ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଦିଲ୍ଲୀର ଏକ ୩ମହଲା କୋଠାରେ ଅଗ୍ନିକାଣ୍ଡ

0

ଦିଲ୍ଲୀ: ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଏକ ୩ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ୩ ମହଲା ବିଶିଷ୍ଟି ଏହି ବିଲଡିଂରେ  ଅଫିସ୍‌ ଏବଂ କମ୍ପାନୀ ପାଇଁ ବ୍ୟବହାର ହୋଇଥାଏ ବୋଲି  ଦିଲ୍ଲୀର ଡେପୁଟି  କମିଶନର ସୂଚନା ଦେଇଛନ୍ତି। ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ଉଦ୍ଧାର ପାଇଁ ଉଭୟ ପୁଲିସ ଏବଂ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି। ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଛି। ଏଥିପାଇଁ ୨୪ଟି ଦମକଳ ବାହିନୀଙ୍କୁ ମୁତୟନ କରାଯାଇଛି। ୫୦ରୁ ୬୦ ଜଣ ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇଥିବା ଜଣାଯାଇଛି।ଏଥିରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ୩ ମହଲାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ବି ଅନେକ ଲୋକ ଫଶି ରହିଥିବା ଆଶଙ୍କା କରାଯାଉଛି । ୯ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ସଞ୍ଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଜି ସନ୍ଧ୍ୟା ୪ଟା ୪୫ରେ ଏକ ଅଫିସରେ ନିଆଁ ଲାଗିବା ଖବର ପୋଲିସ ପାଖରେ ପହଞ୍ଚିଥିଲା । ଖବର ପାଇ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା । କୋଠାର ଝରକା ଭାଙ୍ଗି ଉଦ୍ଧାର କାମ ଆରମ୍ଭ ହୋଇଥିଲା । ଘଟଣାସ୍ଥଳରେ ୯ ଦମକଳବାହିନୀ ଉପସ୍ଥିତ ଅଛନ୍ତି । ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇବାକୁ ଆମ୍ବୁଲାନ୍ସ ବି ରହିଛି । ୪୦ ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.