ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଖୋଲିଲା ହୀରାକୁଦ ଗେଟ୍

0

ସମ୍ବଲପୁର; ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ବନ୍ୟାଜଳ ନିଷ୍କାସନ ପାଇ ଦିନ ୧୧ଟାରେ ଖୋଲାଯାଇଛି ୫ଟି ଗେଟ୍ । ଜିଲ୍ଲା ପ୍ରଶାସନ ଓ ଡ୍ୟାମ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ପ୍ରଥମେ ଶୁଭ ସଂକେତ ଅନୁସାରେ ୭ ନମ୍ବର ଗେଟ୍ ଖୋଲିବା ସହ ପର୍ଯ୍ୟାୟ କ୍ରମେ ବାକି ଗେଟ ଖୋଲଯାଇଛି । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୧୨.୯୫ ଫୁଟ ରହିଥିବା ବେଳେ ଏହା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧୧୭,୨୩୧ କ୍ୟୁସେକ ଜଳ ପ୍ରବେଶ କରୁଛି । ଆଜି ପ୍ରାଥମିକ ପର୍ଯ୍ୟାୟରେ ୭୫ ହଜାରରୁ ଅଧିକ କ୍ୟୁସେକ ଜଳ ଛଡ଼ାଯିବ ।

Leave A Reply

Your email address will not be published.