ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଧର୍ମେନ୍ଦ୍ର ଠିକ୍ ନା ଅପରାଜିତା?

0

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ରାଜ୍ୟ ବିଜେପିରେ ଦୁଇଟି ସ୍ବର

ଚିନ୍ତାରେ କର୍ମୀ, କାହା ସହିତ ଯିବେ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ନାହିଁ

ରାଜ୍ୟ ସଭାପତି ଚୁପ୍, ପୁରୀ ସାଂସଦ ଓ ବିଧାୟକଙ୍କ ଭୂମିକା ସନ୍ଦେହମୁକ୍ତ ନୁହେଁ

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କ୍ଷେତ୍ରରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଦଯାତ୍ରା ଏବଂ ଭୂମିକା ଏବେ ରାଜ୍ୟ ବିଜେପିକୁ ଅକଳରେ ପକାଇ ଦେଇଛି। ଭାରତୀୟ ଜନତା ପାର୍ଟି ଏହି ପ୍ରସଙ୍ଗରେ କି ଭୂମିକା ନେଇ ଆଗକୁ ବଢ଼ିବ, ତାହା ସ୍ଥିର କରିପାରୁନାହିଁ। ଯଦି ପ୍ରକଳ୍ପକୁ ବିରୋଧ କରିବ, ତେବେ ଅପରାଜିତା ଫାଇଦାରେ ରହିବେ, ଯେଉଁଥିରେ ଦଳର ଅନ୍ୟ ତୁଙ୍ଗ ନେତାମାନଙ୍କର ପତିଆରା ଓ ପ୍ରଭାବ ଢେର୍ କ୍ଷୁର୍ଣ୍ଣ ହେବ। ସେଣେ ନିରବ ରହିଲେ, ସାମାଜିକ ଗଣମାଧ୍ୟମରେ ଦଳକୁ ତୁଚ୍ଛା ସମାଲୋଚନା ହେବାକୁ ପଡୁଛି। ଏମିତିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲାଗି ରାଜ୍ୟ ବିଜେପି ବିପଦରେ ବୋଲି ଏଠାରେ ଖୋଲା ମନ୍ତବ୍ୟ ଦେଲେଣି। ଏଣୁ ଅପରାଜିତା ଓ ଧର୍ମେନ୍ଦ୍ରଙ୍କ ପତିଆରା ଲଢେଇ ଏବେ ରାଜ୍ୟ ବିଜେପି ପାଇଁ ମୁସ୍କିଲ୍ ପରିସ୍ଥିତି ଆଣିଦେଇଛି।

୨୦୧୯ ସାଧାରଣ ନିର୍ବାଚନ ପରଠାରୁ ରାଜ୍ୟ ବିଜେପି ତାର ରଣନୀତି ବଦଳାଇ ଦେଇଥିଲା। ଅଳ୍ପ କିଛି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହିତ ମୁହଁ ଲଢାଉଥିବା ବିଜେପି କିନ୍ତୁ ଅନେକ ମୁଖ୍ୟ ପ୍ରସଙ୍ଗରେ ନିରବ ରହିଥିଲା। ଗୋଟିଏ ଧାରଣା ସୃଷ୍ଟି କରାଯାଇଥିଲା ଯେ କେନ୍ଦ୍ରୀୟ ବିଜେପି ନେତା ଏସବୁ ଚାହୁଁନାହାନ୍ତି। ବରଂ ରାଜ୍ୟ ସରକାରଙ୍କ ସହିତ ହାତ ମିଳାଇ ସେମାନେ ଆଗକୁ ବଢିବାକୁ ଯୋଜନା ଚଳାଇଛନ୍ତି। ଏହାର ଅନେକ ଉଦାହରଣ ବି ଦେଖିବାକୁ ମିଳିଲା। ବିଜେଡି ସହଯୋଗରେ ସଂସଦକୁ ଗଲେ ଅଶ୍ବିନୀ ବୈଷ୍ଣବ ଓ ମନ୍ତ୍ରୀ ହେଲେ। କେବଳ ସେତିକି ନୁହେଁ, ସଂସଦରେ ବହୁ ବିବାଦୀୟ ବିଲ୍ ପ୍ରସଙ୍ଗରେ ବିଜେଡି ସମର୍ଥନ ଦେଲା ବିଜେପି ନେତୃତ୍ବାଧୀନ ସରକାରକୁ। ପ୍ରତିଦାନରେ ଅନେକ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର। ସଂସଦ ଭିତରେ ଏବଂ ବାହାରେ ବି।

ଏବେ ନିକଟରେ ଆଉ ଗୋଟିଏ ଚିତ୍ର ଦେଖିବାକୁ ମିଳିଲା। ଯେଉଁଦିନ କେନ୍ଦ୍ରର ଅତି ପ୍ରଭାବଶାଳୀ ମନ୍ତ୍ରୀ ଅମିତ ଶାହଙ୍କ ସହିତ ଡଜନେ କେନ୍ଦ୍ରମନ୍ତ୍ରୀଙ୍କୁ ଧରି ଧର୍ମେନ୍ଦ୍ର ନୂଆଦିଲ୍ଲୀରେ ପାଇକ ବିଦ୍ରୋହ ସଂକ୍ରାନ୍ତ ଗୋଟିଏ କାର୍ଯ୍ୟକ୍ରମ କଲେ, ଠିକ୍ ସେହିଦିନ ସେତିକିବେଳେ ଅପରାଜିତା ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ବସିଥିବା ଗୋଟିଏ ଫଟେ ଛାଡିଲେ। ଏହାପରଠାରୁ ରାଜ୍ୟ ବିଜେପିରେ ଦ୍ବନ୍ଦ୍ବ ବଢିଯାଇଛି। ବାସ୍ତବରେ ପ୍ରଧାନମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହିତ ଅଛନ୍ତି ନା ଅପରାଜିତାଙ୍କ ସହିତ ତାହା କେହି ଅନୁମାନ ଲଗାଇ ପାରୁନାହାନ୍ତି।

ଏହି ପ୍ରସଙ୍ଗ ଅଧିକ ବିବାଦୀୟ ହେବାର ଅନ୍ୟତମ କାରଣ ହେଲା, ଅପରାଜିତା ଦିଲ୍ଲୀରେ ଓ ସେଠାରୁ ଫେରି ଭୁବନେଶ୍ବରରେ ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଘେରୁଛନ୍ତି। ବିଜେପିି ନେତା ଜାଣିପାରୁନାହାନ୍ତି ଯେ କେନ୍ଦ୍ର ସରକାର ବାସ୍ତବରେ ଏହି ପ୍ରକଳ୍ପକୁ ସମର୍ଥନ କରୁଛନ୍ତି ନା ବିରୋଧ। ପ୍ରଧାନମନ୍ତ୍ରୀ କଣ ସତରେ ଓଡ଼ିଶା ରଣନୀତି ବଦଳାଇଦେଲେ? ଅପରାଜିତାଙ୍କ ମାଧ୍ୟମରେ ସେ ସଂଙ୍କେତ ଦେଉଛନ୍ତି କି? ଧର୍ମେନ୍ଦ୍ରଙ୍କ ରଣନୀତି ଠିକ୍ ନା ଅପରାଜିତାଙ୍କର ଠିକ୍। କାହା ସହିତ ସେମାନେ ଆଗକୁ ବଢ଼ିବେ? ଏମିତି ଅନେକ ପ୍ରଶ୍ନ ସେମାନଙ୍କୁ ଘାରିଲାଣି। ଏପଟେ ଅପରାଜିତାଙ୍କ ପଦକ୍ଷେପ ସେମାନଙ୍କୁ ସାହସ ଦେଉଥିବା ବେଳେ ସେପଟେ ଧର୍ମେନ୍ଦ୍ରଙ୍କ ନିରବତା ସେମାନଙ୍କ ଚିନ୍ତା ବଢାଉଛି। ବସ୍ତୁତଃ ଏହି ପ୍ରସଙ୍ଗ ନେଇ ବିଜେପି ଦୁଇଫାଳ ହୋଇଯାଇଛି। ଥୋକାଏ ଧର୍ମେନ୍ଦ୍ରଙ୍କୁ ଅନ୍ଧ ସମର୍ଥନ ଦେଉଛନ୍ତି, ଅନ୍ୟ କିଛି ଅପରାଜିତାଙ୍କୁ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିରବତା ଏହି ପ୍ରସଙ୍ଗକୁ ଆହୁରି ବିବାଦୀୟ କରିଛି। ସେ ବାହାରକୁ ଆସି କୌଣସି ପକ୍ଷ ନେଇପାରୁନାହାନ୍ତି। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ଭୂମିକା ବି ଠିକ୍ ଠାକ୍ ନାହିଁ। ପୁରୀ ସାଂସଦ ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର ଗୋଟିଏ ଟ୍ବିଟ୍ କରି ଏହି ପ୍ରସଙ୍ଗରେ ନିରବ ରହିଯାଇଛନ୍ତି।

ତେବେ ଏହା ରାଜନୈତିକ ଦୃଷ୍ଟି କୋଣରୁ ବିଜେଡିକୁ କେବଳ ଶକ୍ତି ବଢାଉଛି ତା ନୁହେଁ, କ୍ଷମତା କଳିରେ ବିଜେପି ଆଗକୁ ଭୀଷଣ କ୍ଷତି ସହିବ, ଏକଥା କେହ କେହ ମନ୍ତବ୍ୟ ଦେଲେଣି।

Leave A Reply

Your email address will not be published.