ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଜୁଲାଇ ୩୧ରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ୍

0

ନୂଆଦିଲ୍ଲୀ; ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଥାଏ । ଆଉ ଏବେ ପୁଣିଥରେ ଉଭୟ ଟିମ୍ ମୈଦାନରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଇଂଲଣ୍ଡର ଏଜବେଷ୍ଟନ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଆଉ ଏଥିପାଇଁ ଟିମ୍ ଇଣ୍ଡିଆ ଏବେ ଲଣ୍ଡନରେ ପହଞ୍ଚି ସାରିଛି ।

ସୂଚନାଯୋଗ୍ୟ; ଲଣ୍ଡନରେ ଆୟୋଜିତ ହେବାକୁ ଥିବା କମନୱେଲଥ ଗେମ୍ସରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ମହିଳା କ୍ରିକେଟ ଦଳ । ଆଉ ଏହି ରୋମାଞ୍ଚକର ମୁକାବିଲା ଜୁଲାଇ ୩୧ରେ ଖେଳାଯିବ । ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ମୈଦାନକୁ ଓହ୍ଲାଇବ । ଦୀର୍ଘ ୨୪ ବର୍ଷ ପରେ କମନୱେଲଥ ଗେମରେ କ୍ରିକେଟକୁ ସାମିଲ କରାଯାଇଛି । ତେବେ ଚଳିତଥର କେବଳ ମହିଳା କ୍ରିକେଟ ଦଳକୁ ସୁଯୋଗ ମିଳିଛି । ଏହାପୂର୍ବରୁ ୧୯୯୮ରେ କମନୱେଲଥ ଗେମରେ କ୍ରିକେଟକୁ ସାମିଲ କରାଯାଇଥିଲା ।

ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ବର୍ମିଂଘାମରେ କମନୱେଲଥ ଗେମ୍ ଖେଳାଯିବ । ୭୨ ଦେଶର ପ୍ରାୟ ୪୫୦୦ ଜଣ ଆଥଲେଟ ଏଥିରେ ଭାଗ ନେଇଛନ୍ତି । ମହିଳା କ୍ରିକେଟକୁ ସାମିଲ କରାଯାଇଥିବାରୁ ଭାରତୀୟ ମହିଳା କ୍ରିକେଟ ଦଳ ମଧ୍ୟ ଏଥିରେ ସାମିଲ ହୋଇଛି । ଭାରତୀୟ ମହିଳା ଦଳ ଜୁଲାଇ ୨୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବାକୁ ମୈଦାନକୁ ଓହ୍ଲାଇବ । ସେହିଭଳି ୩୧ ଜୁଲାଇରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବ । ସମସ୍ତ ମ୍ୟାଚ୍ ଏଜବେଷ୍ଟନ ଷ୍ଟାଡିୟମରେ ଖେଳାଯିବ । ୭ ଅଗଷ୍ଟରେ ଫାଇନାଲ ମୁକାବିଲା ଖେଳାଯିବ ।

Leave A Reply

Your email address will not be published.