ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ବିଲଡରଙ୍କ ଉପରେ ‘ରେରା’ ଛାଟ

0

ଭୁବନେଶ୍ବର ସାଗର କମ୍ପ୍ଲେକ୍ସ ଉପରେ ଦଶ ଲକ୍ଷ ଜରିମାନା

ଭୁବନେଶ୍ବର: ଆପଣ ଘର କିଣୁଛନ୍ତି କି? କିଣୁଥିବା ବିଲଡର ରେରାରେ ପଞ୍ଜିକୃତ ଅଛନ୍ତି ନା ନାହାନ୍ତି? ଏକଥା ପ୍ରଥମେ ଦେଖନ୍ତୁ। ଅନ୍ୟଥା ଆପଣ ଠକାମିର ଶିକାର ହୋଇପାରନ୍ତି। ଏମିତି ସଚେତନତା ସହିତ ରେରା ଏବେ ବିଲଡରଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି। ବିନା ପଞ୍ଜୀକରଣରେ ଯେଉଁ ସବୁ ବିଲଡର ଘର ନିର୍ମାଣ କରି କିଣାବିକା କରୁଛନ୍ତି, ସେମାନଙ୍କୁ ଦଣ୍ଡିତ କରୁଛି ସଂସ୍ଥା। ଏହି କ୍ରମରେ ଗତ ୨୬ ତାରିଖ ଦିନ ଭୁବନେଶ୍ବର ସାଗର କଂପ୍ଲେକ୍ସକୁ ୧୦ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ଜଣାପଡିଛି।

ଭୁବନେଶ୍ବର ବିଜୟ ବିହାର ଠାରେ ଆଶାପୁରା ହୋମ ନାମରେ ନିର୍ମାଣକାରୀ ସଂସ୍ଥା ବିଜୟ କଂପ୍ଲେକ୍ସ ଦ୍ବାରା ଏକ ପ୍ରକଳ୍ପ ଚାଲିଛି। ଏ ସଂପର୍କରେ ରେରାରେ ଅଭିଯୋଗ ପରେ ସଂପୃକ୍ତ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଥିଲେ। ଜଣାପଡିଥିଲା ୟେ ବିନା ପଞ୍ଜୀକରଣରେ କେତେକଙ୍କୁ ଗୃହ ବିକ୍ରି ହୋଇଛି। ଏ ସଂପର୍କରେ ରେରା ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ବି ଜାରି କରିଥିଲା। ଏହି ସଂସ୍ଥା ନୋଟିସର ଉତ୍ତର ଦେବା ସହିତ କ୍ଷମା ମାଗିଥିଲା। ତା ପରେ ବି କର୍ତ୍ତୃପକ୍ଷ କିନ୍ତୁ ସାଧାରଣ ଲୋକଙ୍କ ସ୍ବାର୍ଥରୁ ଗୁରୁତ୍ବ ଦେଇ ଏହି ସଂସ୍ଥାକୁ ଜରିମାନା କରିଚନ୍ତି। ଦଶଲକ୍ଷ ଟଙ୍କାର ଜରିମାନା ଏହି ସଂସ୍ଥା ଉପରେ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି।

ରେରା ପକ୍ଷରୁ କୁହାଯାଇଛି ଯେ ଗ୍ରାହକମାନେ ବିଲଡରମାନେ ଦେଖାଉଥିବା ଲୋଭର ବଶବର୍ତ୍ତୀ ହୁଅନ୍ତୁ ନାହିଁ। ସେମାନେ କେବଳ ପଞ୍ଜୀକୃତ ସଂସ୍ଥା ସହିତ ଯୋଗାଯୋଗ କରନ୍ତୁ। ଅନ୍ୟଥା ଭବିଷ୍ୟତରେ ସେମାନେ ବିପଦ ସାମ୍ନା କରିପାରନ୍ତି ବୋଲି କର୍ତ୍ତୃପକ୍ଷ ଜଣାଇଛନ୍ତି।

Leave A Reply

Your email address will not be published.