ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ବିଶିଷ୍ଟ ଲେଖକ ସଲ୍‌ମାନ୍ ରସିଦ୍‌ଙ୍କୁ ଛୁରାମାଡ଼

0

ନ୍ୟୁୟର୍କ: ବିବାଦରେ ଥିବା ବୁକର ପୁରସ୍କାର ଜିତିଥିବା ବିଶିଷ୍ଟ ଲେଖକ ସଲମାନ ରସିଦ୍‌ଙ୍କୁ କେହି ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି। ନ୍ୟୁୟର୍କର ବକ୍ତୃତା ମଞ୍ଚ ଉପରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଆହତ ଅବସ୍ଥାରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ୧୯୮୦ରେ ରସିଦ୍‌ଙ୍କ ‘ଦ ସାଟାନିକ୍ ଭର୍ସେସ୍’ ବହିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ୧୯୮୮ରେ ଏହାକୁ ଇରାନ୍ ସରକାର ନିଷିଦ୍ଧ କରିଥିଲେ। ପରେ ଇରାନର ନେତା ଆୟାତୋଲ୍ଲା ତାଙ୍କ ବିରୋଧରେ ଫତଵା ଜାରି କରିଥିଲେ। ପରେ ଘୋଷଣା କରାଯାଇଥିଲା ଯେ ଯିଏ ତାଙ୍କୁ ହତ୍ୟା କରିବ, ତାଙ୍କୁ ୨.୮ ନିୟୁତ ଡଲାର ପୁରସ୍କାର ଦିଆଯିବ। ଏହି ରାଶି ପୁଣି ବଢ଼ି ୩.୩ ନିୟୁତ ଡଲାରକୁ ବୃଦ୍ଧି କରାଯାଇଥିଲା। ଭାରତୀୟ ବଂଶୋଭବ ରସିଦ୍ ବ୍ରିଟେନ୍‌ ନାଗରିକ ହୋଇଥିଲେ ହେଁ ପାଖାପାଖି ଦୁଇ ଦଶନ୍ଧି ଧରି ସେ ଆମେରିକାରେ ରହି ଆସୁଛନ୍ତି।

ଆଜି ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରସିଦ୍ ନିଜର ବକ୍ତୃତା ପ୍ରଦାନ କରୁଥିବା ସମୟରେ କେହି ଜଣେ ଦୁର୍ବୃତ୍ତ ମଞ୍ଚକୁ ଚଢି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଛନ୍ତି। ସଂପୃକ୍ତ ଦୁର୍ବୃତ୍ତକୁ ଲୋକେ ଧରି ପୁଲିସ ଜିମା ଦେଇଥିଲେ ହେଁ, କାହିଁକି ଓ କେଉଁ କାରଣ ପାଇଁ ସେ ଆକ୍ରମଣ କଲା ତାହା ଜଣାପଡ଼ିନାହିଁ। ଦୁର୍ବୃତ୍ତକୁ ଅଟକ ରଖାଯାଇଛି।

Leave A Reply

Your email address will not be published.