ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ଉଦଘାଟିତ ହେଲା ରାଜ୍ୟ ବନଖଣ୍ଡ ଅଧିକାରୀମାନଙ୍କ ସମ୍ମିଳନୀ

0

ଭୁବନେଶ୍ବର: ରାଜ୍ୟ ବନଖଣ୍ଡ ଅଧିକାରୀମାନଙ୍କ ସମ୍ମିଳନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକ ସେବା ଭବନରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆମ ଜଙ୍ଗଲର ଉନ୍ନତି କରିବା ଏବଂ ଜଙ୍ଗଲ ସୀମାନ୍ତରେ ରହୁଥିବା ଗ୍ରାମବାସୀଙ୍କ ଜୀବନଧାରଣର ମାନ ବଢ଼ାଇବା ଦିଗରେ ନିର୍ଦ୍ଧାରିତ ଯୋଜନା ପ୍ରସ୍ତୁତ କରିବାକୁ ବନ ଅଧିକାରୀମାନଙ୍କୁ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, କରୋନା ମହାମାରୀ ହେତୁ କଷ୍ଟସାଧ୍ୟ ପରିସ୍ଥିତିରେ ବି ଇଣ୍ଡିଆ ଷ୍ଟେଟ ଅଫ୍ ଫରେଷ୍ଟ ରିପୋର୍ଟ- ୨୦୨୧ ଅନୁଯାୟୀ ଗତ ଦୁଇ ବର୍ଷ ମଧ୍ୟରେ ଆମର ଜଙ୍ଗଲଗୁଡ଼ିକ ଅଧିକ ଉନ୍ନତ ହୋଇଛି। ଏହା ଆମ ଲୋକଙ୍କ ନିରନ୍ତର ସମର୍ଥନ, ଭିଏସଏସ ସଦସ୍ୟ ତଥା ବନବିଭାଗର କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସମ୍ଭବ ହୋଇପାରିଛି। ଆଗାମୀ ଦିନରେ ଏହି ଧାରା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବନବିଭାଗ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଜଙ୍ଗଲ ଅଗ୍ନିକାଣ୍ଡ ଘଟଣାରେ ବିଭାଗ ପଚାଶ ପ୍ରତିଶତ ହ୍ରାସ କରିଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ଜଙ୍ଗଲ ସଂରକ୍ଷଣ ତଥା ବନ୍ୟଜନ୍ତୁ ସଂରକ୍ଷଣର ସାଧାରଣ କାର୍ଯ୍ୟ ବ୍ୟତୀତ ଜଙ୍ଗଲ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଜୀବିକା ନିର୍ବାହ କରୁଥିବା ପ୍ରକଳ୍ପଗୁଡିକୁ ସୁଗମ କରିବା ପାଇଁ ବନବିଭାଗର ଏକ ବଡ଼ ଭୂମିକା ରହିଛି।

Leave A Reply

Your email address will not be published.