ପ୍ରମୁଖ ଖବର

ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

ସମ୍ବଲପୁର ଜୁଜୁମୁରାରେ ‘କାର୍ଯ୍ୟକର୍ତା ସମାବେଶ’କୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ

0
  • ରାଜ୍ୟରେ ୨୨ ବର୍ଷର ଲମ୍ବା ଶାସନରେ ଗରିବଙ୍କୁ କ’ଣ ମିଳିଛି ବୋଲି ପ୍ରଶ୍ନ
  • ମୋଦିଙ୍କ ଲୋକପ୍ରିୟତା ବଢ଼ିବା ଡ଼ରରେ ଆୟୁଷ୍ମାନ ଯୋଜନା ଲାଗୁ ନହେବା ଚିନ୍ତାର ବିଷୟ
  • କାର୍ଯ୍ୟକର୍ତା ସମାବେଶରେ ବିପୁଳ ଜନସମାବେଶ ପ୍ରଧାନମନ୍ତ୍ରୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧାର ପ୍ରତିଫଳନ
  • ଜନଜାତି ଯୁବକ ଇସାକ୍ ମୁଣ୍ଡାଙ୍କ ଆର୍ଥିକ ସମ୍ପନ୍ନତା ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆର ପ୍ରତିଫଳନ
  • ସବୁ ଗାଁରେ ହାଇସ୍ପିଡ଼୍ ଇଂଟରନେଟ୍‌ର ବ୍ୟବସ୍ଥା କରିବାର ଦାୟିତ୍ୱ ନେଇଛନ୍ତି ମୋଦି ସରକାର
  • ପ୍ରଧାନମନ୍ତ୍ରୀ ଘର, ଶୌଚାଳୟ, ଗ୍ୟାସ, ପାନୀୟ ଜଳ ସହ ସମସ୍ତଙ୍କୁ ସ୍ୱାବଲମ୍ବୀ କରିଛନ୍ତି
  • ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ପୀଠରେ ଦର୍ଶନ କଲେ
  • ସମ୍ବଲପୁରର ବିଭିନ୍ନ ସ୍ଥାନରେ ଆୟୋଜିତ ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହେଲେ

ସମ୍ବଲପୁର: ଭାରତୀୟ ଜନତା ପାର୍ଟିର ପରମ୍ପରାଗତ ଅଂଚଳ ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗରିବ କଲ୍ୟାଣ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରାଯିବ । ଘରେ ଘରେ କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ପହଁଚାଯିବ । ଗରିବ, ଚାଷୀ, ମହିଳା, ଯୁବଶକ୍ତି, ଦଳିତ, ବଂଚିତ, ନିଷ୍ପେସିତ ଓ ଜନଜାତିଙ୍କୁ ଏକାଠୀ କରାଯିବ । ମୋଦିଙ୍କ ହାତମୁଠାକୁ ମଜବୁତ୍ କରାଯିବା ସହ ଦୀର୍ଘ ୨୨ ବର୍ଷ ଧରି ଛଳନା କରୁଥିବା ଲୋକଙ୍କ ମୁଖା ଖୋଲାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରବିବାର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଜୁଜୁମୁରା ଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସେବା, ସୁଶାସନ, ଗରିବ କଲ୍ୟାଣର ୮ ବର୍ଷ ପୂରଣ ହେବା ଅବସରରେ ଆୟୋଜିତ ବିଶାଳ ‘କାର୍ଯ୍ୟକର୍ତା ସମାବେଶ’ରେ ସମ୍ବୋଧିତ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ୮ ବର୍ଷ ଧରି ଗରିବ ଲୋକଙ୍କ ସେବା କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କ ପାଇଁ ପକ୍କା ଘର ନିର୍ମାଣ କରାଯାଇଛି । ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟର ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ ଯୋଗାଯାଇଛି । ଜଳ ଜୀବନ ମିଶନରେ ଘରକୁ ପାଇପରେ ପାନୀୟ ଜଳର ସୁବିଧା କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଟଙ୍କିକିଆ ଚାଉଳ ସହ କୋଭିଡ୍ ସମୟରୁ ଏ ପର୍ଯ୍ୟନ୍ତ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ ପ୍ରଦାନ କରାଯାଇଛି । ଚାଷୀଙ୍କ ବ୍ୟାଙ୍କ୍ ଖାତାରେ ଟଙ୍କା ପଠାଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଯାଉଛି ।

ଅପରପକ୍ଷରେ ଓଡ଼ିଶାରେ ମୋଦି ପଠାଉଥିବା ଟଙ୍କା ବାଟମାରଣା ହେଉଛି । ରାଜ୍ୟରେ ଦୀର୍ଘ ୨୨ ବର୍ଷ ସ୍ଥାଣୁ ସରକାରରେ ଜୁଜୁମୁରାର ଯୁବକ ଯୁବତୀଙ୍କୁ କାମ ମିଳୁନାହିଁ । ରୋଜଗାର ପାଇଁ ଭିଟାମାଟି ଛାଡ଼ିବା ପାଇଁ ପଡ଼ୁଛି । ଗରିବ ଲୋକମାନେ ଲାଂଚ ଦେଲେ କାମ ହେଉଛି । ଲମ୍ବା ସମୟର ଶାସନରେ ଗରିବଙ୍କୁ କ’ଣ ମିଳିଛି ବୋଲି ପ୍ରଶ୍ନ କରିବା ସହ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢ଼ିବା ଡ଼ରରେ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରାନଯିବା ଚିନ୍ତାର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି କରୋନା ସମୟରେ ସମସ୍ତେ ଦୁଃଖ ଓ ଚିନ୍ତାରେ ଥିବା ବେଳେ ସ୍ଥାନୀୟ ଅଂଚଳର ଜନଜାତି ଯୁବକ ଇସାକ୍ ମୁଣ୍ଡା ଟେକ୍ନୋଲୋଜିକୁ ଉପଯୋଗ କରି ନିଜ ଜୀବନକୁ ପରିବର୍ତନ କରିବା ସହ ଆର୍ôଥକ ସମ୍ପନ୍ନ ହୋଇଛନ୍ତି । ଏହା ହେଉଛି, ନୂଆ ଭାରତ, ନୂଆ ଓଡ଼ିଶା ତଥା ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆର ପ୍ରତିଫଳନ । ଏହି ପୃଷ୍ଠଭୂମିରେ ଓଡ଼ିଶା ସମେତ ଚଷାଚାଷୀ ଓ ବୁଣାକାରଙ୍କ ଅଂଚଳ ସମ୍ବଲପୁରର ସମସ୍ତ ଗାଁରେ ହାଇସ୍ପିଡ଼୍ ଇଂଟରନେଟ୍ ପହଁଚାଯିବାର ବ୍ୟବସ୍ଥା କରାଯାଇ ସ୍ଥାନୀୟ ଯୁବକଙ୍କୁ ସଶକ୍ତ କରାଯିବାର ମାର୍ଗ ପ୍ରସ୍ତୁତ ହେବାର କାର୍ଯ୍ୟକ୍ରମ କରାଯିବ ।

ରେଢ଼ାଖୋଲ ଜୁଜୁମୁରାର ମାଟି ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ମାଟି । ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ମାଧୋ ସିଂହ ଓ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ମହାପୁରୁଷଙ୍କ ଜନ୍ମସ୍ଥାନ । ଆଜିର କାର୍ଯ୍ୟକର୍ତା ସମ୍ମିଳନୀରେ ଟାଣ ଖରାରେ ମଧ୍ୟ ବିପୁଳ ଜନସମାବେଶ ପ୍ରଧାନମନ୍ତ୍ରୀଜୀଙ୍କ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାକୁ ପ୍ରତିଫଳିତ କରୁଅଛି । ଓଡ଼ିଶାରେ ଗାଁ ଗାଁରେ ମୋଦିଙ୍କ ପ୍ରତି ଲୋକପ୍ରିୟତା ବଢ଼ୁଛି । ସମ୍ବଲପୁରବାସୀ ପ୍ରଧାନମନ୍ତ୍ରୀ ଓ ବିଜେପି ପ୍ରତି ଅତୁଟ ବିଶ୍ୱାସ ରଖିଥିବାରୁ ଜନସାଧାରଣଙ୍କୁ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇଛନ୍ତି ।

ଉଲ୍ଲେଖନୀୟ ଯେ, କାର୍ଯ୍ୟକର୍ତା ସମାବେଶ ଅବସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କଂଗ୍ରେସ ନେତ୍ରୀ ସସ୍ମିତା ଦେହୁରୀ ଓ ଅନ୍ୟ ରାଜନୈତିକ ଦଳର କର୍ମକର୍ତା, ସ୍ୱେଚ୍ଛାସେବୀଙ୍କୁ ଦଳରେ ସ୍ୱାଗତ କରିଥିଲେ । ଏହି ବିଶାଳ ଜନସମାବେଶକୁ ସମ୍ବୋଧିତ କରିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜୁଜୁମୁରା ଅଂଚଳରେ ଆୟୋଜିତ ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

କେନ୍ଦ୍ରମନ୍ତ୍ରୀ ସନ୍ଧ୍ୟାରେ ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ପୀଠରେ ଦର୍ଶନ କରିବା ସହ ନନ୍ଦପଡ଼ା, ଝାଡ଼ୁଆପଡ଼ା, ମୁଦିପଡ଼ା, ବାଲିବନ୍ଧା ଏବଂ ଖେତରାଜପୁରରେ ଆୟୋଜିତ ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.