ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ଭିଜିଲାନ୍ସ ଜାଲରେ ଦୁଇ ବାବୁ

0

ଭୁବନେଶ୍ବର: ସକାଳୁ ସକାଳୁ ଦୁଇ ବାବୁଙ୍କୁ ଜାଲରେ ଛନ୍ଦିଛି ଭିଜିଲାନସ୍। ଜଣେ ହେଲେ ଯାଜପୁର ଆରଏମସି ମାର୍କେଟ ସରକାର ଗୟାଧର ସାହୁ। ଅନ୍ୟଜଣେ ହେଲେ ମାଲକାନଗିରି ଜିଲ୍ଲାର ମାଥିଲି ଥାନା ପୂର୍ବତନ ଏଏସଆଇ ଜୟଦାଶ ଖରା। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଉଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, କୋର୍ଟଙ୍କ ନିର୍ଦେଶ ଅନୁସାରେ ଗୟାଧରଙ୍କ ଉପରେ ଭିଜିଲାନ୍ସ ଚଢାଉ କରୁଛି। ଯାଜପୁର ଟାଉନ ଥାନା ଅନ୍ତର୍ଗତ ସନ୍ଥେଶ୍ବରପୁରସ୍ଥିତ ବାସଭବନ ଓ ସେ ଭଡା ଦେଇଥିବା ଘରମାନଙ୍କରେ ଭିଜିଲାନ୍ସ ଅଧିକାରୀ ଯାଞ୍ଚ ଚଳାଇଛନ୍ତି। ସେହିପରି ଶ୍ରୀ ଖରାଙ୍କର ମାଲକାନଗିରିସ୍ଥିତ ଭଡ଼ାଘର, ସୁନାବେଡ଼ାର ସରକାରୀ ଗୃହ, କୋରାପୁଟର ଦୁଇଟି ଘର ଏବଂ ଶଶୁର ଘର ସମେତ ୫ଟି ସ୍ଥାନରେ ଏକାକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ।

ପୂର୍ବରୁ ଖରା ଗଞ୍ଜେଇ କାରବାର ଘଟଣାରେ ଗିରଫ ହୋଇଥିଲେ। ନିକଟରେ ସେ ଜାମିନରେ ଆସି ହେର୍ଡକ୍ବାଟର୍ସରେ ଅବସ୍ଥାପିତ ଥିଲେ।

Leave A Reply

Your email address will not be published.