ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଗୁରୁତର ଅବସ୍ଥାରେ ସଲମାନ, ହରାଇପାରନ୍ତି ଆଖି

0
  • ଅଭିଯୁକ୍ତକୁ ଚିହ୍ନଟ ପରେ ଗିରଫ କଲା ପୁଲିସ
  • ଲିଭର ନଷ୍ଟ ହୋଇଥିବା ସୂଚନା, ହାତ ଶିରା ବି ନଷ୍ଟ
  • ଭେଣ୍ଟିଲେଟରରେ ଅଛନ୍ତି ଏହି ୭୫ବର୍ଷୀୟ ଲେଖକ

ନ୍ୟୁୟର୍କ: ଶୁକ୍ରବାର ମଞ୍ଚରେ ବକ୍ତୃତା ଦେବା ବେଳେ ଛୁରାମାଡର ଶିକାର ହୋଇଥିବା ୭୫ବର୍ଷୀୟ ବିଶିଷ୍ଟ ଲେଖକ ସଲମାନ୍ ରୁଶଦିଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ଦୀର୍ଘ ସମୟ ଧରି ଅସ୍ତ୍ରୋପଚାର କରାଯିବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ସୂଚନା ମିଳିଛି। ଡାକ୍ତରମାନେ କହିଛନ୍ତି ଯେ ଛୁରାମାଡ କାରଣରୁ ସେ ଗୋଟିଏ ଆଖି ମଧ୍ୟ ହରାଇପାରନ୍ତି। ତାଙ୍କ ଲିଭରରେ ଛୁରୀ ମାଡ଼ କରାଯାଇଛି। ଏଣୁ ଏହା ନଷ୍ଟ ହୋଇଯାଇଛି। ସେହିଭଳି ତାଙ୍କ ହାତର କିଛି ଶିରା ପ୍ରଶିରା ନଷ୍ଟ ହୋଇଛି।

ଅନ୍ୟପକ୍ଷରେ ତାଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତକୁ ପୁଲିସ ଇତିମଧ୍ୟରେ ଚିହ୍ନଟ କରିଛି। ତାର ଘର ନ୍ୟୁଜର୍ସିରେ ଏବଂ ତାର ନାମ ହାଡି ମଟର୍। ତାଙ୍କୁ ଗିରଫ କରାଯାଇଥିଲେ ହେଁ କାହିଁକି ସେ ଛୁରୀକାଘାତ କଲା, ସେ ନେଇ କୌଣସି ସୂଚନା ମିଳିନାହିଁ। ଗତକାଲି ଏହି ଅଘଟଣା ଘଟିବା ପରେ ତାଙ୍କୁ ତୁରନ୍ତ ଏୟାର ଆମ୍ବୁଲାନ୍ସରେ ନିଆଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Leave A Reply

Your email address will not be published.