ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଚଳିତ ବର୍ଷ ରଥଯାତ୍ରାରେ ସାମିଲ ହେବେ ଭକ୍ତ

0

ପୁରୀ :  ୨ ବର୍ଷର କୋଭିଡ୍‌ କଟକଣା ପରେ ଭକ୍ତଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ରଥଯାତ୍ରାରେ ଭକ୍ତଙ୍କୁ ଅନୁମତି ମିଳିଛି । ୨ ବର୍ଷର କୋଭିଡ କଟକଣା ପରେ ବଡ ଦାଣ୍ଡକୁ ଯାଇ ଘୋଷଯାତ୍ରା ଦେଖିପାରିବେ ଭକ୍ତ । ଏ ନେଇ ରଥ ସମନ୍ବୟ କମିଟି ବୈଠକରେ ଆଲୋଚନା ହୋଇଛି । ରଥ ସମନ୍ବୟ ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏ ନେଇ ସୂଚନା ଦେଇଛନ୍ତି ।

ରଥ ସମନ୍ବୟ ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଚଳିତ ବର୍ଷ ରଥଯାତ୍ରା ସୁରୁଖୁରରେ ହେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ୨ ବର୍ଷ ହେଲା କଟକଣା ଯୋଗୁଁ ଭକ୍ତଙ୍କୁ ବଡଦାଣ୍ଡ ମନା ଥିଲା । କିନ୍ତୁ ଚଳିତ ବର୍ଷ ଭକ୍ତଙ୍କୁ ଅନୁମତି ଦିଆଯିବା ନେଇ ସମନ୍ବୟ କମିଟି ବୈଠକରେ ଆଲୋଚନା ହୋଇଛି । ଚଳିତ ବର୍ଷ ରଥଯାତ୍ରାରେ ଦୁଇ ଗୁଣା ଭକ୍ତଙ୍କ ସମାଗମ ହେବାନେଇ ଅନୁମାନ କରାଯାଉଛି । ସେଥିପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି।

ଜିଲ୍ଲାପାଳ କହିଛନ୍ତି, ସ୍ନାନ ପୂର୍ଣ୍ଣିମା ଏବଂ ଘୋଷଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପୁରାପୁରି ଭାବେ ପ୍ରସ୍ତୁତି କରାଯିବ । ଏହା ସହିତ କୋଭିଡ୍‌ ସ୍ଥିତିକୁ ଦେଖି ପ୍ରସ୍ତୁତ କରାଯିବ ରୋଡ ମ୍ୟାପ୍‌ । ବରିଷ୍ଠ ଅଧିକାରୀ ଏବଂ ସେବାୟତଙ୍କ ସହ ବିଭିନ୍ନ ସମୟରେ ଆଲୋଚନା କରାଯିବ । ଯାହା କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବାର ଆବଶ୍ୟକତା ସେହିଭଳି ପୂର୍ବ ପ୍ରସ୍ତୁତି କରିବାକୁ ହେବ। ଦେଢରୁ ଦୁଇ ଗୁଣା ଅର୍ଥାତ ପାଖାପାଖି ୧୨ରୁ ୧୫ ଲକ୍ଷ ଭକ୍ତ ଏଥର ଘୋଷଯାତ୍ରାରେ ସାମିଲ ହୋଇପାରନ୍ତି । ତେଣୁ ଏତେ ସଂଖ୍ୟକ ଭକ୍ତ ଗହଳିକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି ପୁରୀ ପ୍ରଶାସନ । ରଥଯାତ୍ରା ସମୟରେ କେବଳ ଦୁଇଟି ଡୋଜ ଟିକା ଓ ବୁଷ୍ଟର ଡୋଜ ନେଇଥିବା ଲୋକେ ପୁରୀ ଆସିବାକୁ ଆହ୍ୱାନ ଦେଇଛି ପୁରୀ ପ୍ରଶାସନ ।

Leave A Reply

Your email address will not be published.