ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସ୍କୁଲକୁ ଫେରିବ କରୋନା କଟକଣା

0

ଭୁବନେଶ୍ବର; ରାଜଧାନୀର ସମସ୍ତ ସ୍କୁଲ କ୍ୟାମ୍ପସରେ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ଖୋର୍ଦ୍ଧାରେ କରୋନା ସଂକ୍ରମଣ ବଢୁଥିବାରୁ ଏବଂ ୧୨ରୁ କମ ବୟସର ପିଲା ଟିକା ନେଇନଥିବାରୁ ଭୁବନେଶ୍ୱର ମହାନଗର ନିଗମ ଏହି ପଦକ୍ଷେପ ନେବାକୁ ଯାଉଛି । ସ୍କୁଲକୁ ଖାଦ୍ୟ ସାମଗ୍ରୀ ନେବା ସମୟରେ ଛାତ୍ରଛାତ୍ରୀ ଯେତେଦୂର ସମ୍ଭବ ଦୂରତା ରଖିବେ । ଏହାଛଡା ଆସନ୍ତା ୩ ଦିନ ଭିତରେ ଟିକାକରଣ ତଥ୍ୟ ରାଜଧାନୀର ସମସ୍ତ ସ୍କୁଲ ଦେବାକୁ ବିଏମସି ନିର୍ଦ୍ଦେଶ ଦେଇଛି ।

ଭୁବନେଶ୍ୱର ମହାନଗର ନିଗମର ଅଧିକାରୀ, ଗଣଶିକ୍ଷା ବିଭାଗ ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ ବିଏମସି କାର୍ଯ୍ୟାଳୟରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହା ସ୍ଥିର ହୋଇଛି । ପିଲାଙ୍କୁ ଥଣ୍ଡା, ଜ୍ୱର, କାଶ ହେଉଥିଲେ ସ୍କୁଲକୁ ପ୍ରବେଶ ଅନୁମତି ମିଳିବ ନାହିଁ । ପିଲାମାନେ ଯେପରି କ୍ୟାମ୍ପସରେ କଟକଣାକୁ ଠିକ୍ ଭାବେ ପାଳନ କରନ୍ତି, ଏହା ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ସୁନିଶ୍ଚିତ କରିବେ ବୋଲି ବୈଠକରେ କୁହାଯାଇଛି ।

ପିଲାଙ୍କ ଟିକାକରଣ ନେଇ ସ୍କୁଲଗୁଡ଼ିକ ଆସନ୍ତା ତିନି ଦିନ ମଧ୍ୟରେ ନିର୍ଦ୍ଧାରିତ ପୋର୍ଟାଲରେ ବିଇଓଙ୍କ ମାର୍ଫତରେ ବିଏମ୍‌ସି ନିକଟରେ ରିପୋର୍ଟ ଦାଖଲ କରିବେ । ତଥ୍ୟ ସଂଗ୍ରହ ପରେ ସ୍ବାସ୍ଥ୍ୟ ବିଭାଗ ଓ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ମିଳିତ ଭାବେ ସ୍କୁଲଗୁଡ଼ିକରେ ଟିକାକରଣ କେନ୍ଦ୍ର କରିବା ନେଇ ଯୋଜନା ପ୍ରସ୍ତୁତ କରିବେ । ପିଲାମାନେ କିଭଳି ଟିକା ନେବେ ସେଥିପାଇଁ ସ୍କୁଲ କର୍ତ୍ତୃପକ୍ଷମାନେ ଅଭିଭାବକଙ୍କୁ କହିବେ।

ଚଳିତ କୋଭିଡ୍‌ ସଂକ୍ରମଣରେ ଭୁବନେଶ୍ବରରେ ୩ ଜଣ ଛାତ୍ରଛାତ୍ରୀ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି । ତେଣୁ ଚିନ୍ତାର କୌଣସି କାରଣ ନାହିଁ । ସ୍କୁଲରେ ପ୍ରାର୍ଥନା ସମୟରେ କୌଣସି ପରିବର୍ତ୍ତନ କି କଟକଣା ଲଗାଯିବ ନାହିଁ । ଏବେ ଯେମିତି ଚାଲିଛି ସେଭଳି ସବୁ କିଛି ଜାରି ରହିବ ।

Leave A Reply

Your email address will not be published.