ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସ୍ବର୍ଣ୍ଣ ଜିତିଲେ ଅଚିନ୍ତା

0

ବର୍ମିଂହାମ: କମନୱେଲ୍ଥ ଗେମ୍ସରେ ପୁଣି ଭାରତକୁ ମିଳିଲା ସ୍ବର୍ଣ୍ଣ ପଦକ । ଭାରତ ପାଇଁ ଗର୍ବ ଓ ଗୌରବ ଆଣିଲେ ଅଚିନ୍ତା ସେଉଲି । ୨୦ ବର୍ଷୀୟ ଅଚିନ୍ତା ପୁରୁଷ ଭାରୋତ୍ତୋଳନର ୭୩ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ମୀରାବାଇ ଚାନୁ ଓ ଜେରେମି ଲାଲରିନୁଙ୍ଗାଙ୍କ ପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଅଚିନ୍ତା । ସ୍ନାଚରେ ରେକର୍ଡ ୧୪୩ କେଜି ଓଜନ ଉଠାଇଥିବା ବେଳେ ଜର୍କରେ ୧୭୦ କେଜି ଭାର ଉଠାଇ ସଫଳତା ହାସଲ କରିଛନ୍ତି । ବିଜୟର ଶ୍ରେୟ ସେ ତାଙ୍କ କୋଚ୍ ଓ ଭାଇକୁ ଦେଇଥିବା ବେଳେ ମେଡାଲ ସେମାନଙ୍କୁ ସମର୍ପିତ କରିଥିବା କହିଛନ୍ତି ।

ଏହାପରେ ସେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରିବେ । ଭାରତ ନାଁରେ ଏବେ ସୁଦ୍ଧା ୬ଟି ମେଡାଲ ଆସିଥିବା ବେଳେ କେବଳ ଭାରୋତ୍ତେଳନରେ ଦେଶକୁ ମିଳିଛି ତିନୋଟି ସ୍ବର୍ଣ୍ଣ ପଦକ ମିଳିଛି । ପୂର୍ବରୁ ଭାରୋତ୍ତଳନରେ ମିରାବାଇ ଚାନୁ, ତାପରେ ଜେରେମି ଏବେ ଅଚିନ୍ତା ଦେଶ ପାଇଁ ଆଣିଛନ୍ତି ଗୌରବ ।ରାଜ୍ୟଗୋଷ୍ଠୀ କ୍ରୀଡାରେ ଗତ ଦୁଇଦିନ ହେବ ଭାରତୀୟ ଭାରତ୍ତୋଳକଙ୍କ କମାଲ ଦେଖିବାକୁ ମିଳିଛି । ଖେଳର ଦ୍ୱିତୀୟ ଏବଂ ତୃତୀୟ ଦିନରେ ଭାରତକୁ ୬ଟି ପଦକ ମିଳିଛି । ଏଥିରେ ୩ଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ରହିଛି। ଏଥିସହ ଭାରତର ପଦକ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

 ୬ ଟି ଯାକ ପଦକ ଭାରତକୁ ଭାରୋତ୍ତଳନରେ ହିଁ ମିଳିଛି ପୂର୍ବରୁ ସଙ୍କେତ ମହାଦେବ ରୌପ୍ୟ, ଗୁରୁରାଜା କାଂସ୍ୟ, ଅଲିମ୍ପିକରେ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ସ୍ୱର୍ଣ୍ଣ, ବିନ୍ଦ୍ୟାରାଣୀ ରୌପ୍ୟ, ଜେରେମି ଲାଲରିନୁଙ୍ଗା ସ୍ୱର୍ଣ୍ଣ ପଦକ ଜିତିଥିଲେ । ୬ ମେଡାଲ ସହ ଭାରତ ମେଡାଲ ଟାଲିର ଷଷ୍ଠ ସ୍ଥାନରେ ରହିଛି । 

Leave A Reply

Your email address will not be published.