ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବାହାରିଲା ଓଜେଇଇ ରେଜଲ୍ଟ

0

ଆଜି ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଫଳାଫଳ। ୪୭ ହଜାର ୭୬୧ ଜଣ ପରୀକ୍ଷା ଦେଇଥିବା ବେଳେ ୪୭ ହଜାର ୭୨୯ ଜଣଙ୍କୁ ପ୍ରଦର୍ଶନ ଅନୁଯାୟୀ ରାଙ୍କ ମିଳିଛି । ଫଳାଫଳ  ପୁସ୍ତିକା ଉନ୍ମୋଚନ କରିଥିଲେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । ଜୁଲାଇ ୪ରୁ ଜୁଲାଇ ୮ ଯାଏଁ ବିଭିନ୍ନ ବିଭାଗର ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେପଟେ ଆସନ୍ତା ଅଗଷ୍ଟ ୧୦ ତାରିଖରେ ଓଜେଇଇ କାଉନସିଲିଂ ଆରମ୍ଭ ହେବ । ଅଗଷ୍ଟ ୧ ତାରିଖରୁ ସ୍ପେଶିଆଲ୍ ଓଜେଇଇ ଆବେଦନ ଆରମ୍ଭ ହେବ । ଯାହାକି ଅଗଷ୍ଟ ଶେଷ ସପ୍ତାହରେ ହେବ ବୋଲି ସୂଚନା ମିଳିଛି।

ପ୍ରକାଶିତ ପରୀକ୍ଷା ଫଳାଫଳ ଅନୁଯାୟୀ,  ଏମବିଏରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପ୍ପର ହୋଇଥିବା ବେଳେ ଏମସିଏରେ ଇଶାନ୍ତ କୁମାର ନାୟକ ଓଡ଼ିଶା ଟପ୍ପର ହୋଇଛନ୍ତି । ସେହିଭଳି ବି. ଫାର୍ମାରେ ଅରୂପ କୁମାର ପଣ୍ଡା, ଏମ ଫାର୍ମାରେ ସଚିନ ନାୟକ, ଏମ ଟେକ ସିଭିଲ ଇଞ୍ଜିନିୟରିଂରେ ସଞ୍ଜୀବ ପ୍ରଧାନ, ଇଲେକଟ୍ରିକାଲ ଇଞ୍ଜିନିୟରିଂରେ ମିଥୁନ୍ ଅଧିକାରୀ, କମ୍ପ୍ୟୁଟର ଇଞ୍ଜିନିୟରିଂ ଓ ଆଇଟିରେ ଏସ୍. ସଞ୍ଜୀବ କୁମାର, ଇଲେକଟ୍ରୋନିକ୍ସରେ ପଙ୍କଜ କୁମାର, କେମିକାଲ ଇଞ୍ଜିନିୟରିଂରେ ହରିୟାଲି ବେହେରା, ବାୟୋ ଟେକ୍ନୋଲୋଜିରେ ଶୁଭଶ୍ରୀ ହୋତା ଓ ପ୍ଲାଷ୍ଟିକ ଇଞ୍ଜିନିୟରିଂରେ ଜ୍ୟୋତି ପ୍ରକାଶ ନାୟକ ଓଡ଼ିଶା ଟପ୍ପର ହୋଇଛନ୍ତି । ଛାତ୍ରଛାତ୍ରୀ ମାନେ ଚାହିଁଲେ  www.ojee.nic.in ୱେବସାଇଟକୁ ଯାଇ ନିଜର ଫଳାଫଳ ଦେଖିପାରିବେ ।

Leave A Reply

Your email address will not be published.