ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ଅକ୍ଟୋବର ରେ ସକ୍ରିୟ ରହିବ ବଙ୍ଗୋପସାଗର

0
  • ସ୍ଵାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା!
  • ସିଷ୍ଟମ୍ ବିକଶିତ ପାଇଁ ପାଗ ଅନୁକୂଳ ।

ଭୁବନେଶ୍ବର; ଚଳିତ ବର୍ଷ ଅକ୍ଟୋବର ମାସ ରେ ବଙ୍ଗୋପସାଗର ସକ୍ରିୟ ରହିବ। ନିର୍ଦ୍ଧାରିତ ସମୟରେ ସମୟ ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିବ। ଅକ୍ଟୋବର ମାସ ରେ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ତାହା ଅଧିକ ଘନିଭୂତ ହୋଇ ଡିପ୍ରେଶନ/ ବାତ୍ୟା ରେ ପରିଣତ ହେବା ପାଇଁ ଅନୁକୂଳ ବାତାବରଣ ରହିଥାଏ।

ଦୀର୍ଘ କାଳୀନ ପାଣିପାଗ ମଡେଲ ଗୁଡ଼ିକର ଆକଳନ କୁ ବିଶ୍ଳେଷଣ କଲେ ଜଣା ପଡୁଛି କି, ଚଳିତ ଅକ୍ଟୋବର ମାସ ରେ ଲା- ନିନା, ରୁଣାତ୍ମକ ଆଇ ଓ ଡି ପ୍ରଭାବ ଯୋଗୁଁ ବଙ୍ଗୋପସାଗର ର ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିବ ତେଣୁ ସିଷ୍ଟମ୍ ବିକଶିତ ହୋଇପାରେ । ୨-୩ ଟି କ୍ଷେତ୍ର ଅକ୍ଟୋବର ରେ ସୃଷ୍ଟି ହୋଇପାରେ। ତନ୍ମଧ୍ୟରୁ ୧-୨ ଟି କ୍ଷେତ୍ର ଶକ୍ତିଶାଳୀ ହୋଇ ଡିପ୍ରେଶନ୍/ବାତ୍ୟା ରୂପ ନେବାର ସମ୍ଭାବନା ରହିଛି ।

ଦକ୍ଷିଣ ଚୀନ୍ ସାଗର ରୁ ଟାଇଫୁନ୍ ଗୁଡ଼ିକର ଅବଶିଷ୍ଟ ଅଂଶ ବଙ୍ଗୋପସାଗର ରେ ପ୍ରବେଶ କରି ଶକ୍ତିଶାଳୀ ହେବ ଓ କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ / ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା , ପଶ୍ଚିମବଙ୍ଗ ଉପକୂଳ ରେ ପ୍ରଭାବ ପକାଇବ ।

ଅକ୍ଟୋବର ପ୍ରଥମ ସପ୍ତାହରେ ପ୍ରଥମ ସିଷ୍ଟମ୍ ବଙ୍ଗୋପସାଗର ରେ ସୃଷ୍ଟି ହୋଇପାରେ ବୋଲି କିଛି ମଡେଲ ଆକଳନ କରୁଛନ୍ତି। ଏହି କ୍ଷେତ୍ର ର ତୀବ୍ରତା କେତେ ଓ କିପରି ରହିବ ତାହା ଯଦିଓ ଏ ଯାଏଁ ସ୍ପଷ୍ଟ ହୋଇନାହିଁ ତାହା ଆଗାମୀ କିଛି ଦିନ ମଧ୍ୟରେ ଏହାର ରୂପରେଖ ବିଷୟ ରେ ଅଧିକ ସୂଚନା ମିଳିପାରିବ। ଯଦି ଏହି କ୍ଷେତ୍ର ସୃଷ୍ଟି ହୁଏ ତେବେ ଦୁର୍ଗା ପୂଜା ସମୟ ରେ ଓଡ଼ିଶା – ପଶ୍ଚିମବଙ୍ଗ ରେ ବର୍ଷା ସମ୍ଭାବନା ରହିଛି।

ଅକ୍ଟୋବର ୨ୟ ଓ ୩ୟ ସପ୍ତାହ ରେ ବଙ୍ଗୋପସାଗର ଅଧିକ ସକ୍ରିୟ ରହିବ।ଏହି ସମୟ ରେ ଓଡ଼ିଶା ସମେତ ସଂପୂର୍ଣ୍ଣ ଭାରତ ରୁ ମୌସୁମୀ ବାୟୁ ଫେରିବାର ସମ୍ଭାବନା ଅଧିକ ।ଏହି ସମୟ ରେ ବାତାବରଣ ଅନୁକୂଳ ରହିବା ହେତୁ ଓ ବଙ୍ଗୋପସାଗର ର ତାପମାତ୍ରା ଅଧିକ ରହିବା ହେତୁ ଅଧିକ ଶକ୍ତିଶାଳୀ ସିଷ୍ଟମ୍ ବିକଶିତ ହୋଇପାରେ ଓ ପୂର୍ବ ଭାରତ ଉପକୂଳ କୁ ପ୍ରଭାବିତ କରିପାରେ ବୋଲି ଦୀର୍ଘ କାଳୀନ ଆକଳନ ରୁ ଜଣା ପଡୁଛି।

ତେବେ ଏ ବିଷୟରେ ଅଧିକ ବିବରଣୀ ଆଗାମୀ ଦିନରେ ଜଣାପଡ଼ିବ। ମୋଟାମୋଟି ଉପରେ କୁହାଯାଇପାରେ ଯେ, ଅକ୍ଟୋବର ମାସ ରେ ବଙ୍ଗୋପସାଗର ସକ୍ରିୟ ରହିବା ହେତୁ ଓ ବିଭିନ୍ନ ସିଷ୍ଟମ୍ ପ୍ରଭାବ ରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

ପୂର୍ବାନୁମାନ- ସାର୍ଥକ ମିଶ୍ର

Leave A Reply

Your email address will not be published.