ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଖୁବ୍ ଶୀଘ୍ର ଦୁଇରୁ ତିନି ହେବେ ଆଲିଆ-ରଣବୀର

0

ମୁମ୍ବାଇ: ମା’ ହେବାକୁ ଯାଉଛନ୍ତି ମିସେସ୍‌ କପୁର ଓରଫ ଆଲିଆ ଭଟ୍ଟ। ବଲିଉଡର କପୁର ପରିବାର ପାଇଁ ଖୁସି ଖବର। ଗୁଡ୍ ନ୍ୟୁଜ୍ ଦେଲେ ଆଲିଆ ଭଟ୍ଟ। ବାପା ହେବେ ରଣବୀର କପୁର। ଏନେଇ ଆଲିଆ ଭଟ୍ଟ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଖୁବ୍ ଶୀଘ୍ର ସେମାନଙ୍କର ବେବି ଆସିବାକୁ ଯାଉଛି। ସେ ଏବଂ ରଣବୀର ଖୁବ୍‌ ଶୀଘ୍ର ଦୁଇରୁ ୩ ହେବାକୁ ଯାଉଛନ୍ତି। ଏହି ଖବର ପରେ ଆଲିଆ ଏବଂ ରଣବୀରଙ୍କ ଫ୍ୟାନ୍ସମାନେ ଖୁବ୍ ଖୁସି ହୋଇଯାଇଛନ୍ତି। ଆଲିଆଙ୍କ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି। ବିଭିନ୍ନ ମହଲରୁ ଦୁହିଁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

ବିବାହର ୨ ମାସ ପରେ ବଲିଉଡ ତାରକା ରଣବୀର କପୁର ଏବଂ ଆଲିଆ ଭଟ୍ଟ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ପୋଷ୍ଟ କରି ‘ଆମେ ଖୁବଶୀଘ୍ର ଦୁଇରୁ ତିନି ହେବାକୁ ଯାଉଛୁ ବୋଲି ଆଲିଆ ଭଟ୍ଟ ଲେଖିଛନ୍ତି।’

ଅଭିନେତ୍ରୀଙ୍କ ଏହି ପୋଷ୍ଟ କିଛି ମିନିଟ ମଧ୍ୟରେ ଭାଇରାଲ ହୋଇଛି। ଆଲିଆ ଭଟ୍ଟ ଏକ ସୁନ୍ଦର ଫଟୋ ସହିତ ଘୋଷଣା କରିଛନ୍ତି ଯେ ତାଙ୍କ ଶିଶୁ ଶୀଘ୍ର ଦୁନିଆକୁ ଦେଖିବାକୁ ଯାଉଛି। ଏହି ଫଟୋରେ ଆଲିଆ ଭଟ୍ଟ ରଣବୀର କପୁରଙ୍କ ସହ ହସ୍ପିଟାଲ ବେଡ୍‌ରେ ଶୋଇଥିବା ନଜର ଆସିଛନ୍ତି। ସୋନୋଗ୍ରାଫି ଜରିଆରେ ଉଭୟ ସେମାନଙ୍କର ଆଗାମୀ ଶିଶୁର ଝଲକ ଦେଖାଇଛନ୍ତି।

ପ୍ରକାଶ ଥାଉକି, ଚଳିତ ବର୍ଷ ଏପ୍ରିଲ ୧୪ରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ହୋଇଥିଲା। ବିବାହର କିଛି ମାସ ମଧ୍ୟରେ ଦୁଇ ଷ୍ଟାର ଦମ୍ପତି ଗୁଡ୍ ନ୍ୟୁଜ୍ ଦେଇଛନ୍ତି। ଏହି ଖବର ପରେ ଉଭୟ କପୁର ଓ ଭଟ୍ଟ ପରିବାରରେ ଖୁସିର ଲହରି ଖେଳିଯାଇଛି। ଆଲିଆଙ୍କ ପୋଷ୍ଟରେ ତାଙ୍କ ମା ସୋନି ରାଜଦାନ ଏବଂ ନଣନ୍ଦ ରିଦ୍ଧିମା ପ୍ରତିକ୍ରିୟା ଦେଇଛନ୍ତି। ସେହିପରି କରଣ ଜୋହାର ମଧ୍ୟ ଖୁବ୍ ଖୁସି ଅଛନ୍ତି। ତେବେ ଅଲିଆଙ୍କ ପ୍ରେଗନେନ୍ସି ଖବର ସାମ୍ନାକୁ ଆସିବା ପରେ ସେ ସୁଟିଂ କିଛି ଦିନ ପାଇଁ ବ୍ରେକ୍ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ତାଙ୍କର ହଲିଉଡର ଡେବ୍ୟୁ ପ୍ରୋଜେକ୍ଟ ମଧ୍ୟ ଖୁବ୍ ଶୀଘ୍ର ସାରିବାକୁ ଯାଉଛନ୍ତି।

ବିବାହର ଦୁଇ ମାସ ପରେ ଗୁଡ୍ ନ୍ୟୁଜ୍ ଦେଇ ଆଲିଆ ଏବଂ ରଣବୀର ସମସ୍ତଙ୍କୁ ସରପ୍ରାଇଜ୍ କରି ଦେଇଛନ୍ତି। ଏହି ଦୁଇ ଷ୍ଟାର ଦମ୍ପତି ୨୦୧୮ରୁ ଡେଟ୍ କରିବା ଆରମ୍ଭ କରିଥିଲେ। ଫିଲ୍ମ ବ୍ରହ୍ମାସ୍ତ୍ର ସେଟ୍‌ରୁ ଦୁହିଁଙ୍କର ପ୍ରେମ ହୋଇଥିଲା। ଆଲିଆ ଏବଂ ରଣବୀର ଏହି ଫିଲ୍ମରୁ ସ୍କ୍ରିନ୍ ସେୟାର କରିଥିଲେ।

Leave A Reply

Your email address will not be published.