗ ପରେ ସଂପୃକ୍ତ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଥିଲେ। ଜଣାପଡିଥିଲା ୟେ ବିନା ପଞ୍ଜୀକରଣରେ କେତେକଙ୍କୁ ଗୃହ ବିକ୍ରି ହୋଇଛି। ଏ ସଂପର୍କରେ ରେରା ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ବି ଜାରି କରିଥିଲା। ଏହି ସଂସ୍ଥା ନୋଟିସର ଉତ୍ତର ଦେବା ସହିତ କ୍ଷମା ମାଗିଥିଲା। ତା ପରେ ବି କର୍ତ୍ତୃପକ୍ଷ କିନ୍ତୁ ସାଧାରଣ ଲୋକଙ୍କ ସ୍ବାର୍ଥରୁ ଗୁରୁତ୍ବ ଦେଇ ଏହି ସଂସ୍ଥାକୁ ଜରିମାନା କରିଚନ୍ତି। ଦଶଲକ୍ଷ ଟଙ୍କାର ଜରିମାନା ଏହି ସଂସ୍ଥା ଉପରେ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି।

ରେରା ପକ୍ଷରୁ କୁହାଯାଇଛି ଯେ ଗ୍ରାହକମାନେ ବିଲଡରମାନେ ଦେଖାଉଥିବା ଲୋଭର ବଶବର୍ତ୍ତୀ ହୁଅନ୍ତୁ ନାହିଁ। ସେମାନେ କେବଳ ପଞ୍ଜୀକୃତ ସଂସ୍ଥା ସହିତ ଯୋଗାଯୋଗ କରନ୍ତୁ। ଅନ୍ୟଥା ଭବିଷ୍ୟତରେ ସେମାନେ ବିପଦ ସାମ୍ନା କରିପାରନ୍ତି ବୋଲି କର୍ତ୍ତୃପକ୍ଷ ଜଣାଇଛନ୍ତି।

।

Leave A Reply

Your email address will not be published.