ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ମହିଳାଙ୍କୁ ଏସିଡ୍ ମାଡ, ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତର

0

ଆଠଗଡ; ସୁଧ କାରବାରକୁ ନେଇ ମହିଳାଙ୍କୁ ଏସିଡ୍ ମାଡ । ଆଠଗଡ ତିଗିରିଆରେ ଜଣେ ୩୬ ବର୍ଷୀୟ ମହିଳାଙ୍କ ଉପରକୁ ଦୁର୍ବୃତ୍ତ ଏସିଡ୍ ଫିଙ୍ଗିଛନ୍ତି । ମହିଳାଙ୍କ ଶରୀରର ୫୦ ପ୍ରତିଶତ ପୋଡି ଯାଇଥିବା ସୂଚନା ରହିଛି । ଗୁରୁତର ମହିଳା ଜଣଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ଭୋର ୪ଟା ସମୟରେ ମହିଳା ଜଣଙ୍କ ଘରୁ ବାହାରକୁ ବାହାରିଥିଲେ ।

ଏହି ସମୟରେ ପୂର୍ବ ଯୋଜନା ମୁତାବକ ଛକି ବସିଥିବା ଦୁର୍ବୃତ୍ତ ଆସି ମହିଳାଙ୍କ ଉପରକୁ ଏସିଡ୍ ଫିଙ୍ଗି ଦେଇଥିଲା । ଆଠଗଡ ନିକଟସ୍ଥ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁତର ମହିଳାଙ୍କୁ ପ୍ରଥମେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଏହି ମାମଲାର ତଦନ୍ତ କରୁଛି । ତେବେ ମହିଳା ଜଣଙ୍କ ସୁଧରେ ଟଙ୍କା ନେଇ ଫେରାଉ ନଥିବାରୁ ତାଙ୍କ ଉପରକୁ ଏସିଡ୍ ପକାଯାଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.