ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ବାତ୍ୟା ରୂପ ନେଇ ମୁହଁ ମୋଡ଼ିଦେବ ଲଘୁଚାପ

0

ଭୁବନେଶ୍ବର: ଦକ୍ଷିଣ ଆଣ୍ଡମାନ ସାଗର ଓ ନିକଟସ୍ଥ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ କ୍ଷେତ୍ର ଆଜି ସକାଳେ ଲଘୁଚାପରେ ପରିଣତ ହୋଇଛି। ଏହି କ୍ଷେତ୍ର ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଆସନ୍ତା ୨୪ ଘଣ୍ଟାରେ ଚିହ୍ନିତ ଲଘୁଚାପ ଓ ୪୮ ଘଣ୍ଟା ମଧ୍ୟରେ ଡିପ୍ରେସନରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ୧୦ ତାରିଖ ବେଳକୁ ବାତ୍ୟାରେ ପରିଣତ ହେବା ସମ୍ଭାବନା ୪୦-୫୦% ରହିଛି।

ତେବେ ବିଭିନ୍ନ ମଡେଲ୍ ଯାହା ଆକଳନ କରି ସାର୍ଥକ ମିଶ୍ର ପୂର୍ବାନୁମାନ କରିଛନ୍ତି ଯେ ଥରେ ଏହା ବାତ୍ୟା ରୂପ ନେବା ପରେ ଆଉ ଅଧିକ ଘନୀଭୂତ ସମ୍ଭାବନା କମ। କେବଳ ସେତିକି ନୁହେଁ, ଏହି କ୍ଷେତ୍ର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ପରେ ଦୁର୍ବଳ ହେବାକୁ ଲାଗିବ ଓ ରିକର୍ଭ କରି ଉତ୍ତର ପୂର୍ବ ଦିଗରେ ଅଗ୍ରସର ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.