ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାଜୀବ କୁମାର ନୂଆ ନିର୍ବାଚନ କମିଶନର ନିଯୁକ୍ତ

0

ଦିଲ୍ଲୀ: ରାଜୀବ କୁମାର ଦେଶର ନୂଆ ନିର୍ବାଚନ କମିଶନର ନିଯୁକ୍ତ । ମେ ୧୫ ତାରିଖରେ ସେ ଏହି କାର୍ଯ୍ୟଭାର ଗ୍ରହଣ କରିବେ । ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି । ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ମେ ୧୪ ତାରିଖରେ ଅବସର ନେଉଛନ୍ତି । ତାଙ୍କ ଅବସର ପରେ ସେ ଏହି ନୂଆ ଦାୟିତ୍ୱ ନେବେ ।

୧୯୮୪ ବ୍ୟାଚର ଆଇଏଏସ ଅଧିକାରୀ ହେଉଛନ୍ତି ରାଜୀବ କୁମାର। ସେ ନିର୍ବାଚନ କମିଶନର ଭାବେ ୨୦୨୦ ମସିହା ଡିସେମ୍ବରରୁ କାମ କରିଆସୁଥିଲେ । ମେ ୧୫ରୁ ଆଗାମୀ ୨୦୨୫ ଫେବ୍ରୁଆରୀ ୧୮ ଯାଏ ଏହି ମୁଖ୍ୟ ନିର୍ବାଚନ କମିଶନ ପଦରେ ରହିବେ ।

ରାଜୀବ ଭାରତୀୟ ପ୍ରଶାସନିକ ସେବାରେ ୩୬ ବର୍ଷରୁ ଅଧିକ ସମୟ କାମ କରିଛନ୍ତି । ବିହାର, ଝାରଖଣ୍ଡ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟରେ ସେ କାମ କରିଛନ୍ତି । ରାଜୀବ କୁମାର ସାମାଜିକ କ୍ଷେତ୍ର, ପରିବେଶ ଭଳି ଅନେକ କ୍ଷେତ୍ରରେ କାମ କରି ଦକ୍ଷତା ଦେଖାଇଛନ୍ତି । ୨୦୨୦ରେ ସେ କେନ୍ଦ୍ର ଅର୍ଥ ସଚିବ ଭାବେ କାମ କରି ଚାକିରୀରୁ ଅବସର ନେଇଥିଲେ । ପରେ ତାଙ୍କୁ କେନ୍ଦ୍ର ସରକାର ଅନ୍ୟ ଏକ ବୋର୍ଡରେ ନିଯୁକ୍ତ କରିଥିଲେ ଏବଂ ସେ ଡିସେମ୍ବର ମାସରେ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଥିଲେ ।

Leave A Reply

Your email address will not be published.