ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଶକ୍ତି ବଢ଼ାଉଛି ଭୁତାଣୁ

0
  • ଦିନକରେ ୩୩୭୭ ଜଣଙ୍କ ଠାରେ ଭୁତାଣୁ ଠାବ, ୬୦ ଜଣଙ୍କ ମୃତ୍ୟୁ
  • ମାର୍ଚ୍ଚ ମଧ୍ୟଭାଗରୁ ଏବେ ସୁଦ୍ଧା ସବୁଠାରୁ ଅଧିକ ସଂକ୍ରମଣ
  • ଓଡ଼ିଶାରେ ୧୦ଜଣ କରୋନା ସଂକ୍ରମିତ, ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୮

ନୂଆଦିଲ୍ଲୀ: ଭୀଷଣ ରୂପ ନେଇ କାୟା ମେଲାଉଛି କୋଭିଡର ଚତୁର୍ଥ ଲହର। ଢେର୍ ଘାତକ ସାବ୍ୟସ୍ତ ହେଉଛି। ଏକଥା ଆମେ କହୁନାହୁଁ। ପ୍ରତିଦିନ ଆସୁଥିବା ପରିସଂଖ୍ୟାନ ହିଁ ଜଣାଇ ଦେଉଛି ଯେ କେତେ ଭୟାବହ ହେଉଛି ଏହାର ପରିଣାମ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩୭୭ ଜଣଙ୍କ ଠାରେ କୋଭିଡ୍ ଭୁତାଣୁ ଠାବ ହୋଇଛି। ଏଥିସହିତ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୪ କୋଟି ୩୦ଲକ୍ଷ ୭୨ ହଜାର ୧୭୬କୁ ବୃଦ୍ଧି ପାଇଛି। ଗତ ମାର୍ଚ୍ଚ ମଧ୍ୟଭାଗରୁ ଏବେ ମଧ୍ୟରେ ଏତେ ସଂଖ୍ୟକ କରୋନା ସଂକ୍ରମିତ କେବେ ଚିହ୍ନଟ ହୋଇନଥିଲେ।

ସବୁଠାରୁ ଉଦବେଗର ବିଷୟ ହେଲା ଯେ ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ୬୦ଜଣଙ୍କର କୋଭିଡ୍ ମୃତ୍ୟୁ ହୋଇଥିବା ରିପୋର୍ଟ କରିଛି। ଦେଶରେ ମୋଟ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା ୫ଲକ୍ଷ ୨୩ ହଜାର ୭୫୩ ଛୁଇଁଛି। ଏହା ହିଁ ଜଣାଇ ଦେଉଛି ଯେ ଜୀବନ ପ୍ରତି ଏହି ପର୍ଯ୍ୟାୟରେ ମଧ୍ୟ ଅଧିକ ବିପଦ ରହୁଛି। ଖାସ୍ ଏଥିପାଇଁ ସମସ୍ତଙକୁ ସଜାଗ ରହିବାକୁ ପଡିବ।

ଏପଟେ ଓଡ଼ିଶାରେ ୧୦ଜଣଙ୍କ ଠାରେ କୋଭିଡ୍ ଭୁତାଣୁ ମିଳିଛି।ଏମାନଙ୍କ ମଧ୍ୟରେ ୦-୧୮ ବର୍ଷ ବୟସର ଜଣେ ଅଛନ୍ତି। ୬ ଜଣ କ୍ବାରେଣ୍ଟାଇନରେ ଥିଲେ ଓ ସ୍ଥାନୀୟ ସଂକ୍ରମଣରୁ ୪ଜଣଙ୍କ ଠାରେ ଭୁତାଣୁ ଠାବ ହୋଇଛି। କଟକ, କେନ୍ଦ୍ରାପଡା, ନୟାଗଡ ଓ ସୁନ୍ଦରଗଡରେ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରେ ୪ଜଣ ଏବଂ ସମ୍ବଲପୁରରେ ୨ଜଣ କୋଭିଡ୍ ସଂକ୍ରମିତ ସାମ୍ନାକୁ ଆସିଛନ୍ତି। ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୮ ରହିଛି।

Leave A Reply

Your email address will not be published.