ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଡୋନ୍ ଆକ୍ରମଣରେ ଆଖି ବୁଜିଲେ ଅଲ-ଜାୱାହିରୀ

0

ୱାଶିଂଟନ: ଆମେରିକାର ଡ୍ରୋନ ଆକ୍ରମଣରେ ଜୁଲାଇ ୩୧ ତାରିଖ ରାତିରେ ଆଖି ବୁଜିଛନ୍ତି ଅଲ-ଜାୱାହିରୀ ।  ଲାଡେନର ମୃତ୍ୟୁ ପରେ ଅଲ-କାଏଦାର ମୁଖ୍ୟ ଥିବା ଅଲ୍ ଜଓ୍ୱାହିରିର ମୁଣ୍ଡ ଉପରେ ୨୫ ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା ଆମେରିକା । ଶେଷରେ ଆମେରିକା ଆକ୍ରମଣରେ ହିଁ ଯାଇଛି  ଅଲ-ଜାୱାହିରୀଙ୍କ ଜୀବନ।

ସୂଚନାଅନୁଯାୟୀ, ଆଫଗାନିସ୍ତାନରେ ଆମେରିକାର ଡ୍ରୋନ ଆକ୍ରମଣରେ ଅଲକାଏଦା ନେତା ଆୟମାନ ଅଲ ଜୱାହିରି ନିହତ ହୋଇଛନ୍ତି। ଆମେରିକାରେ ଥିବା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ଅଧିକାରୀମାନେ ସୋମବାର ଏ ସଂକ୍ରାନ୍ତରେ ଗଣମାଧ୍ୟମ ସଂସ୍ଥା ରଏଟରକୁ କହିଛନ୍ତି। ବିଶ୍ବରେ ଆତଙ୍କ ଖେଳାଇ ଆସିଥିବା ଅଲ କାଏଦା ଆତଙ୍କବାଦି ସଂଗଠନର ପ୍ରତିଷ୍ଠାତା ଓସାମା ବିନ ଲାଦେନ ୨୦୧୧ରେ ଆମେରିକାର ଆକ୍ରମଣରେ ନିହତ ହେବା ପରେ ଅଲକାଏଦା ସଂଗଠନ ପାଇଁ ଏହା ଏକ ଝଟକା ଥିଲା। ସେହି ଦିନଠାରୁ ଆୟମାନ ଅଲ ଜୱାହିରି ଅଲକାଏଦା ସଂଗଠନକୁ ମଜବୁତ କରିବାରେ ଅଣ୍ଟା ଭିଡିଥିଲା। ଏହା ଜଣାପଡିବା ପରେ ଆମେରିକା ପକ୍ଷରୁ ତାଙ୍କ ଠିକଣା ଖୋଜା ଯାଇଥିଲା

ଅଲ-ଜାୱାହିରୀଙ୍କୁ ଆମେରିକା ବର୍ଷ ବର୍ଷ ଧରି ଖୋଜି ବୁଲିଥିବା ବେଳେ ସେ ଆଫଗାନିସ୍ଥାନର କାବୁଲରେ ଶରଣ ନେଇଥିଲା। ଆମେରିକା ଏହି ସୂଚନା ପାଇବା ପରେ ଆକ୍ରମଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଖୋଦ ରାଷ୍ଟ୍ରପତି ଜୋ ବାଇଡେନ ଏହି ପୂରା ଘଟଣା ଉପରେ ତୀକ୍ଷଣ ଦୃଷ୍ଟି ରଖିଥିଲେ।  ଆକ୍ରମଣର ବହୁ ସପ୍ତାହ ପୂର୍ବରୁ ବାଇଡେନ ନିଜ କ୍ୟାବିନେଟ ମନ୍ତ୍ରୀ ଓ ସହଯୋଗୀଙ୍କ ସହ ବାରମ୍ବାର ମିଟିଙ୍ଗ କରି ଆକ୍ରମଣର ଯୋଜନା ପ୍ରସ୍ତୁତ କରିଥିଲେ। ଏହାପରେ ଏହି ଆକ୍ରମଣ ଗତ ଶନିବାର ହୋଇଥିଲା। ଆମେରିକାର ରାଷ୍ଟ୍ରପତି ଜିଓ ବାଇଡେନ ମନ୍ତବ୍ୟ ଦେଇଛନ୍ତି ଯେ, ଆତଙ୍କବାଦ ଦମନରେ ଏହା ଏକ ବଡ ସଫଳତା।

Leave A Reply

Your email address will not be published.