ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ମନ୍ତ୍ରୀମଣ୍ଡଳର ନବକଳେବର: ନୂଆମନ୍ତ୍ରୀ କାଲି ନେବେ ଶପଥ

0

ଭୁବନେଶ୍ୱର:ମନ୍ତ୍ରୀମଣ୍ଡଳର ହେଲା ନବକଳେବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନିଜ ମନ୍ତ୍ରିମଣ୍ଡଳର ନବକଳେବର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବାବେଳେ ଆସନ୍ତାକାଲି ଦିନ ୧୧ଟା ୪୫ମିନିଟରେ ନୂଆ ମନ୍ତ୍ରୀମାନେ ଶପଥ ନେବେ। ଲୋକସେବା ଭବନର ଏହି ନୂଆ ମନ୍ତ୍ରୀମାନେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଫୋନ୍ ମାଧ୍ୟମରେ ନୂଆ ମନ୍ତ୍ରୀମାନଙ୍କୁ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିବା ପାଇଁ କୁହାଯାଇଛି । ଯେଉଁ ବିଜେଡି ବିଧାୟକମାନଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ସେଥିରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ପ୍ରତାପ କେଶରୀ ଦେବ ଓ ଅତନୁ ସବ୍ୟସାଚୀ ନାୟକ, ଯାଜପୁର ଜିଲ୍ଲାରୁ ପ୍ରମିଳା ମଲ୍ଲିକ ଓ ପ୍ରୀତିରଞ୍ଜନ ଘଡ଼ାଇ, ସମ୍ବଲପୁର ଜିଲ୍ଲାରୁ ରୋହିତ ପୂଜାରୀ, ବଲାଙ୍ଗିର ଜିଲ୍ଲାରୁ ଟୁକୁନି ସାହୁ, ପୁରୀ ଜିଲ୍ଲାରୁ ସମୀର ରଞ୍ଜନ ଦାଶ, ଖୋର୍ଦ୍ଧା ଜିଲ୍ଲାରୁ ଅଶୋକ ଚନ୍ଦ୍ର ପଣ୍ଡା, କଟକ ଜିଲ୍ଲାରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ଝାରସୁଗୁଡା ଜିଲ୍ଲାରୁ ନବକିଶୋର ଦାସ, ବାଲେଶ୍ୱର ଜିଲ୍ଲାରୁ ଅଶ୍ୱିନୀ ପାତ୍ର, ଗଞ୍ଜାମ ଜିଲ୍ଲାରୁ ଶ୍ରୀକାନ୍ତ ସାହୁ ଏବଂ ଉଷା ଦେବୀ, ସୋନପୁର ଜିଲ୍ଲାରୁ ନିରଞ୍ଜନ ପୂଜାରୀ, ବରଗଡ଼ ଜିଲ୍ଲାରୁ ରିତା ସାହୁ, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ, ଢେଙ୍କାନାଳ ଜିଲ୍ଲାରୁ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ନୂଆପଡ଼ା ଜିଲ୍ଲାରୁ ରାଜେନ୍ଦ୍ର ଢୋଲକିଆ  ମନ୍ତ୍ରୀ ଭାବେ ଶପଥ ନେବେ।

କାହାକୁ କେଉଁ ବିଭାଗ ମିଳିବ, ସେକଥା ଏଯାଏ ଜଣାପଡ଼ିନି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କିଛି ସମୟ ପୂର୍ବରୁ ରାଜଭବନରେ ପହଂଚିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏହି ନୂଆ ମନ୍ତ୍ରୀଙ୍କ ତାଲିକା ତାଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ଏହାପରେ ହିଁ ଉକ୍ତ ତାଲିକାକୁ ଗଣମାଧ୍ୟମକୁ ମିଳିବାର ସମ୍ଭାବନା ରହିଛି। ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳକୁ ୯ ଜଣ ଫେରୁଥିବା ବେଳେ ଅନ୍ୟ ୧୧ ଜଣ ବାଦ ପଡ଼ିଛନ୍ତି।

ତେବେ ନୂଆ ମନ୍ତ୍ରିମଣ୍ଡଳରେ ନବୀନ ବିବାଦୀୟ ନେତାମାନଙ୍କୁ ବାଦ୍ ଦେଇ ନିର୍ମଳ ଭାବମୂର୍ତ୍ତିସମ୍ପନ୍ନ ବିଧାୟକମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.