ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ବିଶିଷ୍ଟ ଲେଖକ ସଲ୍‌ମାନ୍ ରସିଦ୍‌ଙ୍କୁ ଛୁରାମାଡ଼

0

ନ୍ୟୁୟର୍କ: ବିବାଦରେ ଥିବା ବୁକର ପୁରସ୍କାର ଜିତିଥିବା ବିଶିଷ୍ଟ ଲେଖକ ସଲମାନ ରସିଦ୍‌ଙ୍କୁ କେହି ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି। ନ୍ୟୁୟର୍କର ବକ୍ତୃତା ମଞ୍ଚ ଉପରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଆହତ ଅବସ୍ଥାରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ୧୯୮୦ରେ ରସିଦ୍‌ଙ୍କ ‘ଦ ସାଟାନିକ୍ ଭର୍ସେସ୍’ ବହିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ୧୯୮୮ରେ ଏହାକୁ ଇରାନ୍ ସରକାର ନିଷିଦ୍ଧ କରିଥିଲେ। ପରେ ଇରାନର ନେତା ଆୟାତୋଲ୍ଲା ତାଙ୍କ ବିରୋଧରେ ଫତଵା ଜାରି କରିଥିଲେ। ପରେ ଘୋଷଣା କରାଯାଇଥିଲା ଯେ ଯିଏ ତାଙ୍କୁ ହତ୍ୟା କରିବ, ତାଙ୍କୁ ୨.୮ ନିୟୁତ ଡଲାର ପୁରସ୍କାର ଦିଆଯିବ। ଏହି ରାଶି ପୁଣି ବଢ଼ି ୩.୩ ନିୟୁତ ଡଲାରକୁ ବୃଦ୍ଧି କରାଯାଇଥିଲା। ଭାରତୀୟ ବଂଶୋଭବ ରସିଦ୍ ବ୍ରିଟେନ୍‌ ନାଗରିକ ହୋଇଥିଲେ ହେଁ ପାଖାପାଖି ଦୁଇ ଦଶନ୍ଧି ଧରି ସେ ଆମେରିକାରେ ରହି ଆସୁଛନ୍ତି।

ଆଜି ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରସିଦ୍ ନିଜର ବକ୍ତୃତା ପ୍ରଦାନ କରୁଥିବା ସମୟରେ କେହି ଜଣେ ଦୁର୍ବୃତ୍ତ ମଞ୍ଚକୁ ଚଢି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଛନ୍ତି। ସଂପୃକ୍ତ ଦୁର୍ବୃତ୍ତକୁ ଲୋକେ ଧରି ପୁଲିସ ଜିମା ଦେଇଥିଲେ ହେଁ, କାହିଁକି ଓ କେଉଁ କାରଣ ପାଇଁ ସେ ଆକ୍ରମଣ କଲା ତାହା ଜଣାପଡ଼ିନାହିଁ। ଦୁର୍ବୃତ୍ତକୁ ଅଟକ ରଖାଯାଇଛି।

Leave A Reply

Your email address will not be published.