ସମ୍ବଲପୁର; ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ବନ୍ୟାଜଳ ନିଷ୍କାସନ ପାଇ ଦିନ ୧୧ଟାରେ ଖୋଲାଯାଇଛି ୫ଟି ଗେଟ୍ । ଜିଲ୍ଲା ପ୍ରଶାସନ ଓ ଡ୍ୟାମ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ପ୍ରଥମେ ଶୁଭ ସଂକେତ ଅନୁସାରେ ୭ ନମ୍ବର ଗେଟ୍ ଖୋଲିବା ସହ ପର୍ଯ୍ୟାୟ କ୍ରମେ ବାକି ଗେଟ ଖୋଲଯାଇଛି । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୧୨.୯୫ ଫୁଟ ରହିଥିବା ବେଳେ ଏହା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧୧୭,୨୩୧ କ୍ୟୁସେକ ଜଳ ପ୍ରବେଶ କରୁଛି । ଆଜି ପ୍ରାଥମିକ ପର୍ଯ୍ୟାୟରେ ୭୫ ହଜାରରୁ ଅଧିକ କ୍ୟୁସେକ ଜଳ ଛଡ଼ାଯିବ ।
ପ୍ରମୁଖ ଖବର
ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ