ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା!

0

ଭୁବନେଶ୍ବର: ଉପଗ୍ରହରୁ ଉତ୍ତୋଳନ କରାଯାଇଥିବା ପାଣିପାଗ ସମ୍ବନ୍ଧିତ ଚିତ୍ର ଦର୍ଶାଉଛି ଯେ, ଉତ୍ତର ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି କ୍ଷେତ୍ର ପଶ୍ଚିମ_ଉତ୍ତର_ପଶ୍ଚିମ ଦିଗରେ ଅଗ୍ରସର ହୋଇ ଆସନ୍ତା ୧୨ ଘଣ୍ଟା ରେ ଚିହ୍ନିତ ଲଘୁଚାପ ଓ ପରବର୍ତ୍ତୀ ୨୪ ଘଣ୍ଟା ରେ ଅବପାତ ର ରୂପ ନେବା ସମ୍ଭାବନା ରହିଛି। କିଛି ମଡେଲଙ୍କ ଆକଳନ ଅନୁସାରେ ଏହି କ୍ଷେତ୍ର ଆହୁରି ଘନୀଭୂତ ହୋଇପାରେ ।

ବର୍ତ୍ତମାନ ବଙ୍ଗୋପସାଗର ଆଡୁ ଜଳୀୟ ବାଷ୍ପ ପୁର୍ଣ୍ଣ ମେଘଖଣ୍ଡ ଗୁଡ଼ିକ ସଂଗଠିତ ହେଉଛନ୍ତି। ଆଜି ଠାରୁ ଓଡ଼ିଶା ରେ ବଢିବ ବର୍ଷା ର ପରିମାଣ। କିଛି ଜିଲ୍ଲା ରେ ଆଜି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା କାଲି ସମଗ୍ର ଓଡ଼ିଶା ରେ ବର୍ଷା ର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ। ଉତ୍ତର ଓଡ଼ିଶା ର ବିଭିନ୍ନ ଅଞ୍ଚଳ ଆଭ୍ୟନ୍ତର ଓଡ଼ିଶା ର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ସେହିପରି ଉପକୂଳ ଓଡ଼ିଶା ରେ ପ୍ରବଳ ବର୍ଷା ଓ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ସମ୍ଭାବନା। ୨୦ ଅଗଷ୍ଟରେ ଆଭ୍ୟନ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୯-୨୧ ତାରିଖ ମଧ୍ୟରେ ଛତିଶଗଡ଼ରେ ପ୍ରବଳ ବର୍ଷା ଓ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପରମୁଣ୍ଡରେ ପୁଣି ପ୍ରବଳ ବର୍ଷା ଥିବା ଯୋଗୁ ମହାନଦୀ ସମେତ ବିଭିନ୍ନ ନଦୀର ଜଳସ୍ତର ବଢିବ।

Leave A Reply

Your email address will not be published.