ପ୍ରମୁଖ ଖବର

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

ବାତ୍ୟା ରୂପ ନେଇ ମୁହଁ ମୋଡ଼ିଦେବ ଲଘୁଚାପ

0

ଭୁବନେଶ୍ବର: ଦକ୍ଷିଣ ଆଣ୍ଡମାନ ସାଗର ଓ ନିକଟସ୍ଥ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ କ୍ଷେତ୍ର ଆଜି ସକାଳେ ଲଘୁଚାପରେ ପରିଣତ ହୋଇଛି। ଏହି କ୍ଷେତ୍ର ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଆସନ୍ତା ୨୪ ଘଣ୍ଟାରେ ଚିହ୍ନିତ ଲଘୁଚାପ ଓ ୪୮ ଘଣ୍ଟା ମଧ୍ୟରେ ଡିପ୍ରେସନରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ୧୦ ତାରିଖ ବେଳକୁ ବାତ୍ୟାରେ ପରିଣତ ହେବା ସମ୍ଭାବନା ୪୦-୫୦% ରହିଛି।

ତେବେ ବିଭିନ୍ନ ମଡେଲ୍ ଯାହା ଆକଳନ କରି ସାର୍ଥକ ମିଶ୍ର ପୂର୍ବାନୁମାନ କରିଛନ୍ତି ଯେ ଥରେ ଏହା ବାତ୍ୟା ରୂପ ନେବା ପରେ ଆଉ ଅଧିକ ଘନୀଭୂତ ସମ୍ଭାବନା କମ। କେବଳ ସେତିକି ନୁହେଁ, ଏହି କ୍ଷେତ୍ର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ପରେ ଦୁର୍ବଳ ହେବାକୁ ଲାଗିବ ଓ ରିକର୍ଭ କରି ଉତ୍ତର ପୂର୍ବ ଦିଗରେ ଅଗ୍ରସର ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.