ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା
ଆଉ ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିସନ କାର୍ଯ୍ୟକାଳ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍‌ଆଇଆର୍‌ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

୬ ଶିଶୁଙ୍କୁ କୂଅକୁ ଫିଙ୍ଗି ହତ୍ୟାକଲା ମା‘

0

ମୁମ୍ବାଇ: ରାଗରେ ନିଜ ଜନ୍ମ କଲା ଛୁଆଙ୍କୁ ବି ଭୁଲିଗଲା। ଜଣକ ପରେ ଜଣେ କରି ୬ଜଣ ଛୁଆଙ୍କୁ କୂଅକୁ ଫିଙ୍ଗି ଦେଲା ରାକ୍ଷସୀ ମା’। ଶେଷରେ ନିଜେ ବି ଆତ୍ମହତ୍ୟା କରିବାକୁ ଚେଷ୍ଟା କଲାମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା ମହାଡ଼ରେ ଗତକାଲି ବିଳମ୍ଵିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶାଶୁଘର ଲୋକଙ୍କ ନିର୍ଯାତନା ସହି ନପାରି ମହିଳା ଜଣଙ୍କ ଏଭଳି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି।

ସୂଚନାନୁଯାୟୀ, ମୁମ୍ଵାଇ ଠାରୁ ୧୦୦ କି.ମି ଦୂର ମହାଡ଼ର ଖାରାୱଲି ଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ଶାଶୁ ଘର ଲୋକେ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଫଳରେ ମହିଳା ଜଣଙ୍କ ଏଥିରେ ଅତିଷ୍ଠ ହୋଇ ଗତକାଲି ବିଳମ୍ଵିତ ରାତିରେ ନିଜର ୬ ଶିଶୁଙ୍କୁ କୂଅକୁ ଫିଙ୍ଗି ହତ୍ୟା କରିଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ୬ ଶିଶୁଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଶିଶୁଙ୍କ ବୟସ ଯଥାକ୍ରମେ ୧୮ ମାସରୁ ୧୦ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି। ମହିଳାଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି।

ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କୂଅ ଭିତରୁ ୬ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତକଙ୍କ ମଧ୍ୟରେ ୫ ଜଣ ନାବାଳିକା ଥିବା ବେଳେ ଜଣେ ନାବାଳକ ଥିବା ଜଣାପଡିଛି। ମୃତ ଛୁଆଙ୍କ ବୟସ ୧୮ ମାସରୁ ୧୦ ବର୍ଷ ଭିତରେ ରହିଛି। ସ୍ଥାନୀୟ ବିଧାୟକ ଭରତ ଗୋଗାୱଲେ ଘଟଣାସ୍ଥଳକୁ ଯାଇ ଘଟଣାର ଛାନବିନ୍ କରି ପ୍ରକୃତ ସତ୍ୟ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୩୦ ବର୍ଷୀୟ ମା’ ବିରୋଧରେ ପୁଲିସ ହତ୍ୟା ମାମଲା ରୁଜୁ କରି ଗିରଫ କରିଛି। ଏହି ଘଟଣା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

Leave A Reply

Your email address will not be published.