ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଚମକେଇଦେଲା ହନୁ ମାଙ୍କଡ

0

ଭୁବନେଶ୍ବର: ଦେହ ଖରାପ ହେଲେ ଯେକୌଣସି ବ୍ୟକ୍ତି ଡାକ୍ତରଖାନା ଯାଇଥାନ୍ତି। ଛୋଟ ପିଲାଙ୍କ କ୍ଷେତ୍ରରେ ବା ଅନେକ ସମୟରେ ବୟସ୍କ ବା ପରିବାରର ମହିଳାମାନଙ୍କ କ୍ଷେତ୍ରରେ ସଂପର୍କୀୟ ବି ଡାକ୍ତରଖାନା ନେବାର ନଜିର ରହିଛି। ହେଲେ କୌଣସି ପଶୁ କେବେ ଆପେ ଆପେ ଅସୁସ୍ଥତା କାରଣରୁ ଡାକ୍ତରଖାନା ଯିବା କଥା ଆପଣ ଶୁଣିଛନ୍ତି କି?

ହଁ, ଆଜ୍ଞା। ଏମିତି ଏକ ଘଟଣା ଘଟିଛି ରାଜଧାନୀରେ। ରାଜ୍ୟର ପ୍ରଥମ ଘରୋଇ ପଶୁ ଚିକିତ୍ସାଳୟ ଉଦଘାଟନ ପରେ ପରେ ଏମିତି ଗୋଟିଏ ପରିସ୍ଥିତି ଉପୁଜିଥିଲା, ଯାହାକୁ ନେଇ ସବୁଠି ଚର୍ଚ୍ଚା। ଏହି ଫଟୋ ବି ଭାଇରାଲ୍ ହେବାରେ ଲାଗିଛି। ସୋଆ କୁଳପତି ଡାକ୍ତର ଅଶୋକ ମହାପାତ୍ରଙ୍କ ସହିତ ଏମିତି ଗୋଟିଏ ଘଟଣା ଘଟିଛି।

ଶୁକ୍ରବାର ପଶୁ ଚିକିତ୍ସାଳୟ ଉଦଘାଟନ ପରେ ପରେ ସେଠାରେ ହଠାତ୍ ଗୋଟିଏ ହନୁ ମାଙ୍କଡର ଆବିର୍ଭାବ ଘଟିଥିଲା। ସେ ସିଧା ଆସି ବସିଥିଲା ଡାକ୍ତର ଅଶୋକ ମହାପାତ୍ରଙ୍କ ପାଖରେ। ତାଙ୍କ ହାତକୁ ଭିଡି ଧରିଥିଲା। ଯେତେ ଯିଏ ଘଉଡାଇଲେ ବି ସେ ଚଙ୍କି ନଥିଲା। ଖାଇବାକୁ ଦେଲେ ବି ସେ ତାହାକୁ ଗ୍ରହଣ କରିନଥିଲା। ଡାକ୍ତର ମହାପାତ୍ର ପଶୁର ଅବସ୍ଥା ବୁଝିପାରିଲେ। ସେ ଯେ ଅସୁସ୍ଥ ଅଛି, ଏକଥା ଜଣାପଡିଗଲା। ଆଉ ତୁରନ୍ତ ଚିକିତ୍ସା ପାଇଁ ପଦକ୍ଷେପ ନିଆଗଲା। ତାର ପେଟରେ କଷ୍ଟ ହେଉଥିବା ଡାକ୍ତର ଅନୁଭବ କରି ଚିକିତ୍ସା ଆରମ୍ଭ କରିଥିଲେ।

କିଛି ସମୟ ପରେ ସେ ସୁସ୍ଥ ଅନୁଭବ କରିଥିଲା। ଆଉ ତା ପରେ ଖୁସି ମନରେ ଡେଇଁ ଡେଇଁ ଚାଲିଯାଇଥିଲା। କୌଣସି ଗୋଟିଏ ପଶୁ ଆପେ ଆପେ ଡାକ୍ତରଖାନା ଆସିବା ଘଟଣା ଅଲୌକିକ ମନେ ହେଉନାହିଁ କି? କିଛି ବୟସ୍କ ବ୍ୟକ୍ତି, ଅନ୍ୟ କିଛି କଥା ବି କହୁଛନ୍ତି। ସ୍ବୟଂ ହନୁମାନ ନିଜେ ଆସି ପ୍ରଥମେ ଚିକିତ୍ସା ପ୍ରକ୍ରିୟା ଆରମ୍ଭ କରିଥିବା କୁହାଯାଉଛି। ଏହାକୁ ଶୁଭ ଘଟଣା ବୋଲି କହୁଛନ୍ତି।

Leave A Reply

Your email address will not be published.