ପ୍ରମୁଖ ଖବର

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ
ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ
ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ରାଜୀବ କୁମାର ନୂଆ ନିର୍ବାଚନ କମିଶନର ନିଯୁକ୍ତ

0

ଦିଲ୍ଲୀ: ରାଜୀବ କୁମାର ଦେଶର ନୂଆ ନିର୍ବାଚନ କମିଶନର ନିଯୁକ୍ତ । ମେ ୧୫ ତାରିଖରେ ସେ ଏହି କାର୍ଯ୍ୟଭାର ଗ୍ରହଣ କରିବେ । ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି । ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ମେ ୧୪ ତାରିଖରେ ଅବସର ନେଉଛନ୍ତି । ତାଙ୍କ ଅବସର ପରେ ସେ ଏହି ନୂଆ ଦାୟିତ୍ୱ ନେବେ ।

୧୯୮୪ ବ୍ୟାଚର ଆଇଏଏସ ଅଧିକାରୀ ହେଉଛନ୍ତି ରାଜୀବ କୁମାର। ସେ ନିର୍ବାଚନ କମିଶନର ଭାବେ ୨୦୨୦ ମସିହା ଡିସେମ୍ବରରୁ କାମ କରିଆସୁଥିଲେ । ମେ ୧୫ରୁ ଆଗାମୀ ୨୦୨୫ ଫେବ୍ରୁଆରୀ ୧୮ ଯାଏ ଏହି ମୁଖ୍ୟ ନିର୍ବାଚନ କମିଶନ ପଦରେ ରହିବେ ।

ରାଜୀବ ଭାରତୀୟ ପ୍ରଶାସନିକ ସେବାରେ ୩୬ ବର୍ଷରୁ ଅଧିକ ସମୟ କାମ କରିଛନ୍ତି । ବିହାର, ଝାରଖଣ୍ଡ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟରେ ସେ କାମ କରିଛନ୍ତି । ରାଜୀବ କୁମାର ସାମାଜିକ କ୍ଷେତ୍ର, ପରିବେଶ ଭଳି ଅନେକ କ୍ଷେତ୍ରରେ କାମ କରି ଦକ୍ଷତା ଦେଖାଇଛନ୍ତି । ୨୦୨୦ରେ ସେ କେନ୍ଦ୍ର ଅର୍ଥ ସଚିବ ଭାବେ କାମ କରି ଚାକିରୀରୁ ଅବସର ନେଇଥିଲେ । ପରେ ତାଙ୍କୁ କେନ୍ଦ୍ର ସରକାର ଅନ୍ୟ ଏକ ବୋର୍ଡରେ ନିଯୁକ୍ତ କରିଥିଲେ ଏବଂ ସେ ଡିସେମ୍ବର ମାସରେ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଥିଲେ ।

Leave A Reply

Your email address will not be published.