ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ପଦକ ପକ୍କା କରିବାରେ ଲାଗିଛନ୍ତି ଭାରତୀୟ ଆଥଲେଟ

0

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଗୋଟିଏ ପରେ ଗୋଟିଏ ପଦକ ହାସଲ କରିବାରେ ଲାଗିଛନ୍ତି ଭାରତୀୟ ଆଥଲେଟ। ପୁଣି ଭାରୋତ୍ତୋଳନରେ ଭାରତକୁ ମିଳିଛ ସଫଳତା । ଚତୁର୍ଥ ଦିବସରେ ହରଜିନ୍ଦର କୌର ମହିଳାଙ୍କ ୭୧ କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୯ରେ ପହଂଚିଛି । ସେହିପରି ଭାରୋତ୍ତୋଳନରେ ଭାରତ ୭ଟି ପଦକ ଜିତି ରେକର୍ଡ କରିଛି । ହରଜିନ୍ଦର ଫାଇନାଲରେ ମୋଟ ୨୧୨ କେଜି ଓଜନ ଉଠାଇଥିଲେ । ସେ ସ୍ନାଚରେ ୯୩ କେଜି ଏବଂ କ୍ଲିନ୍ ଆଣ୍ଡ ଜର୍କରେ ୧୧୯ କେଜି ଭାର ଉଠାଇଛନ୍ତି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଚତୁର୍ଥ ଦିବସରେ ଭାରତକୁ ଜୁଡୋରେ ଦୁଇଟି ପଦକ ମିଳିଛି । ଜୁଡୋରେ ସୁଶୀଲା ଦେବୀ ରୌପ୍ୟ ପଦକ ଜିତିଥିବା ବେଳେ ବିଜୟ କୁମାର ହାସଲ କରିଛନ୍ତି ବ୍ରୋଞ୍ଜ ପଦକ । ମହିଳାଙ୍କ ୪୮ କେଜି ବର୍ଗର ଜୁଡୋ ଫାଇନାଲରେ ସୁଶିଲା ଦେବୀଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଯେଉଁ କାରଣରୁ ସେ ସ୍ୱର୍ଣ୍ଣ ପଦକରୁ ବଂଚିତ ହୋଇଛନ୍ତି । ସୁଶିଲା ସଂଘର୍ଷପୂର୍ଣ୍ଣ ଫାଇନାଲରେ ଦକ୍ଷିଣ ଆଫ୍ରିକୀୟ ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟରୁ ୪.୨୫ ମିନିଟରେ ହାରିଛନ୍ତି ।

Leave A Reply

Your email address will not be published.