ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଜୁଲାଇ ୩୧ରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ୍

0

ନୂଆଦିଲ୍ଲୀ; ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଥାଏ । ଆଉ ଏବେ ପୁଣିଥରେ ଉଭୟ ଟିମ୍ ମୈଦାନରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଇଂଲଣ୍ଡର ଏଜବେଷ୍ଟନ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଆଉ ଏଥିପାଇଁ ଟିମ୍ ଇଣ୍ଡିଆ ଏବେ ଲଣ୍ଡନରେ ପହଞ୍ଚି ସାରିଛି ।

ସୂଚନାଯୋଗ୍ୟ; ଲଣ୍ଡନରେ ଆୟୋଜିତ ହେବାକୁ ଥିବା କମନୱେଲଥ ଗେମ୍ସରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ମହିଳା କ୍ରିକେଟ ଦଳ । ଆଉ ଏହି ରୋମାଞ୍ଚକର ମୁକାବିଲା ଜୁଲାଇ ୩୧ରେ ଖେଳାଯିବ । ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ମୈଦାନକୁ ଓହ୍ଲାଇବ । ଦୀର୍ଘ ୨୪ ବର୍ଷ ପରେ କମନୱେଲଥ ଗେମରେ କ୍ରିକେଟକୁ ସାମିଲ କରାଯାଇଛି । ତେବେ ଚଳିତଥର କେବଳ ମହିଳା କ୍ରିକେଟ ଦଳକୁ ସୁଯୋଗ ମିଳିଛି । ଏହାପୂର୍ବରୁ ୧୯୯୮ରେ କମନୱେଲଥ ଗେମରେ କ୍ରିକେଟକୁ ସାମିଲ କରାଯାଇଥିଲା ।

ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ବର୍ମିଂଘାମରେ କମନୱେଲଥ ଗେମ୍ ଖେଳାଯିବ । ୭୨ ଦେଶର ପ୍ରାୟ ୪୫୦୦ ଜଣ ଆଥଲେଟ ଏଥିରେ ଭାଗ ନେଇଛନ୍ତି । ମହିଳା କ୍ରିକେଟକୁ ସାମିଲ କରାଯାଇଥିବାରୁ ଭାରତୀୟ ମହିଳା କ୍ରିକେଟ ଦଳ ମଧ୍ୟ ଏଥିରେ ସାମିଲ ହୋଇଛି । ଭାରତୀୟ ମହିଳା ଦଳ ଜୁଲାଇ ୨୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବାକୁ ମୈଦାନକୁ ଓହ୍ଲାଇବ । ସେହିଭଳି ୩୧ ଜୁଲାଇରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବ । ସମସ୍ତ ମ୍ୟାଚ୍ ଏଜବେଷ୍ଟନ ଷ୍ଟାଡିୟମରେ ଖେଳାଯିବ । ୭ ଅଗଷ୍ଟରେ ଫାଇନାଲ ମୁକାବିଲା ଖେଳାଯିବ ।

Leave A Reply

Your email address will not be published.