ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

୫ଟି ସଚିବଙ୍କ ଓଲଟପୁର ଗସ୍ତ

0

ଆଠଗଡ: ଓଲଟପୁର ସ୍ଥିତ ‘ଏନଆଇଟିଏଆର’ ଅସ୍ଥି ଚିକିତ୍ସା କ୍ଷେତ୍ରରେ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ । ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି । ରୋଗୀମାନେ ଯେପରି ସୁବିଧାରେ ଏହି ପ୍ରତିଷ୍ଠାନର ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇପାରିବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଉନ୍ନୟନ କମିଶନର ପ୍ରଦୀପ ଜେନା ଓ ୫ଟି ସଚିବ ଭି କେ ପାଣ୍ଡିଆନ  ଓଲଟପୁର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ।

ସେମାନଙ୍କ ସହିତ ପୂର୍ତ୍ତ ବିଭାଗ ସଚିବ ବୀର ବିକ୍ରମ ଯାଦବ, କଟକ  ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ  ମାନେ ଉପସ୍ଥିତ  ଥିଲେ। ସ୍ଥାନୀୟ ଲୋକ ଓ ରୋଗୀମାନଙ୍କ ସହ  ଆଲୋଚନା ପରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ରୋଗୀମାନେ ଯେପରି ସୁବିଧାରେ ଏନଆଇଟିଏଆରରେ ପହଂଚିପାରିବେ  ସେଥିପାଇଁ ନିଆଳି  ଅଡଶପୁର  ରାସ୍ତାର ବୋଇରାଇ ଛକ  ଠାରୁ  ଓଲଟପୁର  ଏନଆଇଟିଏଆର ପର୍ୟ୍ୟନ୍ତ ରାସ୍ତାକୁ ଦୁଇ ଥାକିଆ କରାଯିବ । ଏନଆଇଟିଏଆର ହସ୍ପିଟାଲ ପାର୍ଶ୍ଵବର୍ତ୍ତ ଜମି  ଅଧିଗ୍ରହଣ କରି ସେ ଅଂଚଳର  ବିକାଶ କରାଯିବ । ହଷ୍ଟେଲର ମଧ୍ୟ ଉନ୍ନତି କରାଯିବ । ଏହି ଗସ୍ତ ଅବସରରେ ଉନ୍ନୟନ କମିଶନର ଓ ୫ଟି ସଚିବ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ରୋଗୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।

Leave A Reply

Your email address will not be published.